Posted inଜାତୀୟ

ଓକିଲଙ୍କ କ୍ରମାଗତ ଧର୍ମଘଟକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ,୨୨ା୨(ପି.ଟି.): ପାକିସ୍ତାନ ସ୍କୁଲ୍‌ରେ ବୋମା ଫୁଟିବା, ନେପାଳରେ ଭୂମିକମ୍ପ ହେବା ଭଳି କାରଣକୁ ନେଇ ଓକିଲମାନେ ବାରମ୍ବାର ଧର୍ମଘଟ କରୁଥିବାରୁ ସୁପ୍ରିମକୋର୍ଟ ଏଥିରେ କ୍ଷୁବ୍ଧ ହୋଇଛନ୍ତି। ଏଭଳି ଜୋକ୍‌ ବନ୍ଦ କରିବାକୁ ସର୍ବୋଚ୍ଚ ଅଦାଲତ ସେମାନଙ୍କୁ ତାଗିଦ କରିଛନ୍ତି। ଉତ୍ତରାଖଣ୍ଡର ୩ଟି ଜିଲାରେ ଗତ ୩୫ ବର୍ଷ ହେଲା ସବୁ କାର୍ଯ୍ୟଦିବସ ଶନିବାର ଆଇନଜୀବୀମାନେ ଧର୍ମଘଟ ଚଳାଇଥିବାରୁ ଏହା ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଡେରାଡୁନ୍‌ ସମେତ ହରିଦ୍ୱାର ଓ ଉଧାମସିଂ ନଗରର କେତେକ ଅଞ୍ଚଳରେ ଆଇନଜୀବୀମାନେ ପ୍ରତି କାର୍ଯ୍ୟଦିବସ ଶନିବାର କୋର୍ଟ ବର୍ଜନ କରି ଧର୍ମଘଟ କରୁଥିବାରୁ ଉତ୍ତରାଖଣ୍ଡ ହାଇକୋର୍ଟ ଏହାକୁ ବେଆଇନ ଦର୍ଶାଇଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ଏକ ପିଟିଶନର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଉପରୋକ୍ତ ମତ ଦେଇଛନ୍ତି।
ଓକିଲ ଧର୍ମଘଟ ଯୋଗୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବହୁସଂଖ୍ୟାରେ ମାମଲା ବିଚାର ହୋଇ ନ ପାରି ପଡ଼ିରହୁଛି। ମୂଲ୍ୟବାନ କାର୍ଯ୍ୟଦିବସ ନଷ୍ଟ ହେଉଛି। ହାଇକୋର୍ଟ ଏ ସମ୍ପର୍କରେ ଲ କମିଶନଙ୍କୁ ଜଣାଇଥିଲେ। ସେତେବେଳକୁ ଡେରାଡୁନ୍‌ରେ ଓକିଲଙ୍କ ଧର୍ମଘଟ ୪୫୫ ଦିନ ହୋଇଥିବାବେଳେ ହରିଦ୍ୱାର ଜିଲାରେ ୫୧୫ ଦିନ ହୋଇଥିଲା,ଯାହା ପଛରେ କୌଣସି ଯଥାର୍ଥ କାରଣ ନ ଥିଲା। ଏହାର ଶୁଣାଣି କରି ଜଷ୍ଟିସ୍‌ ଅରୁଣ ମିଶ୍ର ଓ ଏମ୍‌.ଆର୍‌. ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ବିସ୍ଫୋରଣ, ଭୂକମ୍ପ, ବର୍ଷା ଭଳି ଘଟଣା ଦେଶର ସବୁଆଡେ ଘଟୁଛି। ଏହାକୁ ନେଇ ପ୍ରତି ଶନିବାର ଧର୍ମଘଟ ଚଳାଇବାକୁ ବାର୍‌ ଆସୋସିଏଶନ କିପରି କହିପାରିବ ବୋଲି ଖଣ୍ଡପୀଠ କହିଛନ୍ତି। ଏଭଳି କାର୍ଯ୍ୟକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri