ଓଡ଼ିଶାରେ ଇ-ଯାନ ମାନୁଫାକ୍‌ଚରିଂ କରିବ ଓମ୍‌ ଜୟ ଇଭି

ଭୁବନେଶ୍ୱର, ୨୧-୭(ବ୍ୟୁରୋ): ଓମ୍‌ ଜୟ ଇଭି ଲିମିଟେଡ ରାଜ୍ୟରେ ବ୍ୟାଟେରି ଚାଳିବ ସ୍କୁଟର ନିର୍ମାଣ କରିବ। ଯାଜପୁର ଜିଲାର ବଡଚଣାଠାରେ ୧୦ ଏକର ପରିମିତ ସ୍ଥାନରେ କମ୍ପାନୀ ଏଥି ଲାଗି ଏକ ଷ୍ଟେଟ୍‌ ଅଫ୍‌ ଆର୍ଟ ମାନୁଫାକଚରିଂ ଫାସିଲିଟି ନିର୍ମାଣ କରୁଛି। ଏଥିରେ ବ୍ୟାଟେରି ଏବଂ ଚେସିିସ୍‌ ମଧ୍ୟ ପ୍ରସ୍ତୁତ କରାଯିବ। ବର୍ତ୍ତମାନ ସୁଦ୍ଧା ୟୁନିଟ୍‌ରେ ୮୦ କୋଟି ଟଙ୍କା ବିନିଯୋଗ କରାଯାଇଛି। ଆଗାମୀ ଦିନରେ ଏଥିରେ ୧୨୦ କୋଟି ଟଙ୍କା ନିବେଶ ହେବ ବୋଲି କମ୍ପାନୀର ନିର୍ଦ୍ଦେଶକ ହର୍ଷବର୍ଦ୍ଧନ ଦିଦ୍‌ଓ୍ବାନିଆ ସୂଚନା ଦେଇଛନ୍ତି।
ଶନିବାର କମ୍ପାନୀ ପକ୍ଷରୁ ପ୍ରସ୍ତୁତ ୪ ମଡେଲକୁ ବଜାର ପ୍ରବେଶ କରାଇ ସେ କହିଛନ୍ତି ଯେ, ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ୨୦,୦୦୦ ଯାନ ବିକ୍ରି କରିବାକୁ ଯୋଜନା ରହିଛି। ସେହିଭଳି ଶୀଘ୍ର ଆଉ ୧୦ ନୂଆ ମଡେଲ୍‌ ଆସିବ। ୟୁନିଟ୍‌ରୁ ଶୀଘ୍ର କମର୍ସିଆଲ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଗଣେଷ ପୂଜା ବେଳକୁ ଯାନଗୁଡିକ ବଜାରକୁ ଆସିବ। ୟୁନିଟର ବାର୍ଷିକ ଉତ୍ପାଦନ କ୍ଷମତା ୨.୫ ଲକ୍ଷ ୟୁନିଟ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ୮୦ ଲୋକଙ୍କୁ ନିଯୁକ୍ତ କରାଯାଇଛି। ପ୍ଲାଣ୍ଟ ପୂର୍ଣ୍ଣ କ୍ଷମତା ବ୍ୟବହାର ସ୍ଥିତିକୁ ଆସିଲେ ୪୫୦ ପ୍ରତ୍ୟକ୍ଷ ଏବଂ ୩ ହଜାର ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଡିଲର ନେଟଓ୍ବର୍କ ସମ୍ପ୍ରସାରଣ ଉପରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି,ପ୍ରାଥମିକ ପର୍ଯ୍ୟାୟରେ ୨୫୦ ଡିଲର ନିଯୁକ୍ତି କରାଯିବାକୁ ଯୋଜନା ରହିଛି। ପଶ୍ଚିମବଙ୍ଗ, ଝାଡଖଣ୍ଡ, ଓଡ଼ିଶା, ଆସାମ ଏବଂ ମେଘାଳୟ ଭଳି ଅନ୍ୟ ରାଜ୍ୟରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡିଶାରେ ୮ ଡିଲର ନିଯୁକ୍ତ କରାଯାଇଛି। ଏବେ ମଡେଲଗୁଡିକର ଘଣ୍ଟାପ୍ରତି ବେଗ ୨୫ କିମି ରହିଛି। ଏହା ଲିଡ୍‌ ଏସିଡ ଏବଂ ଲିଥିୟମ ଆୟନ ବ୍ୟାଟେରି ସହ ଆସୁଛି। ଲିଥିୟମ ଆୟନ ବ୍ୟାଟେରି ମଡେଲର ବଜାର ଦର ୫୫-୬୫ ହଜାର ଏବଂ ଲିଡ୍‌ ଏସିଡ ମଡେଲର ବଜାର ଦର ୪୫-୫୦ ହଜାର ରହିବ ବୋଲି ଅନୁମାନ କରାଯାଉଛି। ନୂଆ ମଡେଲଗୁଡିକ ଦ୍ୱାରା ଗ୍ରାହକ ବାର୍ଷିକ ୩୦ ହଜାର ଟଙ୍କା ସଞ୍ଚୟ କରିପାରିବେ। ଏହାର ମେଣ୍ଟେନାନ୍ସ ଖର୍ଚ୍ଚ ମଧ୍ୟ କମ୍‌ ବୋଲି ସେ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ କମ୍ପାନୀର ନିର୍ଦ୍ଦେଶକ ଜୟପ୍ରକାଶ ଦିଦଓ୍ବାନିଆ ଉପସ୍ଥିତ ଥିଲେ।
କମ୍ପାନୀର ବିଭିନ୍ନ ମଡେଲ…
୪ୟୁ
ମୋଟର ୨୫୦ ଓ୍ବାଟ, ୬୦ ଭୋଲଟ ୨୦ ଏଏଚ୍‌ ଲିଥିୟମ ବ୍ୟାଟେରି, ଟପ୍‌ ସ୍ପିଡ ୨୫ କିମି, ରେଞ୍ଜ ୬୦-୭୦ କିମି; ଚାର୍ଜିଂ ସମୟ ୪ରୁ ୬ ଘଣ୍ଟା, ବୋସ୍‌ ମୋଟର, କିଲେସ୍‌ ଏଣ୍ଟ୍ରି, ଆଣ୍ଟି ଥେପ୍ଟ ଲକ୍‌, ୟୁଏସ୍‌ବି ପୋର୍ଟ, ଡିଟାଚେବଲ ବ୍ୟାଟେରି, ଏଚ୍‌ଏଲ୍‌ ଏଲ୍‌ଇଡି ଲାଇଟିଂ, ଡୁଆଲ ଡିକ୍ସ ବ୍ରେକ।

ଜେନିଆ
ବୋସ ମୋଟର, କିଲେସ ଏଣ୍ଟ୍ରି, ଆଣ୍ଟି ଥେପ୍ଟ ଲକ୍‌, ୟୁଏସ୍‌ବି ପୋର୍ଟ, ଡିଟାଚେବଲ ବ୍ୟାଟେରି, ଏଚ୍‌ଏଲ୍‌ ଏଲଇଡି ଲାଇଟିଂ, ଡୁଆଲ ଡିକ୍ସ ବ୍ରେକ,ମୋଟର ୨୫୦ ଓ୍ବାଟ, ୬୦ ଭୋଲଟ ୨୦ ଏଏଚ୍‌ ଲିଥିୟମ ବ୍ୟାଟେରି, ଟପ୍‌ ସ୍ପିଡ ୨୫ କିମି, ରେଞ୍ଜ ୬୦-୭୦ କିମି; ଚାର୍ଜିଂ ସମୟ ୪ରୁ ୬ ଘଣ୍ଟା।

ଓ୍ବିଣ୍ଡ୍‌
ମୋଟର ୨୫୦ ଓ୍ବାଟ, ୬୦ ଭୋଲଟ ୨୦ ଏଏଚ୍‌ ଲିଡ ଏସିଡ, ଟପ୍‌ ସ୍ପିଡ ୨୫ କିମି, ରେଞ୍ଜ ୫୦-୬୦ କିମି; ଚାର୍ଜିଂ ସମୟ ୭ରୁ ୮ ଘଣ୍ଟା, କିଲେସ ଏଣ୍ଟ୍ରି, ଆଣ୍ଟି ଥେପ୍ଟ ଲକ୍‌, ୟୁଏସ୍‌ବି ପୋର୍ଟ, ଡିସ୍କ ବ୍ରେକ, ଏଚ୍‌ଏଲ୍‌ ଏଲ୍‌ଇଡି ଲାଇଟିଂ।

ୟୋର୍‌
କିଲେସ ଏଣ୍ଟ୍ରି, ଆଣ୍ଟି ଥେପ୍ଟ ଲକ୍‌, ୟୁଏସ୍‌ବି ପୋର୍ଟ, ଡିସ୍କ ବ୍ରେକ, ଏଚ୍‌ଏଲ୍‌ ଏଲ୍‌ଇଡି ଲାଇଟିଂ, ମୋଟର-୨୫୦ ଓ୍ବାଟ, ୬୦ ଭୋଲଟ ୨୦ ଏଏଚ୍‌ ଲିଡ ଏସିଡ ବ୍ୟାଟେରି, ଟପ୍‌ ସ୍ପିଡ ୨୫ କିମି, ରେଞ୍ଜ ୫୦-୬୦ କିମି; ଚାର୍ଜିଂ ସମୟ ୭ରୁ ୮ ଘଣ୍ଟା।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri