Posted inଖେଳ

ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌ ଆରମ୍ଭ

ଭୁବନେଶ୍ୱର, ୫।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌(ଓଟିପିଏଲ)ର ତୃତୀୟ ସଂସ୍କରଣ ବୁଧବାର କିଟ୍‌ ପରିସରରେ ଆରମ୍ଭ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଛନ୍ତି। ଅନ୍ୟ ଅତିଥିଙ୍କ ମଧ୍ୟରେ କ୍ରୀଡ଼ା ସଚିବ ବିଶାଲ ଦେବ, କିଟ୍‌ ଓ କିସ୍‌ର ପ୍ରୋ ଚାନ୍ସେଲର ପ୍ରଫେସର ସସ୍ମିତା ସାମନ୍ତ, କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ, ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଅକ୍ଷୟ କୁମାର ପରିଜା ପ୍ରମୁଖ ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ଓଡ଼ିଶା ଟେନିସ ଆସୋସିଏଶନ ସ୍ବିକୃତିପ୍ରାପ୍ତ ଏହି ପ୍ରତିଯୋଗିତାରେ ଦେଶର ୩୨ ଶୀର୍ଷ ର଼୍ୟାଙ୍କପ୍ରାପ୍ତ ଖେଳାଳି ଏବଂ ୩୨ ଜୁନିୟର ଖେଳାଳି ଅଂଶଗ୍ରହଣ କରିଛନ୍ତି। ଲିଗ୍‌ ୫ ଦିନଧରି ଚାଲିବ। ଫର୍ମାଟ ଅନୁସାରେ ଖେଳାଳିମାନଙ୍କୁ ୮ଟି ଦଳରେ ବିଭକ୍ତ କରାଯାଇଛି। ଦଳ ଗୁଡ଼ିକର ନାମ ହେଲା ଭୁବନେଶ୍ୱର ଓ୍ବାରିୟର୍ସ, କଟକ କନ୍‌କ୍ୱରର୍ସ, ପୁରୀ ଓ୍ବେଭର୍ସ, କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ, ଯାଜପୁର ଶୁଟର୍ସ, ଭଦ୍ରକ ଭିକ୍ଟର୍ସ, କ୍ୟାପିଟାଲ କିଙ୍ଗ୍ସ ଓ କିଟ୍‌ କିଲର ବିଜ୍‌। ”୨୦୧୭ରେ ଏହି ପ୍ରତିଯୋଗିତା ପରୀକ୍ଷାମୂଳକଭାବେ ଆରମ୍ଭ ହୋଇଥିଲା। ଏଥିରେ ଅନେକ ଅନ୍ତର୍ଜାତୀୟ ଖେଳାଳି ଅଂଶଗ୍ରହଣ କରୁଥିବାରୁ ସ୍ଥାନୀୟ ଖେଳାଳିମାନେ ସେମାନଙ୍କ ସହ ଖେଳି ନିଶ୍ଚିତ ଅନେକ ଅଭିଜ୍ଞତା ହାସଲ କରିପାରିବେ। ଭାଗ ନେଉଥିବା ୩୨ ଜୁନିୟର ଖେଳାଳି ଅଭିଜ୍ଞଙ୍କ ସହ ଖେଳିବା ପାଇଁ ଭଲ ସୁଯୋଗ ପାଇବେ“ ବୋଲି ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଦିଲୀପ ମହାନ୍ତି ପ୍ରକାଶ କରିଛନ୍ତି। ଦିଲ୍ଲୀ ଭିତ୍ତିକ ନୀଳାଚଳ ସ୍ପୋଟର୍‌ସ ଫାେଉଣ୍ଡଶନର ମାନସ ସନ୍ତାନ ଓଟିପିଏଲ ୮ ତାରିଖରେ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri