‘ଓଡ଼ିଶା ଟୁରିଜମ୍‌’କୁ ଆବଶ୍ୟକ ସେଲିବ୍ରିଟି ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ‘ଖୁସ୍‌ବୁ ଗୁଜରାଟ କି’ କ୍ୟାମ୍ପେନ୍‌ ହେଉ କି ‘ଅସମ୍‌ ଆସାମ୍‌’ କ୍ୟାମ୍ପେନ୍‌। ଅମିତାଭ ବଚ୍ଚନ ଓ ପ୍ରିୟଙ୍କା ଚୋପ୍ରାଙ୍କ ଭଳି ସେଲିବ୍ରିଟି କ୍ୟାମ୍ପେନର୍‌ ଉଭୟ ଗୁଜରାଟ ଓ ଆସାମ ପର୍ଯ୍ୟଟନକୁ ବେଶ୍‌ କିଛିପାଦ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ମାତ୍ର ବର୍ଷକ ମଧ୍ୟରେ ଗୁଜରାଟକୁ ପର୍ଯ୍ୟଟକଙ୍କ ଆଗମନ ୧୪ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ ଆସାମରେ ୧୧ ପ୍ରତିଶତରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ପାଦ ଦେଇଛନ୍ତି। ସେହିଭଳି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଓ ଝାଡ଼ଖଣ୍ଡ ଆଦି ରାଜ୍ୟର ପର୍ଯ୍ୟଟନ ସେଲିବ୍ରିଟି ଆମ୍ବାସାଡରଙ୍କ ପାଇଁ ବ୍ୟାପକ ହୋଇପାରିଛି। ମାତ୍ର ଓଡ଼ିଶା ଏ କ୍ଷେତ୍ରରେ ପଛରେ ପଡ଼ିଯାଇଛି। ସେଲିବ୍ରିଟି ବ୍ରାଣ୍ଡ୍‌ ଆମ୍ବାସାଡର ନ ଥିବାରୁ ଓଡ଼ିଶା ପର୍ଯ୍ୟଟନରେ ସେଭଳି ଆଖିଦୃଶିଆ ଅଭିବୃଦ୍ଧି ହୋଇପାରୁ ନ ଥିବା ନେଇ ହୋଟେଲିୟର ଏବଂ ଟୁର୍‌ ଅପରେଟରମାନେ ଏନେଇ ବିଭିନ୍ନ ସମୟରେ ଅଭିଯୋଗ ଆଣିଛନ୍ତି। ଏବେ ‘ଓଡ଼ିଶା ଟୁରିଜମ୍‌’ ପାଇଁ ସେଲିବ୍ରିଟି ବ୍ରାଣ୍ଡ୍‌ ଆମ୍ବାସାଡର ଆବଶ୍ୟକତା ରହିଛି। ନିକଟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫ମ ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟକୁ ଦିଆଯାଇଥିବା ପ୍ରସ୍ତାବରେ ମଧ୍ୟ ଏହା ଉପରେ ଗୁରୁତ୍ୱ ଦିଆଯାଇଛି।
ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବାକୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରିନାହିଁ। କମ୍‌ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିବା ଏବେ ଚିନ୍ତାର ବିଷୟ ହୋଇଛି। ତେବେ ହୋଟେଲିୟର ଏବଂ ଟୁର୍‌ ଅପରେଟରଙ୍କ କହିବାନୁଯାୟୀ, ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ଲାଗି ସେଲିବ୍ରିଟି ବ୍ରାଣ୍ଡ୍‌ ଆମ୍ବାସାଡର ନାହାନ୍ତି। ବିଭାଗ ପକ୍ଷରୁ ଡିସ୍‌କଭରି, ସିଏନ୍‌ଏନ୍‌, ଟ୍ରାଭେଲ ଏକ୍ସପି, ଫକ୍ସ୍‌ ଓ ବିବିସି ଭଳି ଇଣ୍ଟରନ୍ୟାଶନାଲ ଏବଂ ଟାଇମ୍ସ, ଷ୍ଟାର୍‌, ଭାୟାକମ୍‌ ଓ ଏବିପି ଭଳି ବିଭିନ୍ନ ଜାତୀୟସ୍ତରୀୟ ପ୍ଲାଟ୍‌ଫର୍ମରେ ବିଜ୍ଞାପନ ଦିଆଯାଉଥିଲେ ମଧ୍ୟ ଏହା ପର୍ଯ୍ୟଟକଙ୍କୁ ସେତେଟା ଆକୃଷ୍ଟ କରିପାରିନି। ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଓଡ଼ିଶା ଅଧ୍ୟକ୍ଷ ଜେ.କେ. ମହାନ୍ତି ନିକଟରେ କହିଥିଲେ, ବଲିଉଡ୍‌ କଳାକାର କିମ୍ବା କ୍ରୀଡା ତାରକାଙ୍କ ଫେସ୍‌ ଭ୍ୟାଲ୍ୟୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏବେ ଓଡ଼ିଶା ପର୍ଯ୍ୟଟନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର କରିଛି। ଟିଭି ଚ୍ୟାନେଲ ବିଜ୍ଞାପନରେ ଓଡ଼ିଆ ଅଭିନେତ୍ରୀ, ଅଭିନେତାଙ୍କୁ ଦେଖିବାକୁ ମିଳୁଛି। ହେଲେ ଦେଶ କିମ୍ବା ବିଦେଶରେ ଏମାନେ ସେତେଟା ପରିଚିତ ନ ଥିବାରୁ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକର୍ଷିତ କରିବାରେ ବିଭାଗ ସଫଳ ହୋଇପାରୁନି।
ଅନ୍ୟପକ୍ଷରେ ଆସାମ ଟୁରିଜମ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଥିବା ଗ୍ଲୋବାଲ ଷ୍ଟାର୍‌ ପ୍ରିୟଙ୍କାଙ୍କ ‘ଅସମ୍‌ ଆସାମ୍‌’ କ୍ୟାମ୍ପେନ୍‌ ପାଇଁ ଆସାମକୁ ୨୦୧୭ ତୁଳନାରେ ୨୦୧୮ରେ ଅଧିକ ୧୧.୭% ପର୍ଯ୍ୟଟକ ଆସିଥିଲେ। ଗୁଜରାଟ ଟୁରିଜମ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଅମିତାଭଙ୍କ ‘ଖୁସ୍‌ବୁ ଗୁଜରାଟ କି’ କ୍ୟାମ୍ପେନ୍‌ ଓ ପଶ୍ଚିମବଙ୍ଗ ପର୍ଯ୍ୟଟନ ବ୍ରାଣ୍ଡ୍‌ ଆମ୍ବାସାଡର ଶାହାରୁଖ୍‌ ଖାନ୍‌ଙ୍କ ‘ବ୍ରାଣ୍ଡ୍‌ ଏସ୍‌ଆର୍‌କେ’ ସେହି ରାଜ୍ୟ ପର୍ଯ୍ୟଟନକୁ ବିଶ୍ୱବ୍ୟାପୀ କରିପାରିଛି। ସେହିଭଳି ଝାଡ଼ଖଣ୍ଡ ଟୁରିଜମ୍‌ର ବ୍ରାଣ୍ଡ ଆମ୍ବାସାଡର ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର୍‌ କ୍ରିକେଟର୍‌ ମହେନ୍ଦ୍ର ସିଂ ଧୋନୀ ଥିବାବେଳେ ଗୋଆ ଟୁରିଜମ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଅଛନ୍ତି ପ୍ରାଚୀ ଦେଶାଇ। ନିକଟରେ ଆନ୍ଧ୍ରପ୍ରଦେଶ ସରକାର ଏହାର ପର୍ଯ୍ୟଟନର ପ୍ରଚାର ପ୍ରଚାର ପାଇଁ ଜଣେ ଖ୍ୟାତନାମା ସେଲିବ୍ରିଟିଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର କରିବାକୁ ଯୋଜନା କରିଥିବା ମଧ୍ୟ ସୂଚନା ମିଳିଛି। ଏଭଳିସ୍ଥଳେ ଷ୍ଟାଣ୍ଡିଂ କମିଟି ରିପୋର୍ଟ ମୁତାବକ ଓଡ଼ିଶା ପର୍ଯ୍ୟଟନ ଯଦି ବ୍ରାଣ୍ଡ୍‌ ଆମ୍ବାସାଡର କନ୍‌ସେପ୍ଟକୁ କେବଳ ଯୋଜନା ମଧ୍ୟରେ ସୀମିତ ରଖେ ତା’ହେଲେ ରାଜ୍ୟ ପର୍ଯ୍ୟଟନର ବିକାଶ ଅସମ୍ଭବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri