ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଭାଇଜାନ୍‌

ଭୁବନେଶ୍ୱର,୨୫ା୩(ବ୍ୟୁରୋ)-ମହାମାରୀ କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରିସାରିଲାଣି। ଅହେତୁକ ଭାବେ ବଢ଼ୁଥିବା ଏହାର ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ୨୧ଦିନିଆ ଲକଡାଉନ ଜାରି କରିଛନ୍ତି। ଏଥିରେ ରାଜ୍ୟଗୁଡ଼ିକୁ ମଧ୍ୟ ସମର୍ଥନ କରିବାକୁ ନିବେଦନ କରିଛନ୍ତି। ଏହି କ୍ଷେତ୍ରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରି ରାଜ୍ୟବାସୀଙ୍କୁ ନିଜ ପରିବାର ସହ ଘରେ ରହିବାକୁ ଶପଥ ନେବାକୁ କହିଛନ୍ତି। ଏହି ସମର୍ଥନରେ ବଲିଉଡର ଭାଇଜାନ ଦବଙ୍ଗ ସଲମାନ ଖାନ ଓଡ଼ିଶାବାସୀଙ୍କୁ ଘରେ ରହି କରୋନାର ମୁକାବିଲା କରିବା ପାଇଁ ଏକ ଭିଡିଓ ଜାରି କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଓଡ଼ିଆ ଭାଷାରେ ଲୋକଙ୍କୁ ସ୍ବାଗତ ଜଣାଇବା ସହ ରାଜ୍ୟ ସରକାରଙ୍କ ଦ୍ୱାରା କରୋନା ସଂକ୍ରମଣରୁ ନିରାପଦ ରହିବା ଲାଗି ଦିଆଯାଇଥିବା ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଅନୁରୋଧ କରୁଛନ୍ତି। ଛିଙ୍କିବା ବେଳେ ରୁମାଲ ଦେବା, ଏକ ମିଟର ଦୂରତା ବଜାୟ ରଖିବା, ସାବୁନରେ ହାତ ଧୋଇବା ଏଭଳି ନିର୍ଦ୍ଦେଶଗୁଡ଼ିକ ପାଳି ସଚେତନ ରହିବାକୁ କହିଛନ୍ତି। କରୋନା ଭଳି ମହାମାରୀରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାରଙ୍କ ନିବେଦନ ଅନୁଯାୟୀ କାମ କରିବାକୁ ସଲମାନ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଉପରେ ୨ ସେତୁର ଶିଳାନ୍ୟାସ

ଜଗତ୍‌ସିଂହପୁର ଅଫିସ୍‌/ ଭୁବନେଶ୍ୱର, ୨୯।୯(ବ୍ୟୁରୋ): ଜଗତ୍‌ସିଂହପୁର ଜିଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାନଦୀ...

କେନ୍ଦ୍ର ବଜେଟ ବିରୋଧରେ ଏଆଇଟିୟୁସିର ବିକ୍ଷୋଭ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): କେନ୍ଦ୍ର ସରକାର ତାଙ୍କ ବଜେଟରେ ଘରୋଇକରଣ ଓ କର୍ପୋରେଟଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି। ହେଲେ ୪୪ଟି ଶ୍ରମ ଆଇନ୍‌କୁ ୪ଟି କୋଡ୍‌ରେ ପରିବର୍ତ୍ତନ...

ଆଞ୍ଚଳିକ ଖାଦ୍ୟ ସହ ଅବଗତ କରାଇବାକୁ ପ୍ରୟାସ

ଭୁବନେଶ୍ୱର, ୧୫।୨ ୧୪ା୨(ବ୍ୟୁରୋ): ବୀର ସୁରେନ୍ଦ୍ର ସାଏ ନଗରସ୍ଥିତ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନ, ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନ ୨୧ କେନ୍ଦ୍ରୀୟ ହୋଟେଲ ମ୍ୟାନେଜମେଣ୍ଟ...

ଖବରଦାତାଙ୍କ ବେକରେ ଦଉଡ଼ି

ନୂଆଦିଲ୍ଲୀ,୨୯ା୪: ମହାମାରୀ କରୋନା ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଛଡ଼ାଇନେଇଛି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଖବରଦାତା। କର୍ମକ୍ଷେତ୍ର ସଙ୍କୁଚିତ ହୋଇଯାଇଥିବାବେଳେ ନିର୍ଭୟରେ ରିପୋର୍ଟ କରିବା ମଧ୍ୟ...

କରୋନା ଭାଇରସ ସଂକ୍ରମଣ: ଖୁବ୍‌ଶୀଘ୍ର ଆମେରିକାକୁ ପଛରେ ପକାଇବ ଭାରତ

ନୂଆଦିଲ୍ଲୀ,୧୭ ।୯: ଦେଶରେ କରୋନା ସଂକ୍ରମଣର ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । କିଛିଦିନ ହେବ ଲଗାତାର ଭାବେ ୨୪ ଘଣ୍ଟାରେ ୯୦...

ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ବର୍ଷିଲା ଭାଜପା

ଭୁବନେଶ୍ୱର,୩ା୧(ବ୍ୟୁରୋ): ଯାଜପୁର ଜିଲା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ଅଢ଼େଇ ମାସ ବିତିଥିଲେ ମଧ୍ୟ ଏହି ଘଟଣାର ରହସ୍ୟ ପର୍ଦ୍ଦାଫାଶ ହୋଇନାହିଁ।...

ଫ୍ରେଞ୍ଚ୍‌ ପାଇଁ ୟୁଏସ୍‌ ଓପନ ନ ଖେଳିବାକୁ ଜୋକୋଭିଚ୍‌ ଚିନ୍ତା କରୁଛନ୍ତି

ବେଲଗ୍ରେଡ,୧୦।୬(ଏ.ପି.): ଅଭିଜ୍ଞ ସର୍ବିୟା ଟେନିସ ତାରକା ନୋଭାକ ଜୋକୋଭିଚ୍‌ ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ ନ ଖେଳିବାକୁ ଚିନ୍ତା କରୁଛନ୍ତି।...

ସ୍ୱଚ୍ଛ ହେଲା ଗଙ୍ଗାଜଳ

ବାରାଣସୀ,୫ ।୪: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯାଇଥିବା ବେଳେ କଳକାରାଖାନାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଫଳରେ ଏବେ ବାରାଣସୀର...

Play 250+ Trending Games
Archives

Model This Week

Why Dharitri