ଓକିଲଙ୍କ ଘରୁ ଡକାୟତି : ନେଇଗଲେ ୫୦ ହଜାର ଟଙ୍କା ସମେତ ସୁନାଗହଣା

ଅନୁଗୋଳ ଅଫିସ,୪।୧୧: ନାଲକୋ ଥାନା କୁଲାଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଓକିଲ ବିଭୂତି ଭୂଷଣ ପଟ୍ଟନାୟକଙ୍କ ଘରେ ପଶି ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ନଗଦ ୫୦ ହଜାର ଟଙ୍କା ସହ ସୁନାଗହଣା ଲୁଟି ନେଇ ପଳାଇଛନ୍ତି। ବିଭୂତିଙ୍କ ପୁତୁରା କୁନାଙ୍କୁ ବାନ୍ଧି ତାଙ୍କ ସ୍ତ୍ରୀଙ୍କୁ ଭୟଭୀତ କରିଥିଲେ। ୬ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଆସିଥିବାବେଳେ ସମସ୍ତେ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ ବୋଲି ପରିବାର ବର୍ଗ କହିଛନ୍ତି। ପୋଲିସ ଖବର ପାଇ ସୋମବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକରେ ୯୫ କରୋନା ପଜିଟିଭ ଚିହ୍ନଟ: ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬୭କୁ ବୃଦ୍ଧି

ଛତ୍ରପୁର,୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଗୁରୁବାର ଦିନକରେ ୯୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୬୭କୁ ବୃଦ୍ଧି...

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟାଟା ଏସି

ପାଟଣା,୩୦।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଜଣଙ୍କ ଆହତ ହୋଇଥିବା...

ଭିନ୍ନକ୍ଷମ ମା’, ପୁଅଙ୍କ ମୃତଦେହ ଉଦ୍ଧାର: ପୋଡି ମାରି ଦିଆଯାଇଥିବା ସନ୍ଦେହ

ହାଟଡିହୀ,୧୦।୯(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଭିନ୍ନକ୍ଷମ ମା’ ଓ ପୁଅଙ୍କ ପୋଡା...

ହାତୀପଲ ଭାଙ୍ଗିଲେ ସ୍କୁଲ

ଲୋଇସିଂହା,୨୪।୩: ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ଅଞ୍ଚଳରେ ଦୁଇଦିନ ହେଲା ହାତୀ ଉପଦ୍ରବ ଦେଖାଦେଇଛି। ଅଞ୍ଚଳରେ ବ୍ୟାପକ ଉପଦ୍ରବ ପରେ ହାତୀ ଏବେ ବରଗଡ ଜିଲାକୁ...

ଶାବର ଶ୍ରୀକ୍ଷେତ୍ରରେ ରଥ ଓ ପଥ ପ୍ରସ୍ତୁତ : ଅପେକ୍ଷା ରଥଟଣାକୁ

କୋରାପୁଟ,୪ା୭(ସ୍ବ.ପ୍ର.): ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ରଥଯାତ୍ରା ନେଇ ତିନି ରଥ ଓ ପଥ ପ୍ରସ୍ତୁତ ହୋଇ ରହିଛି । ଅପେକ୍ଷା କେବଳ ରଥଟଣାକୁ। ଚଳିତବର୍ଷ ପ୍ରଥମ...

ଚେଳିତୋଳ ବାଲିଯାତ୍ରାକୁ ମାସେ ପୁରିବ: ସଫେଇ ହୋଇ ପାରିଲାନି ପଡ଼ିଆ

ତିର୍ତ୍ତୋଲ,୪ା୧୨(ଡି.ଏନ.ଏ.): ତିର୍ତ୍ତୋଲ ନିକଟସ୍ଥ ମହାନଦୀପଠା ଗୋପିଆକୁଦଠାରେ ପାଳିତ ହୋଇଥିବା ଚେଳିତୋଳ ବାଲିଯାତ୍ରାକୁ ଆଉ କିଛିଦିନ ପରେ ମାସେ ପୁରିବ। ବାଲିଯାତ୍ରା ପରେ ପଡ଼ିଆ ସଫା କରାଯିବା...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ଗଞ୍ଜାମ ପୁଇଁତୋଳାର ଭୂପେଶ

ଗଞ୍ଜାମ,୧୨ା୯(ଡି.ଏନ.ଏ.): ଗଞ୍ଜାମ ଜିଲା ପୁଇଁତୋଳା ଗ୍ରାମର ଭୂପେଶ କୁମାର ପଲାଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ୨୦୦ ବୈଷୟିକ ପ୍ରମାଣପତ୍ର ପାଇ ୨୦୨୧ ପାଇଁ ଇଣ୍ଡିଆ...

ସରକାରୀ ସୁବିଧାରୁ ବଁଚିତ୍‌ ସିଦ୍ରିଆ ସମାଜ: ଜାତି, ଭେଲିକେ ନେଇ ଗୁପାରେ ପରଶାସନ

ବିନିକା, ୧୮।୧ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂହିଯୁବା ପଁଚେତ୍‌ ଅଧୀନ ଜାମପାଲି ଗଁାର କେନାଲ ପଡ଼ା, ଟାଙ୍ଗର ପଡ଼ା ଆର ଜଙ୍ଗଲ ପଡ଼ାରେ...

Advertisement
Archives

Model This Week