ଐଶ୍ୱର୍ଯ୍ୟା- ଅଭିଷେକଙ୍କ ଯୋଡ଼ି ଏହିସବୁ ଫିଲ୍ମରେ ହିଟ୍‌ ହୋଇଥିଲା

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନଙ୍କୁ ବିଗ୍‌ ଟାଉନର ବେଷ୍ଟ ଯୋଡ଼ି କୁହାଯାଏ। ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଯୋଡ଼ି ରିଲ୍‌ରେ ଦର୍ଶକଙ୍କ ଯେତିକି ପସନ୍ଦ ଆସିଥାଏ ରିୟଲରେ ମଧ୍ୟ ତା’ଠୁ ବେଶୀ ପସନ୍ଦ ଆସିଥାଏ। ଅଭି ପରିବାରର ଆଦର୍ଶ। ସେ କେବଳ ଜଣେ ଭଲ ପୁଅ ନୁହନ୍ତି, ଜଣେ ଭଲ ସ୍ବାମୀ ଆଉ ଭଲ ବାପା ମଧ୍ୟ। ଆଜିର ଠିକ୍‌ ଏହି ଦିନରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହକୁ ୧୨ ବର୍ଷ ପୂରିଛି। ଆସନ୍ତୁ ଆଜିର ଦିନରେ ତାଙ୍କ ଫିଲ୍ମ କ୍ୟାରିୟର ସମ୍ପର୍କରେ ଜାଣିବା। କେଉଁ ଫିଲ୍ମରେ ଦୁଇଜଣ ଧମାଲ କରିଥିଲେ।

ଢାଇ ଅକ୍ଷର ପ୍ରେମ କେ : ଐଶ୍ୱର୍ଯ୍ୟା ଏବଂ ଅଭିଷେକ ପ୍ରଥମେ ‘ଢାଇ ଅକ୍ଷର ପ୍ରେମ କେ’ରେ ଅଭିନୟ କରିଥିଲେ। ଏହି ଫିଲ୍ମ ୨୦୦୦ ମସିହାରେ ରିଲିଜ ହୋଇଥିଲା। ଦର୍ଶକ ଦୁଇଜଣଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ କରିଥିଲେ। ରାଜ କନଓ୍ବରଙ୍କ ନିର୍ଦ୍ଦେଶନାରେ  ନିର୍ମିତ ଏହି ଫିଲ୍ମରେ ଅଭିଷେକ ଜଣେ ଆର୍ମି କ୍ୟାପଟେନ୍‌ କରଣ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ଐଶ୍ୱର୍ଯ୍ୟା ସାହିବା ନାମକ ଜଣେ ଝିଅ ଭୂମିକାରେ ଅଭିନୟ କରିଥିଲେ।

କୁଛ୍‌ ନା କହୋ : ଐଶ୍ୱର୍ଯ୍ୟା ଏବଂ ଅଭିଷେକ ରୋହନ୍‌ ସିପିଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘କୁଛ୍‌ ନା କହୋ’ରେ ନଜର ଆସିଥିଲେ। ୨୦୦୩ରେ ଏହି ଫିଲ୍ମ ରିଲିଜ ହୋଇଥିଲା। ୮ କୋଟି ବଜେଟ୍‌ରେ ନିର୍ମିତ ଏହି ଫିଲ୍ମ ୧୩ କୋଟିର ବିଜନେସ୍‌ କରିଥିଲା। ତଥାପି ଏହି ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହୋଇଥିଲା। କିନ୍ତୁ ଦର୍ଶକ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଯୋଡ଼ିକୁ ବହୁ ପସନ୍ଦ କରିଥିଲେ।

ଉମରାଓ ଜାନ୍‌ : ୨୦୦୬ରେ ରିଲିଜ ହୋଇଥିଲା ‘ଉମରାଓ ଜାନ୍‌’। ଏଥିରେ ମଧ୍ୟ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଯୋଡ଼ି ଦେଖିବାକୁ ମିିଳିଥିଲା। ଏହି ଫିଲ୍ମରେ ବୋଲ୍‌ଡ ସିନ୍‌ରେ ନଜର ଆସିଥିଲେ ଐଶ୍ୱର୍ଯ୍ୟା।

ଗୁରୁ : ୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ‘ଗୁରୁ’ରେ ଐଶ୍ୱର୍ଯ୍ୟା-ଅଭିଷେକ ଦମ୍‌ଦାର ଅଭିନୟ କରିଥିଲେ। ଏହି ଫିଲ୍ମଟି ପ୍ରତ୍ୟେକ ସ୍ଥାନରେ ହିଟ୍‌ ହୋଇଥିଲା। ଆଉ ଏକ ଖାସ୍‌ କଥା ହେଉଛି ଫିଲ୍ମର ଶୁଟିଂ ସେଟ୍‌ରେ ଅଭିଷେକ କୁଆଡ଼େ ଐଶ୍ୱର୍ଯ୍ୟାଙ୍କୁ ପ୍ରପୋଜ୍‌ କରିଥିଲେ।

 

 

ରାବଣ : ଶେଷଥର ଅର୍ଥାତ୍‌ ୨୦୧୦ରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ‘ରାବଣ’ ଫିଲ୍ମରେ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ସ୍ବାସ୍ଥ୍ୟ ଅପ୍‌ଡେଟ୍‌ ଦେଲେ ଅମିତାଭ ବଚ୍ଚନ: ଚିନ୍ତାରେ ପ୍ରଶଂସକ

ମୁମ୍ବାଇ:ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ବାସ୍ଥ୍ୟକୁ ନେଇ ପୁଣି ଚିନ୍ତା ବଢ଼ିଛି। ସୋସିଆଲ ମିଡିଆରୁ କିଛି ଦିନ ବିରତି ନେବା ନେଇ ଘୋଷଣା କରିବା ପରେ ଏବେ…

ପରିବାର ସହ ସମୟ ବିତାଇ ପାରିନଥିବାରୁ ଭାବବିହ୍ବଳ ହୋଇପଡ଼ିଲେ ଆମିର, କହିଲେ…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଆମିର ଖାନ କେବଳ ତାଙ୍କ ଚଳଚ୍ଚିତ୍ର ପାଇଁ ନୁହେଁ, ବରଂ ତାଙ୍କର ସ୍ପଷ୍ଟବାଦୀ ସ୍ବଭାବ ପାଇଁ ମଧ୍ୟ ଜଣାଶୁଣା। ନିକଟରେ ସିଙ୍ଗାପୁର ଆନ୍ତର୍ଜାତୀୟ…

‘ସେଠାରେ ସେ ସେହି ଖୁସି ପାଉଛନ୍ତି, ଯାହା ମୁଁ ଦେଇପାରିନଥିଲି’, ଗୋବିନ୍ଦାଙ୍କ ସହ ସମ୍ପର୍କକୁ ନେଇ ନିଜର ଯନ୍ତ୍ରଣା ବଖାଣିଲେ ସୁନୀତା ଆହୁଜା

ମୁମ୍ବାଇ: ବଲିଉଡର ‘ହିରୋ ନମ୍ବର ୧’ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜା ନିଜ ବ୍ୟକ୍ତିଗତ ଜୀବନକୁ ନେଇ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି।…

ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଦିଲଜିତ ଦୋସାଞ୍ଜଙ୍କ କନସର୍ଟକୁ ବୋମା ମାଡ଼ରେ ଉଡ଼ାଇବାକୁ ଧମକ

ମୁମ୍ବାଇ,୨୩।୧୦: ମୁମ୍ବାଇ ମେୟର ରିତୁ ତାୱଡେଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ ମିଳିଛି। ଏଥିରେ ଅଭିନେତା ଅମିତାଭ ବଚ୍ଚନଙ୍କ ବାସଭବନ ଏବଂ ଗାୟକ ଦିଲଜିତ ଦୋସାଞ୍ଜଙ୍କ କାର୍ଯ୍ୟକ୍ରମ (କନସର୍ଟ)…

‘କ୍ଷମା କରିବେ, ମୁଁ କିଛି ଲେଖିପାରିବିନି…’: ବିଗ ବିଙ୍କ ପୋଷ୍ଟ ଦେଖି ଛାନିଆ ପ୍ରଶଂସକ, ଜାଣନ୍ତୁ ପୂରା ଘଟଣା

ମୁମ୍ୱାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ନିକଟରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ତାଙ୍କ ପ୍ରଶଂସକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଗ ବି ନିଜ ଏକ୍ସ…

କିଛି ଦିନ… ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼ ପରେ ବିଗବିଙ୍କ ପୋଷ୍ଟ, ପ୍ରଶଂସକ ଚିନ୍ତିତ!

ମୁମ୍ବାଇ,୨୧ା୧୦: ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼ ଘଟଣା ପରେ ଏବେ ଚର୍ଚ୍ଚାରେ ମହାନାୟକ ଅମିତାଭ ବଚ୍ଚନଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ । ରବିବାର…

ଟାଇଗର ଶ୍ରଫଙ୍କ ଘର ଉପରେ ଗୁଳିମାଡ଼ ପଛରେ ବଡ଼ ଷଡ଼ଯନ୍ତ୍ର! ଅକ୍ଷୟ, ଆମିର ଓ ଅମିତାଭଙ୍କ ଘର ଉପରେ ବି…

ମୁମ୍ବାଇ: ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼ ମାମଲାରେ ମୁମ୍ବାଇ ପୋଲିସ ହାତରେ ଲାଗିଛି ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ତଥ୍ୟ। ପୋଲିସ ସୂତ୍ର ଅନୁଯାୟୀ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର…

ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼ ମାମଲାରେ ବଡ଼ ଖୁଲାସା: ଶୁଟରଙ୍କ ଟାର୍ଗେଟରେ ଥିଲେ ସଲମାନ ଖାନ! ହେଲେ…

ମୁମ୍ବାଇ,୨୧।୧୦: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼ ଘଟଣାକୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ଏହି ମାମଲାରେ ରାଜସ୍ଥାନର କୋଟାରୁ ୩ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?