ଓଡ଼ିଶା ଦାବିକୁ ଅଣଦେଖା – ସର୍ଭେରେ ଅଟକିଛି ବିରଜାକ୍ଷେତ୍ରକୁ ରେଳପଥ ସଂଯୋଗ

ଯାଜପୁର ଅଫିସ,୧୭ା୧୨- ସବୁ ପ୍ରକାର ଭିତ୍ତିଭୂମି ଥାଇ ଯାଜପୁର ଜିଲାର ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନକୁ ଡିଭିଜନ ମାନ୍ୟତା ମିଳିପାରୁ ନାହିଁ। ଏହାସହ ଦୀର୍ଘଦିନର ଦାବି ବିରଜାକ୍ଷେତ୍ରକୁ ରେଳପଥ ସଂଯୋଗ ସର୍ଭେରେ ଅଟକିଛି। ଏନେଇ ରାଜନୈତିକ ନେତୃବର୍ଗ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ଦାବି, ଦସ୍ତଖତ ଅଭିଯାନ, ଆନ୍ଦୋଳନ ଆଦି ଜରିଆରେ କେନ୍ଦ୍ର ସରକାର ଓ ରେଳୱେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ବି କିଛି ସୁଫଳ ମିଳିପାରୁ ନାହିଁ। ନିର୍ବାଚିତ ଏମ୍‌ପିମାନେ ଦୀର୍ଘ ବର୍ଷ ହେଲା ଲୋକସଭାରେ ଏନେଇ ଦାବି ଉପସ୍ଥାପନ କରୁଥିଲେ ହେଁ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଅଣଦେଖା କରିଚାଲିଛି। ନିକଟରେ ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ଓ ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଯଥାକ୍ରମେ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନକୁ ଡିଭିଜନ ମାନ୍ୟତା ଏବଂ ଭଦ୍ରକ-ଚାନ୍ଦବାଲି- ଅଖଣ୍ଡଳମଣି- ଯାଜପୁରକୁ ନୂତନ ରେଳପଥ ସଂଯୋଗ ପାଇଁ ଦାବି କରିଛନ୍ତି।
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତଟ ରେଳପଥ ପକ୍ଷରୁ ଯାଜପୁର ରୋଡରୁ ଧାମରା ପର୍ଯ୍ୟନ୍ତ ୨୦୧୨-୧୩ ମସିହାରେ ସର୍ବେକ୍ଷଣ ହୋଇଥିଲା। ୨୦୧୫ ଏପ୍ରିଲରେ ରେଳ ମନ୍ତ୍ରଣାଳୟ ଅଧୀନ ରେଲଓ୍ବେ ବୋର୍ଡ ନିକଟରେ ଏହାର ନଥିପତ୍ର ଦାଖଲ କରାସରିଛି। ଦୀର୍ଘ ୯୯.୯୫ କିମି ଏହି ରେଳପଥ ନିର୍ମାଣ ପାଇଁ ୯୯୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା। ଏହି ରେଳପଥ ନିର୍ମାଣ ହେଲେ ପୂର୍ବତଟ ରେଲଓ୍ବେ ବର୍ଷକୁ ୩୩ ପ୍ରତିଶତ ଲାଭବାନ ହେବ ବୋଲି ସର୍ଭେ କରିଥିବା ଅଧିକାରୀମାନେ ଜଣାଇଛନ୍ତି। ଯାଜପୁରରେ ବିଶ୍ୱପ୍ରସିଦ୍ଧ କ୍ଷେତ୍ରେଶ୍ୱରୀ ମା’ ବିରଜାଙ୍କ ଶକ୍ତିପୀଠ ଥିବାବେଳେ ଭଦ୍ରକ ଜିଲାର ଆରଡ଼ିଠାରେ ବିଶ୍ୱପ୍ରସିଦ୍ଧ ଆଖଣ୍ଡଳମଣୀ ଧାମ ରହିଛି। ଏହି ୨ଟି ଜାଗାକୁ ପ୍ରତ୍ୟେକ ଦିନ ଦେଶ ବିଦେଶରୁ ଯାତ୍ରୀମାନେ ଆସି ଦର୍ଶନ ଲାଭ କରିଥାନ୍ତି। ଏହି ରେଳପଥ ନିର୍ମାଣ ହେଲେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସମ୍ଭବ ହେବ। ଯାଜପୁର ଜିଲାର କଳିଙ୍ଗନଗର ଏସିଆ ମହାଦେଶର ଇସ୍ପାତ ରାଜଧାନୀଭାବେ ପରିଗଣିତ ହୋଇସାରିଲାଣି। ଏଠାରୁ ଧାମରା ଦେଇ ଦେଶ ବିଦେଶକୁ ମାଲ ପରିବହନ କରିବା ପାଇଁ ସୁଗମ ହେବ। ଏହି ରେଳପଥ ନିର୍ମାଣ ଦ୍ୱାରା ଜିଲାର ଉପତ୍ାଦିତ କୃଷିଜାତ ଦ୍ରବ୍ୟର ପରିବହନ ଉନ୍ନତି ଆସିବା ସହିତ ଖାଉଟି ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚିବା ଅଧିକ ସୁବିଧାଜନକ ହେବ ବୋଲି ଦାବି ହୋଇ ଆସିଛି। ଲୋକସଭାରେ ଜିଲାରୁ ପ୍ରତିନିଧିତ୍ୱ କରୁଥିବା ପ୍ରାୟ ସମସ୍ତ ଏମ୍‌ପି ଏନେଇ ଦାବି କରୁଛନ୍ତି। ହେଲେ କେନ୍ଦ୍ର ସରକାର ଏହି ଦାବିକୁ ଅଣଦେଖା କରି ଆସୁଥିବାରୁ ଜିଲାବାସୀଙ୍କ ବିଶ୍ୱାସଭାଜନ ହୋଇ ପାରୁ ନ ଥିବା ମତପ୍ରକାଶ ପାଇଛି। ଚଳିତ ଲୋକସଭା ଶୀତ ଅଧିବେଶନରେ ଯାଜପୁର ଏମ୍‌ପି ଶର୍ମିଷ୍ଠା ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନକୁ ସ୍ବତନ୍ତ୍ର ରେଳ ଡିଭିଜନ ମାନ୍ୟତା ଦେବାକୁ ଦାବି କରିଛନ୍ତି। ସେ ତାଙ୍କ ଦାବିରେ କହିଛନ୍ତି ଯେ, କେନ୍ଦ୍ର ସରକାର ଯାଜପୁର ଜିଲାର କଳିଙ୍ଗନଗରକୁ ଏସିଆର ବୃହତ ଶିଳ୍ପ ହବ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯାଜପୁରରେ ଏକ ରେଳୱେ ଡିଭିଜନ ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି। ଏଥିସହିତ ଏଠାରେ ଆବଶ୍ୟକ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜିଲାରେ ୪ଟି ଜଙ୍କସନ ଓ ୨୧ଟି ରେଳ ଷ୍ଟେଶନ ରହିଛି। ପଡୋଶୀ ଜିଲାରେ ରହିଥିବା ଧାମରା ଓ ପାରାଦୀପ ବନ୍ଦର ସହ ବାଣିଜି୍ୟକ କାରବାର ବୃଦ୍ଧି ପାଇଁ ଏହି ଡିଭିଜନର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ଅଗ୍ରାଧିକାର ଭିତ୍ତିରେ ଏଠାରେ ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ଏମ୍‌ପି ସେଠୀ ଦୃଢ ଦାବି ଜଣାଇଛନ୍ତି। ଏହାବାଦ ଭଦ୍ରକ ଏମ୍‌ପି ମଣ୍ଡଳ ମଧ୍ୟ ଭଦ୍ରକ-ଚାନ୍ଦବାଲି- ଅଖଣ୍ଡଳମଣି-ଯାଜପୁରକୁ ନୂତନ ରେଳପଥ ସମେତ ରାଉରକେଲା -ଭଦ୍ରକ ଭାୟା ଯାଜପୁର-କେନ୍ଦୁଝରରୋଡ ଏବଂ ଏକ ଦ୍ରୁତଗାମୀ ଟ୍ରେନ ରାଉରକେଲା-ଭଦ୍ରକ ଭାୟା ଯାଜପୁର-କେନ୍ଦୁଝରରୋଡ ଦେଇ ଚଳାଚଳ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷେ ଏନେଇ ବ୍ୟାସନଗର ନାଗରିକ କମିଟି, ଦସ୍ତଖତ ଅଭିଯାନ, ଯାଜପୁର-ଧାମରା ରେଳପଥ ସଂଯୋଗ କ୍ରିୟାନୁଷ୍ଠାନ କମିଟି, ବିରଜାକ୍ଷେତ୍ର ବିକାଶ ମଞ୍ଚ ଆଦି ଅନୁଷ୍ଠାନ ପକ୍ଷରୁ ଦାବି ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri