Posted inଖେଳ

ଓସିଏ ନିର୍ବାଚନ: ସ୍କୁଲ, କଲେଜ ଭୋଟରେ ଅଙ୍କ ଓଲଟିପାରେ

କଟକ ଅଫିସ,୨୬ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନକୁ ଆଉ ଗୋଟିଏ ଦିନ ବାକି ରହିଛି। ଗୁରୁବାର ରାତି ପାହିଲେ ନିର୍ବାଚନକୁ ଓହ୍ଲାଇବେ ୧୦ ପ୍ରାର୍ଥୀ। ୫ ପଦବୀ ନିମନ୍ତେ ୧୦ ଆଶାୟୀଙ୍କ ମଧ୍ୟରେ ମୁକାବିଲା ହେବ। ନିର୍ବାଚନକୁ ନେଇ ଦୀର୍ଘଦିନ ଧରି ଚାଲିଛି ଜୋରଦାର ଅଙ୍କକଷା। କେଉଁ ୟୁନିଟର ଭୋଟ କାହା ପାଖକୁ ଯିବ ସେ ନେଇ ଏବେବି ଚିତ୍ର ସ୍ପଷ୍ଟ ହୋଇନି। ତଥାପି ଉଭୟ ଗୋଷ୍ଠୀ ମ୍ୟାଜିକ ନମ୍ବର (୩୭)କୁ ଟପିବେ ବୋଲି ଦୃଢ଼ ଆଶା ରଖିଛନ୍ତି। କ୍ଲବ, ଜିଲା ସଂଘର ଭୋଟ ଭାଗବଣ୍ଟା ସରିଥିବାବେଳେ ସ୍କୁଲ, କଲେଜ ଭୋଟଗୁଡ଼ିକ ନିର୍ବାଚନୀ ଅଙ୍କକଷାକୁ ଓଲଟାଇପାରେ ବୋଲି କିଛି କ୍ରୀଡ଼ା ସଙ୍ଗଠକ ମତ ଦେଇଛନ୍ତି। ଏ ପର୍ଯ୍ୟନ୍ତ ଉକ୍ତ ୟୁନିଟଗୁଡ଼ିକର ଭୋଟକୁ ହାତେଇବା ସହଜ ହୋଇ ନ ଥିବା ଜଣାପଡ଼ିଛି। ଓସିଏ ନିର୍ବାଚନରେ ମତଦାତାଙ୍କ ସଂଖ୍ୟା ହେଉଛି ୭୩। ଏଣୁ ୩୭ ଖଣ୍ଡ ଭୋଟ ପାଇଲେ ଜଣେ ପ୍ରାର୍ଥୀ ବିଜୟ ହାସଲ କରିବେ। ଏହା ମଧ୍ୟରେ ସ୍କୁଲ ଓ କଲେଜରୁ ୧୪ ଖଣ୍ଡ ଭୋଟ ରହିଛି। ପୂର୍ବରୁ କୌଣସି ସ୍କୁଲ କିମ୍ବା କଲେଜରୁ ପିଇଟିଙ୍କୁ ପ୍ରତିନିଧି ଭାବେ ପଠାଯାଉଥିଲା। ମାତ୍ର ଚଳିତବର୍ଷ ଏହାର ଅଧ୍ୟକ୍ଷ କିମ୍ବା ଅଧ୍ୟକ୍ଷାଙ୍କ ନାମ ଆସିଛି। ଯାହା ଫଳରେ ଏହି ଭୋଟକୁ ହାତେଇବା ସହଜ ହୋଇ ପାରୁନାହିଁ। ଉକ୍ତ ୧୪ ଖଣ୍ଡ ଭୋଟରୁ ଯିଏ ଅଧିକ ପାଇବ ସେ ଗୋଷ୍ଠୀ ନିମନ୍ତେ ବିଜୟୀ ହେବାର ଆଶା ମଜବୁତ ହେବ। ଏଣୁ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଉଭୟ ଗୋଷ୍ଠୀଙ୍କର ମୁଖ୍ୟ ଟାର୍ଗେଟରେ ସ୍କୁଲ ଓ କଲେଜ ଭୋଟ ରହିଥିବା ଜଣାପଡ଼ିଛି। ଭୁବନେଶ୍ୱରକୁ ମିଶାଇ ୩୧ଖଣ୍ଡ ଜିଲା ଭୋଟ ରହିଛି। ଜିଲାର ପ୍ରତିନିଧିମାନଙ୍କୁ ଡାକି ଉଭୟ ଗୋଷ୍ଠୀ ପୂର୍ବରୁ ଅନେକ ଗୁପ୍ତ ବୈଠକ ଆୟୋଜନ କରିସାରିଛନ୍ତି। ଏଣୁ ଏହି ଭୋଟଗୁଡ଼ିକ ପ୍ରାୟତଃ ଭାଗବଣ୍ଟା ସରିଛି।

୩ ସ୍ଥାନକୁ ଗଲା ପୋଷ୍ଟାଲ ବାଲାଟ୍‌
୩ଜଣ ପୋଷ୍ଟାଲ ବାଲାଟ୍‌ରେ ଭୋଟ ଦେବେ। ଏଥି ନିମନ୍ତେ ୩ଜଣଙ୍କ ନିକଟକୁ ପୋଷ୍ଟାଲ ବାଲାଟ ପଠାସରିଥିବା ଜଣାପଡ଼ିଛି। ଝାରପଡ଼ା ଜେଲରେ ଥିବା ଆଶୀର୍ବାଦ ବେହେରା, ଜୟପୁରରେ ଚାଲିଥିବା ବିଜୟ ହଜାରେ ଟ୍ରଫିରେ ମ୍ୟାଚ୍‌ ରେଫରୀ ଭାବେ ଦାୟିତ୍ୱ ତୁଲାଉଥିବା ସଞ୍ଜୟ ରାଉଳ ଓ ଅଫିସ ମିଟିଂ ନିମନ୍ତେ ବରୋଦାରେ ଥିବା ରେଲୱେର ବିଜୟ ମିଶ୍ର ପୋଷ୍ଟାଲ ବାଲାଟ ଜରିଆରେ ଭୋଟ ଦେବେ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରକାଶ ପାଇଲା ନିର୍ବାଚନୀ ପ୍ରୋଟୋକଲ୍‌
ନିର୍ବାଚନ ଅଧିକାରୀ ମାଖନଲାଲ ମଜୁମଦାର ବୁଧବାର ନିର୍ବାଚନୀ ପ୍ରୋଟୋକଲ ଏକ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି। ନିର୍ବାଚନ ଅଧିକାରୀଙ୍କଠାରୁ ଆରମ୍ଭ କରି ମତଦାତାଙ୍କ ନିମନ୍ତେ କେଉଁ ରଙ୍ଗର ପରିଚୟ ପତ୍ର ହୋଇଛି ତାହା ଉଲ୍ଲେଖ କରିଛନ୍ତି। ଏହାଛଡ଼ା କୌଣସି ବିଶୃଙ୍ଖଳିତ କାର୍ଯ୍ୟ ନ କରିବା ନେଇ ନିବେଦନ ହୋଇଛି। ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ସଂଖ୍ୟା ସମାନ ହେଲେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଚୂଡ଼ାନ୍ତ ଫଳାଫଳ ନିର୍ଦ୍ଧାରିତ ହେବ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri