Posted inଖେଳ

ଓଡ଼ିଶା ଏଫ୍‌ସିରେ ଥୋଇବା ସାମିଲ

ଭୁବନେଶ୍ୱର, ୧୭ ।୬(କ୍ରୀଡ଼ା ପ୍ରତିନିଧି)-
ଭାରତୀୟ ଯୁବ ଫୁଟବଲର ଥୋଇବା ସିଂ ମୋଇରାଙ୍ଗଥେମ୍‌ ଓଡ଼ିଶା ଏଫସି ଦଳରେ ଯୋଗ ଦେଇଛନ୍ତି। ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ୭ମ ସଂସ୍କରଣ ପୂର୍ବରୁ ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ୧୭ ବର୍ଷୀୟ ସେଣ୍ଟ୍ରାଲ ମିଡ୍‌ଫିଲ୍ଡରଙ୍କ ସହ ୩ ବର୍ଷିଆ ଚୁକ୍ତି କରିଛି। ମଣିପୁରର ଏହି ଫୁଟବଲ ପ୍ରତିଭା ଭାରତୀୟ ଦଳ ପକ୍ଷରୁ ବିଭିନ୍ନ ବୟସବର୍ଗର ପ୍ରତିଯୋଗିତା ଖେଳିଛନ୍ତି। ଏହା ବ୍ୟତୀତ ସେ ଆଇ-ଲିଗ୍‌ ଦଳ ମିନର୍ଭା ପଞ୍ଜାବ ପକ୍ଷରୁ ଗତ ୨ ସିଜନ ଧରି ଖେଳି ଆସୁଥିଲେ। ମିନର୍ଭା ପକ୍ଷରୁ ଖେଳିବା ଅବସରରେ ସେ ଗତବର୍ଷ ଏଏଫସି କପ୍‌ରେ ସର୍ବକନିଷ୍ଠ ଖେଳାଳିଭାବେ ଏକ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ନୂଆ ଚୁକ୍ତି ସମ୍ପର୍କରେ ସୂଚନା ଦେଇ କ୍ଲବ ସଭାପତି ରୋହନ ଶର୍ମା କହିଛନ୍ତି ଯେ, ”ଥୋଇବା ଜଣେ ଆଗ୍ରହୀ ଖେଳାଳି ଏବଂ ବହୁ ପ୍ରତିଭାର ଅଧିକାରୀ। ସେ ଓଡ଼ିଶା ଏଫସି ଦଳରେ ସାମିଲ ହୋଇଥିବାରୁ ମୁଁ ବହୁତ ଖୁସି। ସେ ଜଣେ କମ୍‌ ବୟସର ଖେଳାଳି ହୋଇଥିଲେ ହେଁ ଭାରତୀୟ ଯୁବ ଦଳରେ ଏବଂ ଆଇ-ଲିଗ୍‌ରେ ଖେଳିବାର ଅଭିଜ୍ଞତା ରଖିଛନ୍ତି। ତାଙ୍କ ମେଣ୍ଟର ଭିନିତ କ୍ଲବର ବିଚାରଧାରା ଅନୁସାରେ ତାଙ୍କୁ ଆଗକୁ ବଢ଼ିବାରେ ଏବଂ ଅଭିଜ୍ଞ ହେବାରେ ସହଯୋଗ କରିବେ। ଚଳିତ ବର୍ଷ ଶ୍ରେଷ୍ଠ ପ୍ରଦର୍ଶନ ସହ ଭବିଷ୍ୟତରେ ସେ ଜଣେ ଉତ୍ତମ ଖେଳାଳି ହେବା ଆଶା ରହିଛି“। ଆଇଏସଏଲ ଖେଳିବା ପାଇଁ ଥୋଇବା ମଧ୍ୟ ବ୍ୟଗ୍ରତା ପ୍ରକାଶ କରିଛନ୍ତି। ”ଓଡ଼ିଶା ଏଫସି ପକ୍ଷରୁ ଖେଳି ଆଇଏସଏଲ କ୍ୟାରିୟର ଆରମ୍ଭ କରିବାକୁ ମୁଁ ବ୍ୟଗ୍ର। ସେଠାରେ ଉତ୍ତମ ପ୍ରଦର୍ଶନ ସହ ମୁଁ ଭାରତୀୟ ଦଳରେ ମଧ୍ୟ ସ୍ଥାନ ପାଇବାକୁ ଆଶା ରଖିଛି। ଭାରତର ଅନେକ ଯୁବ ଖେଳାଳିଙ୍କୁ ନେଇ ଓଡ଼ିଶା ଏଫସି ସମୃଦ୍ଧ। ଏହାର ଏକ ସଦସ୍ୟ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହି ଦଳ ପକ୍ଷରୁ ଖେଳି ଜ୍ଞାନ ଆହରଣ ସହ ଉନ୍ନତି କରିବା ନେଇ ମୁଁ ଦୃଢ଼ନିଶ୍ଚିତ“ ବୋଲି ନିଜ ପ୍ରତିକ୍ରୀୟାରେ ଥୋଇବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri