ଓଡ଼ିଶା କଳା ଓ କଳାକାରଙ୍କ ଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୩(ବ୍ୟୁରୋ):ଭାରତବର୍ଷର ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରହିଛି। ଦୀର୍ଘ ସମୟ ଧରି ବିଭିନ୍ନ ସଂସ୍କୃତିର ସମାହାରରେ ଆମ ସଂସ୍କୃତି ପରିପୁଷ୍ଟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସୋମବାର ଜନତା ମଇଦାନଠାରେ ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାକୁ ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଗଦେଇ ଉଦ୍‌ଘାଟନ କରିିଛନ୍ତି। ଏଥିସହ ଏକ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି, ଓଡ଼ିଶା କଳା ଓ କଳାକାରଙ୍କ ଭୂମି। ଆମର ଚିତ୍ରକଳା, ଭାସ୍କର୍ଯ୍ୟ, ସ୍ଥାପତ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ, ସଙ୍ଗୀତ ଓ ନୃତ୍ୟ ଆମ ଉତ୍କଳୀୟ ସଂସ୍କୃତିରେ ପ୍ରତିଫଳିତ। ଦେଶର ବିଭିନ୍ନ ପ୍ରାନ୍ତରୁ ଶିଳ୍ପୀ, ବୁଣାକାର, କାରିଗରମାନଙ୍କର ସମାହାର ମାଧ୍ୟମରେ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ଜାତୀୟ ସଂହତିର ଚମତ୍କାର ପ୍ରତିଫଳନ ଦେଖିବାକୁ ମିଳେ। ରାଜଧାନୀ ଭୁବନେଶ୍ୱରକୁ କଳା ଓ କଳାପ୍ରେମୀମାନଙ୍କୁ ଆକୃଷ୍ଟ କରିବାରେ ତୋଷାଳି ମେଳା ସଫଳ ହୋଇଛି। କୋଭିଡ୍‌ ମହାମାରୀ ସମୟରେ ଏହି ମେଳା ଆୟୋଜିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ମେଳା ସହିତ ସମ୍ପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଉଦ୍‌ଘାଟନୀ ଉତ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ବିଭାଗୀୟ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରମାନଙ୍କ ଜୀବନଜୀବିକାର ସୁରକ୍ଷା, ଆର୍ଥିକ ଅଭିବୃଦ୍ଧି, ସେମାନଙ୍କର ଉତ୍ପାଦର ବିକ୍ରିବଟା ଏବଂ ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଏକ ବୃହତ୍‌ ବଜାରର ସୁବିଧା ସୃଷ୍ଟି କରିପାରିଛି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଉଦ୍‌ଘାଟନୀ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ, ପାଲା, ଯୋଡ଼ିଶଙ୍ଖ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ତୋଷାଳି ମେଳା ୧୪ଦିନ ଧରି ଚାଲିବ। ପ୍ରତ୍ୟେକ ଦିନ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଷ୍ଟଲରେ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ବିକ୍ରିବଟା ହେବାର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri