ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍‌: ସିଂହଦ୍ୱାରରେ ମହାଦୀପ ଦାନ, ରସଗୋଲା ଭୋଗ

ପୁରୀ ଅଫିସ, ୨୯ା୭: ଓଡ଼ିଶା ରସଗୋଲାକୁ ମିଳିଛି ଜିଆଇ ଟ୍ୟାଗ୍‌। ଓଡ଼ିଶା ରସଗୋଲା ପାଇଛି ଭୌଗଳିକ ପରିଚୟ। ମାଡ୍ରାସ ଜିଆଇ କାର୍ଯ୍ୟାଳୟରୁ ଏହି ମାନ୍ୟତା ମିଳିବା ପରେ ସମଗ୍ର ରାଜ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ସୋସିଆଲ ମିଡ଼ିଆରେ ଛାଇଯାଇଛି ରସଗୋଲା ଓଡ଼ିଶାର। ତେବେ ଏହାକୁ ନେଇ ପୁରୀବାସୀ ଅଧିକ ଖୁସି ଜାହିର କରିଛନ୍ତି। କାରଣ ରସଗୋଲା କାହାର ପ୍ରଶ୍ନ ଉଠିବାବେଳେ ଆପେ ଆପେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଅଭିମାନୀ ଲକ୍ଷ୍ମୀ ଠାକୁରାଣୀଙ୍କ କଥା ସମସ୍ତଙ୍କ ମନକୁ ଚାଲିଆସେ। ନୀଳାଦ୍ରିବିଜେ ସମୟରେ ମହାପ୍ରଭୁ ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିଥାନ୍ତି। ଜଗନ୍ନାଥ ସଂସ୍କୃତିରେ ଏହାର ବେଶ୍‌ ମହତ୍ତ୍ୱ ରହିଛି। ତେଣୁ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିବା ପରେ ସୋମବାର ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ମହାଦୀପ ଦାନ କରାଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ସାମିଲ ହୋଇ ରସଗୋଲା ଭୋଗ କରିବା ସହ ରସଗୋଲା ଆମର ବୋଲି ସ୍ଲୋଗାନ ଦେଇଥିଲେ।
ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, କାହିଁ କେତେ କାଳରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ରହିଛି ରସଗୋଲା। ରଥଯାତ୍ରା ସାରି ଶ୍ରୀମନ୍ଦିରକୁ ଫେରିବା ସମୟରେ ମହାପ୍ରଭୁ ରସଗୋଲା ଦେଇ ଅଭିମାନୀ ଲକ୍ଷ୍ମୀ ଠାକୁରାଣୀଙ୍କ ମାନ ଭଞ୍ଜନ କରିଥାନ୍ତି। ଓଡ଼ିଶା ରସଗୋଲାକୁ ମାନ୍ୟତା ମିଳିବା ମହାପ୍ରଭୁଙ୍କର ଶ୍ରେୟ। ଶ୍ରୀଜଗନ୍ନାଥ ସେନା ଚେନ୍ନାଇରେ ଆବେଦନ କରିବା ପରେ ଓଡ଼ିଶାର ଗବେଷକ, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ଉପରେ ଚାପ ବଢିଥିଲା। ଏହାପରେ ସରକାର ଏ ଦିଗରେ ଆଗେଇ ଯାଇଥିଲେ, ଯାହା ଆଜି ସଫଳ ହୋଇଛି। ଦୀର୍ଘଦିନ ଧରି ରସଗୋଲା କାହାର ବୋଲି ଯେଉଁ ବିବାଦ ଲାଗି ରହିଥିଲା ତାହାର ପୂର୍ଣ୍ଣଚ୍ଛେଦ ପଡ଼ିିଛି। ଏଥିରେ ଓଡ଼ିଶାର ତଥା ଓଡ଼ିଆ ଜାତିର ବିଜୟ ହୋଇଛି। ସେହିପରି ନିମାପଡ଼ା ଛେନାଝିଲ୍ଲୀ, ଢେଙ୍କାନାଳ ବରା, ନୟାଗଡ଼ ଛେନାପୋଡ଼, ସମ୍ବଲପୁର କରଡ଼ି, କେନ୍ଦୁଝର ବଡ଼ି, ପୁରୀ ଖଜା ସମେତ ରାଜ୍ୟର ପୁରାତନ ଖାଦ୍ୟ ଓ ପିଠାପଣାର ତାଲିକା ପ୍ରସ୍ତୁତ କରି ଜିଆଇ ଟ୍ୟାଗ୍‌ ମାଗିବାକୁ ସରକାରଙ୍କୁ ଅନୁରୋଧ କରୁଛୁ ବୋଲି ପଟ୍ଟନାୟକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିବା ଖୁସିରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସିଂହଦ୍ୱାରରେ ମହାଦୀପ ଦାନ ସହ ରସଗୋଲା ଭୋଗ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri