ଓଜନ ବୃଦ୍ଧିକୁ ରୋକେ ପିଜୁଳି ପତ୍ର ଚା’

ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହା ପାଟିକୁ ଯେତିକି ସ୍ବାଦିଷ୍ଟ, ଔଷଧୀୟ ଗୁଣରେ ବି ସେତିକି ଭରପୂର। ଏହା ଶରୀରର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି ବ୍ୟାକ୍ଟେରିଆ ଓ ଆଣ୍ଟି ଇଫ୍ଲେମେଟୋରୀ ଗୁଣ ଭରି ରହିଛି। ପିଜୁଳି ରସ ବା ପିଜୁଳି ପତ୍ରରୁ ପ୍ରସ୍ତୁତ ଚା’ ପିଇବା ଦ୍ୱାରା ତ୍ୱଚା, କେଶ ଓ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ପିଜୁଳି ପତ୍ର ରସରେ ପ୍ରସ୍ତୁତ ଚା’ ପିଇଲେ ଶରୀରରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ। ଏହା ଓଜନ ବୃଦ୍ଧିକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ପିଜୁଳି ପତ୍ର ମଧୁମେହ ରୋଗୀଙ୍କ ପାଇଁ ଏକ ଅବ୍ୟର୍ଥ ଔଷଧ। ଗବେଷଣାରୁ ଜଣାପଡ଼ିଛି, ପିଜୁଳି ପତ୍ରର ଚା’ ସେବନ କଲେ ଶରୀରରେ ଆଲ୍‌ଫା ଗ୍ଲୁକୋସାଇଡ୍‌ ଏନ୍‌ଜାଇମ୍‌ର ଗତିବିଧିକୁ କମ୍‌ କରିହୁଏ। କେବଳ ସେତିକି ନୁହେଁ, ଏହି ଚା’ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ସହ ଡାଇରିଆକୁ ବି ଭଲ କରିଥାଏ। ହଜମ ପ୍ରକ୍ରିୟା ସନ୍ତୁଳିତ ରଖିବାକୁ ଚାହଁୁଥିଲେ, ପିଜୁଳି ଚା’ ସେବନ କରିପାରିବେ। ଶରୀରରେ ଯଦି ଆଲର୍ଜି ସମସ୍ୟା ଥାଏ, ତେବେ ଏହି ଚା’ ସେବନ ଦ୍ୱାରା ସେଥିରୁ ଉପଶମ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକାରୀ ମହୁ

ମହୁରେ ଅନେକ ଉପକାରୀ ଗୁଣ ଭରି ରହିଛି। ଯଦି ଆପଣ କଫଜନିତ ସମସ୍ୟା ସହ ଜଡ଼ିତ ତେବେ ମହୁ ଖାଇଲେ ଏଥିରୁ ଉପଶମ ମିିଳିଥାଏ। ସକାଳୁ...

ବ୍ରେସ୍‌ଲେଟ୍‌ ଫ୍ୟାଶନ

ନାରୀ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଚୁଡ଼ିର ଭୂମିକା ଯଥେଷ୍ଟ ରହିଥାଏ। କିନ୍ତୁ ଏବେ ଦେଖିବାକୁ ମିଳୁଛି, ଟ୍ରେଣ୍ଡି ଲୁକ୍‌ ପାଇଁ ଅନେକ ଯୁବତୀ ହାତରେ...

ଉପକାରୀ ପୁଦିନା: ଜାଣନ୍ତୁ ଗ୍ରୀଷ୍ମଋତୁରେ କିପରି କରିବେ ବ୍ୟବହାର

ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବାକୁ ପଡ଼ିଥାଏ। କାରଣ ଏହି ଋତୁରେ ସ୍ବାସ୍ଥ୍ୟ ଖରାପ ହେବାର ଅଧିକ ଆଶଙ୍କା ଦେଖାଯାଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ...

ଦଲିଆ ଖାଆନ୍ତୁ, ହୃତ୍‌ପିଣ୍ଡକୁ ସୁସ୍ଥ ରଖନ୍ତୁୁ

ଦିିନର ଆରମ୍ଭ ଯଦି ଗୋଟିଏ ଗିନା ଦଲିଆରୁ ଆରମ୍ଭ ହୁଏ, ତେବେ ହୃତ୍‌ପିଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ। ବ୍ରିଟେନ୍‌ ସ୍ଥିତ ନ୍ୟୁ କ୍ୟାସଲ୍‌ ୟୁନିଭର୍ସିଟିରେ ହୋଇଥିବା...

କିଡ୍‌ନୀ ସମସ୍ୟା

କିଡ୍‌ନୀ ସମସ୍ୟାର କାରଣ ସମ୍ପର୍କରେ ଆମେ ଅବଗତ ହେବା ନିହାତି ଜରୁରୀ। କାରଣ ବେଳେବେଳେ କେତେଜଣ ଏହାର ଲକ୍ଷଣ ବିଷୟରେ ଅବଗତ ନ ଥାନ୍ତି। ଯେତେବେଳେ...

ଏହି ୬ ଅଭ୍ୟାସ ଅଛି କି ଆପଣଙ୍କର? ହୋଇଯିବେ ଦରିଦ୍ର; ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ବର୍ଷାଦିନେ ତ୍ୱଚାର ଯତ୍ନ

ବର୍ଷାଦିନେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଯାଏ, ଯାହାର ସମାଧାନ ନିହାତି ଜରୁରୀ। ଜାଣନ୍ତୁ ଏ ନେଇ କିଛି ଟିପ୍ସ… ଏହିଦିନେ ଅଧିକ ମେକ୍‌ ଅପ୍‌ ନିଅନ୍ତୁ...

ସାଇକେଲ ଚଳାଇଲେ ଏହି ରୋଗ ଆଶଙ୍କା ଦୂର ହୁଏ

ଆଜିକାଲି ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକେ ସାଇକେଲ ଚଳାଇବା ଏକପ୍ରକାର ଭୁଲିଗଲେଣି। ମାତ୍ର ସାଇକେଲ ଚାଳନା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ ବୋଲି ଏକ...

Advertisement

BGU

Archives

Model This Week

Why Dharitri