ଓଡ଼ିଶା ଫେଷ୍ଟରେ ସୁଦାମଙ୍କ ବାଲୁକା କଳା

ପୁରୀ ଅଫିସ, ୧୨।୧୧: ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ମୁମ୍ବାଇରେ ଆୟୋଜିତ ଓଡ଼ିଶା ଫେଷ୍ଟରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ବାଲୁକା କଳା ଏବଂ ସ୍ୟାଣ୍ଡ ଆନିମେଶନ ପ୍ରଦର୍ଶନ କରିଥିଲେ। ଗତ ୮, ୯ ଓ ୧୦ ତାରିଖ ତିନିଦିନ ଧରି ନଭି ମୁମ୍ବାଇର ସି ଉଡ୍ସ ଗ୍ରାଣ୍ଡ ସେଣ୍ଟ୍ରାଲ ମଲ୍‌ରେ ଆୟୋଜିତ ଏହି ଫେଷ୍ଟରେ ସୁଦାମଙ୍କ ବାଲୁକା କଳା ଓ ସ୍ୟାଣ୍ଡ ଆନିମେଶନ ବେଶ୍‌ ଆକର୍ଷଣ ପାଲଟିଥିଲା। ଲାଇଭ୍‌ ସ୍ୟାଣ୍ଡ ଆନିମେଶନରେ ସେ ଓଡ଼ିଶାର କଳା, ସଂସ୍କୃତିକୁ ଦର୍ଶାଇଥିଲେ। ସେହିପରି କୋଣାର୍କର ସୂର୍ଯ୍ୟ ମନ୍ଦିର ଏବଂ ଛତ୍ରପତି ଶିବାଜୀଙ୍କ ବାଲୁକା କଳା ମଧ୍ୟ ଦେଖଣାହାରୀଙ୍କୁ ଆକର୍ଷିତ କରିଥିଲା। ଏହି ଅବସରରେ ସୁଦାମଙ୍କୁ ବଲିଉଡ୍‌ର ଆକ୍ସନ ମାଷ୍ଟର ରାମ ସେଟ୍ଟୀ, ପ୍ରବାସୀ ଓଡ଼ିଆ ଆର୍‌.କେ. ମହାପାତ୍ର, ପ୍ରଣତି ମିଶ୍ର, ନିରଞ୍ଜନ ବିଶ୍ୱାଳ ପ୍ରମୁଖ ସମ୍ମାନିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବାହୁଡ଼ା ଯାତ୍ରା : ପହଣ୍ଡି ପରେ ରଥାରୂଢ଼ ହେଲେ ପ୍ରଭୁ ସୁଦର୍ଶନ

ପୁରୀ ଅଫିସ,୧୨।୭: ଆଜି ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା। ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବେ ତିନିଠାକୁର। ଏନେଇ ପ୍ରଥମେ ମହାପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପୂର୍ବାହ୍ନ ୯.୧୫ରେ...

ଓଡ଼ିଶୀ ସଙ୍ଗୀତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ଉତ୍କର୍ଷ’ ଉଦ୍‌ଘାଟିତ

ଭୁବନେଶ୍ୱର,୧୩।୭ (ବ୍ୟୁରୋ): ଓଡ଼ିଶୀ ସଙ୍ଗୀତ ଓଡ଼ିଶାର ପରିଚୟ। ଶ୍ରୀଜଗନ୍ନାଥ ମନ୍ଦିର ସେବାରେ ମଧ୍ୟ ଓଡ଼ିଶୀ ସଙ୍ଗୀତର ବିଶେଷ ଯୋଗଦାନ ରହିଛି। ଓଡ଼ିଶାର ଏହି ଉତ୍କୃଷ୍ଟ କଳାର...

ବିଚାର ବିଭାଗୀୟ ତଦନ୍ତ ଦାବିକଲା କଂଗ୍ରେସ

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ନିକଟରେ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ ଉଦ୍ୟମ କରାଯାଇଥିଲା। ଏହି ସମୟରେ ପୋଲିସ ଏବଂ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ...

ଅନୁଭବଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ

କଟକ ଅଫିସ/ଭୁବନେଶ୍ୱର,୧୯।୫(ବ୍ୟୁରୋ): ବିଜେଡି ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତିକୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ କାଳିଆ...

ବିଧାନସଭା ଅଧାରୁ ବନ୍ଦ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଅଧାରୁ ବନ୍ଦ ହୋଇଛି। ଲଗାତର ଗୃହ ଅଚଳ ହେବା ପରେ ଶୁକ୍ରବାର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ମୁଲତବୀ କରାଯାଇଛି।...

ଏଟିଏଫ୍‌ ଉପରୁ ୧% ଭାଟ୍‌ କମିଲା

ଓଡ଼ିଶାରେ ଅବସ୍ଥାପିତ ଯେକୌଣସି ବିମାନବନ୍ଦର, ହଲିପୋର୍ଟ, ହେଲିପ୍ୟାଡ୍‌, ଓ୍ବାଟର ଏରୋଡ୍ରମ୍‌ରେ ବିମାନ, ହେଲିକପ୍ଟର, ସାମୁଦ୍ରିକ ବିମାନଗୁଡ଼ିକ ପାଇଁ ରାଜ୍ୟ ସରକାର ଅଟୋମେଟିକ୍‌ ଟ୍ରାନ୍ସମିଶନ ଫ୍ଲୁଇଡ୍‌ (ଏଟିଏଫ୍‌)...

ଜମୁଛି ଶିଶିର ସରସ ମେଳା

ଭୁବନେଶ୍ୱର,୨।୧(ବ୍ୟୁରୋ): ଗତ ୨ ବର୍ଷ ଧରି ବନ୍ଦ ରହିଥିବା ଜାତୀୟସ୍ତରୀୟ ଶିଶିର ସରସ ମେଳା ପୁଣି ଲୋକଙ୍କ ନିକଟକୁ ଫେରିଛି। ଏଥର ଏହା ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ...

ଅନୁଗୋଳ ଜିଲା ପରିଷଦର ୪୯ତମ ସାଧାରଣ ବୈଠକ: ଅଧାରୁ ଗୃହ ବର୍ଜନ କଲେ ସଦସ୍ୟ

ଅନୁଗୋଳ ଅଫିସ,୨୧।୮: ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ୪୯ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଠମଲ୍ଲିକ ବିଧାୟକ ରମେଶ ସାଏ,...

Advertisement
Archives

Model This Week