ଓଡ଼ିଶାରେ ଭାଷା

ଲୋକନାଥ ପଣ୍ଡା

ଫେବୃଆରୀ ମାସରେ ତିନିଦିନ ଧରି ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ମଧ୍ୟ ଖୋଲା ହୋଇଛି। ନିକଟରେ ଓଡ଼ିଆ ଭାଷାର ପ୍ରଚାର ଓ ଉନ୍ନତି ନିମନ୍ତେ ବିଭିନ୍ନ ପ୍ରକାର ପଦକ୍ଷେପ ନେବା ପାଇଁ ସରକାର ଘୋଷଣା କରିଛନ୍ତି। ନିଶ୍ଚୟ ସମସ୍ତେ ଆଶା ରଖିବେ ଯେ, ଓଡ଼ିଆ ଭାଷା ଏହି ଦୃଷ୍ଟିରୁ ପ୍ରଚାର ଓ ପ୍ରସାର ହେବା ସହିତ ବିକାଶ ହୋଇପାରିବ ଏବଂ ଓଡ଼ିଆ ଭାଷାଭାଷୀ ଲୋକେ ନିଜ ମାତୃଭାଷାକୁ ଅଧିକରୁ ଅଧିକ ଭଲ ପାଇବେ।
ଓଡ଼ିଶା ସରକାର ଏବଂ କେନ୍ଦ୍ର ସରକାର ଉଭୟଙ୍କର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ବୋଲି ଗୋଟିଏ ବିଭାଗ ରହିଛି। ସେହି ବିଭାଗ ତରଫରୁ ୬୨ ପ୍ରକାର ଜନଜାତି ଭାଷାଭାଷୀ ଲୋକ ଓଡ଼ିଶାରେ ବସବାସ କରନ୍ତି ବୋଲି ଦର୍ଶାଯାଉଛି। ଯଦି ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେ କହିବା, ତେବେ ପାଖାପାଖି ୩୦ ପ୍ରକାର ଭାଷାଭାଷୀ ଲୋକ ବର୍ତ୍ତମାନ ମଧ୍ୟ କଥିତ ଭାଷାରେ କଥା ହେଉଛନ୍ତି ବୋଲି ବିଭିନ୍ନ ପ୍ରକାର ଗବେଷଣା ଓ ଅଧ୍ୟୟନରୁ ଜଣାପଡ଼େ। ଆମେ ଯଦି ଏଥିମଧ୍ୟରୁ ପ୍ରମୁଖ ଭାଷାଭାଷୀ ଜନଜାତି ଭାଷା ଦେଖିବା, ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଆଦିବାସୀ ଭାଷାରେ ପ୍ରାଥମିକ ସ୍ତରରେ ୧୪ଟି ଭାଷାରେ ସରକାରଙ୍କ ତରଫରୁ ଶିକ୍ଷାଦାନ ହେଉଛି ବୋଲି ସରକାରଙ୍କ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ତରଫରୁ ଦର୍ଶାଯାଉଛି। ଅଙ୍ଗନଓ୍ବାଡ଼ିରେ ମାତୃଭାଷାରେ ଶିକ୍ଷାଦାନ ଦେବାର ବ୍ୟବସ୍ଥା ରହିଛି। ଓଡ଼ିଆ ଭାଷା ସହିତ ଯଦି ଆମେ ଅନ୍ୟ କିଛି ଭାଷା, ଯେଉଁ ଭାଷାଗୁଡ଼ିକ ଆଦିମ ଭାଷା ଏବଂ ଓଡ଼ିଶାର ଭାଷାକୁ ସମ୍ମାନ ଦେବାର ବ୍ୟବସ୍ଥା କରିଥାଆନ୍ତେ, ତେବେ ଆମେ ଓଡ଼ିଆବାସୀଙ୍କୁ ସମ୍ମାନ ଦେବା ସହିତ ଜନଜାତିଙ୍କୁ ତଥା ବିବିଧତା ମଧ୍ୟରେ ଏକତାକୁ ମଧ୍ୟ ସମ୍ମାନ ଦେଇଥାଆନ୍ତେ ଏବଂ ଅନ୍ୟ ଜନଜାତି ଭାଷାଭାଷୀ ମଧ୍ୟ ସେମାନଙ୍କର ଭାଷାକୁ ନେଇ ସ୍ବାଭିମାନୀ ହୋଇପାରନ୍ତେ!
ବିଭିନ୍ନ ଜନଜାତି ତଥା ଆଦିମ ଭାଷାଭାଷୀଙ୍କ ବିକାଶ ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଗଠିତ ହୋଇଛି। ଏଥିସହିତ ଓଡ଼ିଶାର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ବତନ୍ତ୍ର ଭାବରେ ଜନଜାତିଙ୍କ ବିକାଶ ନିମନ୍ତେ ସ୍ବତନ୍ତ୍ର ସଂସ୍ଥା ରହିଛି, ଯଥା: ଗଜପତି ଓ ରାୟଗଡ଼ାରେ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା, ମାଲକାନଗିରିରେ ବଣ୍ଡା ଉନ୍ନୟନ ସଂସ୍ଥା, ପାହାଡ଼ି ଭୂୟଁା ଉନ୍ନୟନ ସଂସ୍ଥା ପରି ଅନେକ ସଂସ୍ଥା ରହିଛି । ଏଥିସହିତ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ସଂସ୍ଥା ରହିଛି, ଯେଉଁ ସଂସ୍ଥାଗୁଡ଼ିକ ଅନୁସୂଚିତ ଜନଜାତିଙ୍କ ବିକାଶ ନିମନ୍ତେ ତୃଣମୂଳ ସ୍ତରରେ ସେମାନଙ୍କର ଉନ୍ନତି କିପରି ହେବ, ସେଥିନିମନ୍ତେ କାର୍ଯ୍ୟ କରୁଛନ୍ତି। ଯଦି ଆମେ ପର୍ଯ୍ୟାଲୋଚନା କରିବା ତେବେ ଭାଷା, ସଂସ୍କୃତିକୁ ବଞ୍ଚାଇବା ପାଇଁ ଯାହା କିଛି କାର୍ଯ୍ୟକ୍ରମ ହେଉଛି, ସେମାନଙ୍କର ଭାଷାକୁ ବଞ୍ଚେଇବାରେ ବିଶେଷ ଫଳପ୍ରଦ ହେଉନାହିଁ। ଏହା ସୂଚନା ଦେବାର ଉଦ୍ଦେଶ୍ୟ ଯଦି ଆମେ ବିଶ୍ୱ ସଙ୍ଗଠନର ବିଭିନ୍ନ ଅଧ୍ୟୟନରୁ ଦେଖିବା ଓଡ଼ିଶାର ଅନେକ ଜନଜାତି ଭାଷା ଆସ୍ତେ ଆସ୍ତେ ଲୋପ ପାଇବାକୁ ବସିଲାଣି କିମ୍ବା ବ୍ୟବହାରରେ କମିବାରେ ଲାଗିଛି ଏବଂ ବିପଦସଙ୍କୁଳ ଅବସ୍ଥାରେ ରହିଛି।
ଯଦି ଆମେ ତଥ୍ୟ ଦେଖିବା, ତେବେ ଓଡ଼ିଶାରେ ଅନେକ ଜନଜାତିଙ୍କ ଭାଷା ରହିଛି, ଯେଉଁ ଭାଷାଗୁଡ଼ିକ ଲୋପ ପାଇବାକୁ ବସିଲାଣି କିମ୍ବା ଦ୍ରୁତ ଗତିରେ କମି କମି ଆସୁଛି। ତଥ୍ୟ କହୁଛି ସାରା ବିଶ୍ୱରେ ଭାଷାଗୁଡ଼ିକ ହଜି ହଜି ଯାଉଛି। ସବୁଠାରୁ ବଡ଼ କଥା ହେଲା, ଆଦିବାସୀଙ୍କ ବିକାଶ ପାଇଁ ଯେଉଁ ସରକାରୀ ଉନ୍ନୟନ ସଂସ୍ଥାଗୁଡ଼ିକ ରହିଛି, ସେହି ସଂସ୍ଥାଗୁଡ଼ିକ ଭାଷାକୁ ବଞ୍ଚେଇବା ପାଇଁ ବିଶେଷ ପଦକ୍ଷେପ ନେବା ନିମନ୍ତେ ତାଙ୍କର କାର୍ଯ୍ୟସୂଚୀରେ ନାହିଁ। ସରକାରଙ୍କ ନୀତି ରହିଛି ସମସ୍ତଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା! ସରକାରଙ୍କ ତରଫରୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆର୍ଥିକ ସ୍ତରରେ ଏବଂ ଭାଗୀଦାରି ମାଧ୍ୟମରେ ମୁଖ୍ୟସ୍ରୋତରେ ସାମିଲ ପାଇଁ ପ୍ରୟାସ କରୁଛନ୍ତି। କିନ୍ତୁ ଭାଷାର ଉନ୍ନତି, ଭାଷା ବଞ୍ଚତ୍ବା ପାଇଁ ବିଶେଷ କାର୍ଯ୍ୟକ୍ରମ ହେଉନାହିଁ। ଯଦି ହେଉଛି ତାହା ଫଳପ୍ରଦ ହେଉନାହିଁ। ଯଦିଓ ଭାଷାର ଭବିଷ୍ୟତକୁ ନେଇ ସଠିକ୍‌ ଭାବରେ ଗବେଷଣା ହୋଇପାରିଥାଆନ୍ତା, ତେବେ ଏହାର ପ୍ରଭାବ ଭଲ ପଡ଼ିଥାଆନ୍ତା।
ଦେଖାଯାଉଛି, ଯେଉଁ ଆଦିବାସୀ ଅଞ୍ଚଳରେ ବିକାଶ ପହଞ୍ଚୁଛି, ସେଠାରେ ଭାଷାମାନ ଆଉ ପରପିଢ଼ିକୁ ସମ୍ପ୍ରସାରିତ ହେଉନାହିଁ! ଆମ ରାଜ୍ୟରେ ମଧ୍ୟ ଅନେକ ଭାଷା ମୃତ୍ୟୁମୁଖରେ ପଡ଼ିବେ, ଏ ସବୁ ଆଶଙ୍କା ଦେଖାଦେଲାଣି! ଓଡ଼ିଶାରେ ସାନ୍ତାଳୀଙ୍କୁ ଛାଡ଼ିଦେଲେ ଆଦିବାସୀ ଭାଷାଗୁଡ଼ିକ ବ୍ୟାବହାରିକ କ୍ଷେତ୍ରରେ ଅଧିକ ଅବହେଳା କରିବାର ଦେଖାଯାଏ। ସାନ୍ତାଳୀ ଭାଷାର ବିକାଶ ମୁଖ୍ୟତଃ ସେହି ଗୋଷ୍ଠୀଙ୍କ ଦ୍ୱାରା ହିଁ ହୋଇଛି। ସେମାନଙ୍କର ଆତ୍ମବିଶ୍ୱାସ ଓ ନିଜର ଭାଷାକୁ ଭଲପାଇବା ଦ୍ୱାରା ହିଁ ଆଜି ଭଲ ସ୍ଥିତିରେ ପହଞ୍ଚତ୍ଛି। ଭାଷା ହେଉଛି ଜ୍ଞାନର ଭଣ୍ଡାର। ପରିବେଶକୁ ପୁଷ୍ଟ କରିବାର ଏଥିରେ ନିଜସ୍ବ ଜ୍ଞାନ ଭରି ରହିଛି। କିନ୍ତୁ ଅନ୍ୟ ଭାଷାଭାଷୀ ସମ୍ପର୍କରେ ଦେଖିବା, ଭାଷାକୁ ଉପେକ୍ଷା କରିବା ଦ୍ୱାରା ହିଁ କାଳଚକ୍ରରେ ପଡ଼ି ଆଦିମ ଭାଷାଗୁଡ଼ିକ ଲୋପ ପାଇଯାଆନ୍ତି। ଭାଷା ମରିଯିବା ଦ୍ୱାରା ହଜାର ହଜାର ବର୍ଷର ସାଇତା ସଂସ୍କୃତି, ଇତିହାସ, ଲୋକକଥା, ବିଜ୍ଞାନ ସବୁ ହଜି ଯାଇଥାଏ। ଭାଷାଟିଏ ହଜିଗଲେ ମାନବ ସମାଜ କେବଳ ଦରିଦ୍ର ହୁଏ ନାହିଁ, ବିପନ୍ନ ମଧ୍ୟ ହୁଏ। ଅନେକ ଭାଷାବିଜ୍ଞାନୀ କହିଲେଣି, ଭାଷା ବିପନ୍ନ ହେବା ମାନବ ଜାତି ପାଇଁ ମଧ୍ୟ ବିପନ୍ନ ଆଣିଦେଇଥାଏ।
କିଛି ବର୍ଷ ପୂର୍ବେ ମୁଁ କିଛି ଆଦିବାସୀ ଅଞ୍ଚଳର ଅଭିଭାବକଙ୍କ ସହ ଆଲୋଚନା କରୁଥିଲି। ଅଧିକାଂଶ ଅଭିଭାବକ ଥିଲେ ଚାଷୀ ତଥା ଖଟିଖିଆ ଓ ଶ୍ରମିକ ବର୍ଗର। ମୁଖ୍ୟତଃ ସଉରା, କୁଇ ଏବଂ ଡଙ୍ଗରିଆ କନ୍ଧଙ୍କ ସହ ଆଲୋଚନା କରୁଥିଲି। ସଉରା ଅଭିଭାବକଙ୍କ ସହ କଥା ହେବା ବେଳେ ଅଭିଭାବକ ଜଣକ କହିଲେ, ଆମ ଶିଶୁର ମାତୃଭାଷା ହେଉଛି ସଉରା। ସେ ଓଡ଼ିଆ ପଢ଼ିଲା ବେଳକୁ ତା’ ପାଇଁ ଓଡ଼ିଆ ହେଉଛି ବିଦେଶ ଭାଷା। ସେ ଓଡ଼ିଆ ବଦଳରେ କାହିଁକି ଇଂଲିଶ୍‌ ପଢ଼ିବ ନାହିଁ? ଇଂଲିଶ୍‌ ପଢ଼ିଥିଲେ ଅନ୍ତତଃ ସେ ବାହାରକୁ କିମି (ଅରୁଣାଚଳ ପ୍ରଦେଶ), ହାଇଦ୍ରାବାଦ କିମ୍ବା ଅନ୍ୟ କେଉଁଠିକୁ କାମ କରିବାକୁ ଗଲାବେଳେ ତାକୁ ଭାଷା ସାହାଯ୍ୟ କରିବ। ଏହି ଦୃଷ୍ଟିରୁ ଆମେ ଆମ ଶିଶୁଙ୍କୁ ବାହାର ରାଜ୍ୟରେ ଥିବା ହଷ୍ଟେଲ (ମାଗଣା)ରେ ନେଇ ଛାଡ଼ୁଛୁ।
ଓଡ଼ିଆରେ ଯେତେ ଭାଷା ଆଦିମ ଭାବରେ ରହିଆସିଛି, ସେହି ଭାଷା ବିଷୟ ଚିନ୍ତା କରିବା ଜରୁରୀ। କାରଣ ଭାଷା-ଭାଷୀ ସଂଖ୍ୟା ଓ ଐତିହ୍ୟ ଥାଇ ମଧ୍ୟ ଭାଷାସବୁ ସୁରକ୍ଷିତ ନୁହନ୍ତି। ଭାଷାର ଜୀବନ ଶକ୍ତି ରହିଛି, ଭାଷାଭାଷୀଙ୍କର ଭାଷା-ପ୍ରାଣ, ମାନସିକତା ଓ ଭାଷା ପ୍ରତି ପ୍ରତିବଦ୍ଧତାରେ ପ୍ରତିଫଳିତ ହୁଏ। ଆତ୍ମ-ପରିଚୟ ନିଜର ଭାଷା ହିଁ ଦେଇଥାଏ। ଓଡ଼ିଶାରେ ଭାଷାର ବିବିଧତା ଯାହା ରହିଛି, ତାହାକୁ ଆମକୁ ସମୃଦ୍ଧିର ପ୍ରତୀକ ଭାବରେ ଗ୍ରହଣ କରିବାକୁ ପଡ଼ିବ। ଗୋଟଏ ଶ୍ରେଣୀଗୃହରେ ଯଦି ତିନି ଚାରି ପ୍ରକାର ଭାଷାଭାଷୀ ଶିଶୁ ଅଛନ୍ତି, ତାହାହେଲେ ଶିକ୍ଷକ ନିଜକୁ ଭାଗ୍ୟବାନ ମନେ କରି ଏହିମାନଙ୍କୁ ବହୁଭାଷୀୟ ଶିକ୍ଷାଦାନ କିପରି ହୋଇପାରିବ, ସେଥିନିମନ୍ତେ ନିଜେ ପ୍ରୟୋଗ କରି ପର୍ଯ୍ୟବେକ୍ଷଣ କରିବାକୁ ପଡ଼ିବ। ଭାଷାକୁ ବଞ୍ଚେଇବା ପାଇଁ ଗୋଷ୍ଠୀ ସ୍ତରରେ ପ୍ରୟାସ କରିବାକୁ ପଡ଼ିବ। ଗୋଷ୍ଠୀ ଏଥିରେ ପ୍ରମୁଖ ଭୂମିକା ନେବାକୁ ପଡ଼ିବ।
ଓଡ଼ିଶାରେ ଭାଷା, ସଂସ୍କୃତି, ଧର୍ମକୁ ନେଇ ବିବିଧତା ରହିଛି। ଆମେ ବିବିଧତା ମଧ୍ୟରେ ଏକତାରେ ରହିବା। ବିବିଧତାକୁ ସମ୍ମାନ ଦେବା। ଓଡ଼ିଆ ଭାଷାକୁ ଯେପରି ଆଦର କରୁଛେ, ଆଦିବାସୀ ଭାଷାଗୁଡ଼ିକ କିପରି ସମୃଦ୍ଧ ହେବ, ସମୃଦ୍ଧ ନ ହେଲେ ମଧ୍ୟ ବଞ୍ଚତ୍ ରହିବ, ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଗୋଟିଏ ପ୍ରମୁଖ ବାକ୍ୟ ଥିଲା, ‘ଭାଷା ହିଁ ଭବିଷ୍ୟତ’ା ଓଡ଼ିଶାରେ ବର୍ତ୍ତମାନ ଯେତିକି କଥିତ ଓ ଲିଖିତ ଭାଷା ରହିଛି, ଅବଶ୍ୟ ଆମେ ସେହି ଭାଷାଗୁଡ଼ିକ ଭବିଷ୍ୟତରେ ରହିବା ପାଇଁ ପ୍ରୟାସ କରିବା। ଓଡ଼ିଆ ଭାଷାକୁ ବଞ୍ଚାଇବା ପାଇଁ ଯେପରି ପ୍ରୟାସ ହେଉଛି, ଆଦିବାସୀ ଭାଷାକୁ ବଞ୍ଚାଇବା ପାଇଁ ପ୍ରୟାସ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଉପଯୁକ୍ତ ଭାବରେ ଏବଂ ସଠିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଗବେଷଣା ହେବା ଦରକାର। ଜନଜାତିଙ୍କ ମଧ୍ୟରେ ଯେପରି ଆତ୍ମସମ୍ମାନ, ଆତ୍ମବିଶ୍ୱାସ ବିକାଶ ହେବ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡ଼ିବ। କେବଳ ନାଚ, ଗୀତ ମଧ୍ୟରେ ନ ରହି ସେମାନଙ୍କର ସଂସ୍କୃତି, ଭାଷା ଶିକ୍ଷା, ଜ୍ଞାନକୌଶଳକୁ ନେଇ ଗବେଷଣା କରିବାକୁ ପଡ଼ିବ ଏବଂ ଏଥିପାଇଁ ଯୁବବର୍ଗଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବାକୁ ପଡ଼ିବ। ଯଦି ଆଦିବାସୀ ଭାଷାଗୁଡ଼ିକ ମୃତ୍ୟୁମୁଖରେ ପଡ଼ିବ, ତେବେ ଓଡ଼ିଆ ଭାଷାର ସ୍ଥିତି ମଧ୍ୟ ଆଜି ନ ହେଲେ ପରବର୍ତ୍ତୀ ସମୟରେ ଚିନ୍ତାର ବିଷୟ ହେବ, ଏଥିରେ ସନ୍ଦେହ ନାହିଁ।
୪ର୍ଥ ଗଳି, ହାତିପଥର ରାସ୍ତା, ରାଣୀଗୁଡ଼ା, ରାୟଗଡ଼ା, ମୋ: ୯୪୩୮୦୮୧୪୩୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri