ଓଏଏସ୍‌ ସ୍ତରରେ ଅଦଳବଦଳ: ବଦଳିଲେ ୧୪ ବିଡିଓ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି। ୧୪ଜଣ ବିଡିଓଙ୍କୁ ବଦଳି କରି ଅନ୍ୟତ୍ର ନିଯୁକ୍ତି ଦେଇଛନ୍ତି। ଏନେଇ ସୋମବାର ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଉଦଳା ବିଡିଓ ଦାମୋଦର ଖୁଣ୍ଟିଆଙ୍କୁ ଭଦ୍ରକ ବିଡିଓଭାବେ ବଦଳି କରାଯାଇଥିବା ବେଳେ ଭଦ୍ରକ ବିଡିଓ ଦେବଯାନୀ ଭୂୟାଁଙ୍କୁ ଉଦଳା, ଗଣିଆ ବିଡିଓ ଶ୍ରୀଧର ବିଶ୍ୱାଳଙ୍କୁ ମାର୍ଶାଘାଇ, ଗୋପ ବିଡିଓ କଲ୍ୟାଣ ସୌରଭ ଦାଶଙ୍କୁ ବାଲିକୁଦା, ନୀଳଗିରି ବିଡିଓ ପଲ୍ଲବୀ ସ୍ବାଇଁଙ୍କୁ ରରୁଅଁା, ତିରିଙ୍ଗି ବିଡିଓ ଦୀପ୍ତି ରଞ୍ଜନ ସେଠୀଙ୍କୁ ବାହାନଗା ଏବଂ ତିହିଡି ବିଡିଓ ରମେଶ ଚନ୍ଦ୍ର ପଣ୍ଡାଙ୍କୁ ତିରିଙ୍ଗି ବିଡିଓ ଭାବେ ବଦଳି କରାଯାଇଛି। ସେହିପରି ବନ୍ଧୁଗାଁ ବିଡିଓ ନୀଳାମ୍ବର ମହାନନ୍ଦଙ୍କୁ ଉଲୁଣ୍ଡା ବିଡିଓ ଭାବେ ବଦଳି କରାଯାଇଥିବା ବେଳେ ବୈପାରୀଗୁଡା ବିଡିଓ ରବୀନ୍ଦ୍ର ନାଥ କଅଁରଙ୍କୁ ଖଜୁରିପଡା, ଗୁରୁଣ୍ଡିଆ ବିଡିଓ ଦେବେନ୍ଦ୍ର ନାଥ ମାହାନ୍ତଙ୍କୁ ହିନ୍ଦୋଳ ବିଡିଓ ଭାବେ ବଦଳି କରାଯାଇଛି। ସେହିପରି ରଣପୁର ତହସିଲଦାର ଦୁର୍ଗା ଚରଣ ମୁର୍ମୁଙ୍କୁ ଧାମନଗର, କୋଟପାଡ ତହସିଲଦାର ଦୟାମୟ ପାଢୀଙ୍କୁ ପଦ୍ମପୁର, ବାଲିକୁଦା ତହସିଲଦାର ଶ୍ରୀଧର ଶଙ୍କର ସାହୁଙ୍କୁ ବେଲଗୁଣ୍ଠା ଏବଂ କୋଟଗଡ ତହସିଲଦାର ସୁବାସ ଚନ୍ଦ୍ର ରଇତଙ୍କୁ ବାଲିଗୁଡା ବିଡିଓ ଭାବେ ବଦଳି କରାଯାଇଛି। ଦାନଗଦି ବିଡିଓ ମଣି ପ୍ରସାଦ ମିଶ୍ର, ଗୋପ ବିଡିଓ ଦୀପ୍ତିରାଣୀ ଦାସ, ଗୁଡଭେଲା ବିଡିଓ ସୂର୍ଯ୍ୟ କୁମାର ନାୟକ, କରଞ୍ଜିଆ ବିଡିଓ ଶିବାଶିଷ ବରାଳ, ବରଗଡ ତହସିଲଦାର ସବ୍ୟସାଚୀ ପଣ୍ଡା, କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁଙ୍କୁ ନିଜ ନିଜ ସ୍ଥାନରେ କାର୍ଯ୍ୟ କରିବା ପାଇଁ ବିଜ୍ଞପ୍ତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ପୁଣି ୪୦୯ କରୋନା ପଜିଟିଭ୍‌ ଚିହ୍ନଟ, ୫ ମୃତ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ରାଜ୍ୟରେ ଶନିବାର ୪୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୩୪ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୭୫...

‘ଖାଦ୍ୟରେ ବିଷ ଦେଇଥିଲେ’

ଭୁବନେଶ୍ୱର,୭।୧(ବ୍ୟୁରୋ):ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ)ରେ କାର୍ଯ୍ୟରତ ବରିଷ୍ଠ ଓଡ଼ିଆ ବୈଜ୍ଞାନିକ ତଥା ଅହମ୍ମଦାବାଦସ୍ଥିତ ସ୍ପେସ୍‌ ଆପ୍ଲିକେଶନ ସେଣ୍ଟରର ପୂର୍ବତନ ନିର୍ଦ୍ଦେଶକ ତପନ ମିଶ୍ର ଏକ ଗୁରୁତର...

ଫନୀରେ ଓଡ଼ିଶା ସହ ଛିଡ଼ାହେବାକୁ କହିଥିଲେ ସୁଶାନ୍ତ

ଭୁବନେଶ୍ୱର,୧୫।୬(ବ୍ୟୁରୋ): ‘ଏମ୍‌.ଏସ୍‌. ଧୋନୀ’ ଫିଲ୍ମରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି। ହେଲେ ତାଙ୍କୁ...

ଶ୍ରୀମନ୍ଦିର ପାଇଁ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ପୁରୀ ଅଫିସ,୧୯।୪: ଶ୍ରୀମନ୍ଦିରର ବହୁ ସେବାୟତ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ଉପରେ କଟକଣା ଲଗାଯାଇଛି। ଏଥିସହ ନୂଆ...

ବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରିଲେନି ପୁଅ: ଭିଡିଓ କଲିଂରେ କଲେ ଅନ୍ତିମ ଦର୍ଶନ

ଭୁବନେଶ୍ୱର,୨୪।୪ (ବ୍ୟୁରୋ): କରୋନା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏଭଳି ସମୟରେ ରାଜଧାନୀ ଭୁବନେଶ୍ୱର ୟୁନିଟ-୧ରେ ଏକ ହୃଦୟ ବିଦାୟକ ଦୃଶ୍ୟ ଦେଖିବାକୁ ମିଳିଛି।...

କୋରାପୁଟ ଜିଲାରେ ୩୦୪.୯ ମିଲିମିଟର ବର୍ଷା ରେକର୍ଡ

କୋରାପୁଟ,୨୮।୭(ସ୍ବ.ପ୍ର.) : କୋରାପୁଟ ଜିଲାରେ ରବିବାର ୩୦୪.୯ ମିଲିମିଟର ବର୍ଷା ହୋଇଥିବାବେଳେ କେବଳ ବୈପାରୀଗୁଡା ବ୍ଲକରେ ସର୍ବାଧିକ ୫୮ମିମି ବର୍ଷା ହୋଇଥିବା ଜିଲା ଜରୁରୀ କାର୍ଯ୍ୟାଳୟ...

କନ୍ଧମାଳରେ ପୁଣି ଗୁଳି ବିନିମୟ, ଜଣେ ମାଓବାଦୀ ମୃତ

ଫୁଲବାଣୀ ଅଫିସ, ୮ା୭-କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତ କିହାଲଗୁଡ଼ା ଜଙ୍ଗଲ କ୍ଲାଉଡଙ୍ଗା ଅଞ୍ଚଳରେ ଗତ ଶନିବାର ବିଳମ୍ବିତ ରାତିରେ ପୋଲିସ ଗୁଳିରେ ୪...

ଗିରଫ ହେଲେ ୮ ମାଓବାଦୀ

ମାଲକାନଗିରି,୬ା୧୧(ଡି.ଏନ.ଏ.): ଜଙ୍ଗଲରେ ସର୍ଚ୍ଚ ଅପରେଶନ ଚାଲିଥିବା ସମୟରେ ଶୁକ୍ରବାର ସୁକ୍‌ମା ପୋଲିସ ହାତରେ ୮ ମାଓବାଦୀ ଧରାପଡିଛନ୍ତି। ଜିଲାର ଚିନ୍ତଲନାର ଥାନା ଅନ୍ତର୍ଗତ ମୋରାପାଲ୍ଲି, ତିମ୍ମାପୁରମ...

Advertisement
Archives

Model This Week