ଐତିହ୍ୟ ସୁରକ୍ଷା ବିପର୍ଯ୍ୟସ୍ତ: ବେଆଇନ ନିର୍ମାଣ ଅଭିଯୋଗ ପରେ ବିଭାଗ ନୀରବ

ପୁରୁଣା ଭୁବନେଶ୍ୱର,୨ା୧୧(ଡି.ଏନ.ଏ.): ଐତିହ୍ୟ ସ୍ଥଳଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣରେ ଯେପରି ବାଧା ନ ଉପୁଜିବ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ପକ୍ଷରୁ ଅନେକ ନିୟମ ଓ କଟକଣା ରହିଛି। ଆମସାର ଆକ୍ଟ (ଆନସିଏଣ୍ଟ ମନୁମେଣ୍ଟସ ଆଣ୍ଡ ଆର୍କୋଲୋଜିକାଲ ସାଇଟ୍‌ସ ଆଣ୍ଡ ରିମେନ୍ସ ଆକ୍ଟ) ଅନୁଯାୟୀ ଜେଲ ଓ ଜରିମାନା ଭଳି ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି। ମାତ୍ର ଗରିଫଦାରି କିମ୍ବା ବେଆଇନ ଓ ନିର୍ମାଣ ବନ୍ଦ କରାଇବାକୁ ଏଏସ୍‌ଆଇ ସମ୍ପୂର୍ଣ୍ଣ ରୂପେ ରାଜ୍ୟ ସରକାରଙ୍କ ପୋଲିସ ବିଭାଗ ନିକଟରେ ନିର୍ଭରଶୀଳ। ବିନା ପୋଲିସ ସହାୟତାରେ ଏଏସ୍‌ଆଇ କର୍ତ୍ତୃପକ୍ଷ ନିଜକୁ ଅସହାୟ ମଣୁଛନ୍ତି। ଗତ ୨୧ ତାରିଖରେ ରାଜାରାଣୀ ମନ୍ଦିର ସମ୍ମୁଖରେ କେତେଗୋଟି ବେଆଇନ ନିର୍ମାଣ ଚାଲିଥିଲା। ଏ ନେଇ ଜନୈକ ବ୍ୟକ୍ତିଙ୍କ ବିରୋଧରେ ଆମସାର ଆକ୍ଟ ଅନୁଯାୟୀ ଏବଂ ତତ୍‌କାଳୀନ ପୋଲିସ କମିଶନରଙ୍କ ନଂ. ୨୧/୨୦୦୯ ଆଦେଶ ଅନୁଯାୟୀ ପଦକ୍ଷେପ ନେବାକୁ ବଡଗଡ ଥାନାରେ ଆଇନଜୀବୀ ଅରୁଣ କୁମାର ମହାପାତ୍ର ଲିଖିତ ଅଭିଯୋଗ କରିଥିଲେ। ଏଏସ୍‌ଆଇକୁ ଐତିହ୍ୟଗୁଡିକୁ ରକ୍ଷଣାବେକ୍ଷଣା ଓ ଜବରଦଖଲକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ତତ୍‌କାଳୀନ ପୋଲିସ କମିଶନର ୨୧/୨୦୦୯ରେ ବଡ଼ଗଡ଼ ଓ ଶ୍ରୀଲିଙ୍ଗରାଜ ଥାନାକୁ ନେଇ ଏକ ଗାଇଡ଼ଲାଇନ ପ୍ରସ୍ତୁତ କରିଥିଲେ। କିନ୍ତୁ ଅଭିଯୋଗ ହେବାର ୧୧ଦିନ ବିତିଯାଇଥିଲେ ହେଁ ଉଭୟ ପୋଲିସ ଏବଂ ଏଏସ୍‌ଆଇ ନୀରବ ରହିବା ସମସ୍ତଙ୍କୁ ଚକିତ କରିଛି। ଗାଇଡଲାଇନ ଅନୁଯାୟୀ, ୩୦ ମନ୍ଦିର ଓ ଐତିହ୍ୟ ସୁରକ୍ଷାରେ କମିଶନରେଟ୍‌ ପୋଲିସ ସହଯୋଗ କରିବ। ଐତିହ୍ୟ ମନ୍ଦିର ଓ କୀର୍ତ୍ତିରାଜିର ୧୦୦ ମିଟର ନିଷିଦ୍ଧାଞ୍ଚଳ ମଧ୍ୟରେ ଯେକୌଣସି ଖନନ ଓ ନିର୍ମାଣ କରାଗଲେ ଆମସାର ଅଧିନିୟମ ଅନୁଯାୟୀ ଗରିଫଦାରି ଓ ଜରିମାନା ବ୍ୟବସ୍ଥା କରାଯିବ। ଏହି କିଛିବର୍ଷ ମଧ୍ୟରେ ବେଧଡ଼କ ବେଆଇନ ନିର୍ମାଣ ଚାଲିଥିଲେ ମଧ୍ୟ ଏହି ଦୁଇ ଥାନା ପକ୍ଷରୁ ଗୋଟିଏ ବି ଆଖିଦୃଶିଆ ମାମଲା କରାଯାଇ ନାହିଁ। ଏଏସ୍‌ଆଇ କର୍ତ୍ତୃପକ୍ଷ କେବଳ ନୋଟିସ ପରେ ନୋଟିସ୍‌ ଦେଇ ହାତବାନ୍ଧି ବସିଛନ୍ତି । ଆମସାର ଅଧିନିୟମରେ ୩ ମାସ ଜେଲ ଓ ୫ ହଜାର ଜରିମାନା ହଟାଯାଇ ୨ବର୍ଷ ଜେଲ ଓ ୧ ଲକ୍ଷ ଟଙ୍କା ଜରିମାନା ଭଳି କଠୋର ଦଣ୍ଡବିଧାନ କରାଗଲାଣି। ତଥାପି ବିଭାଗୀୟ କର୍ତ୍ତୃପକ୍ଷଙ୍କର ନୂଆ କିମ୍ବା ପୁରୁଣା ଗାଇଡ ଲାଇନ ଉପରେ ନଜର ପଡୁନାହିଁ। ୨୦୦୯ ଆଦେଶ ଅନୁଯାୟୀ, ଥାନା ପକ୍ଷରୁ ରେଜିଷ୍ଟ୍ରାର ମାଧ୍ୟମରେ ଦୈନନ୍ଦିନ ପୋଲିସ ପାଟ୍ରୋଲିଂ, ଅଭିଯୋଗ, ବେଆଇନ ନିର୍ମାଣ ଓ ଖନନ ବିଷୟରେ ରେକର୍ଡ଼ ରଖାଯିବା କଥା। ମାତ୍ର ଏସବୁ ଭେଳିକି ମନେ ହୁଏ। ଗିରଫଦାରି ଦୂରର କଥା ମାତ୍ର ୨୧ ତାରିଖ ପରେ ମଧ୍ୟ ଏହି ରାଜାରାଣୀ ମନ୍ଦିର ସମ୍ମୁଖରେ ମୁଖ୍ୟରାସ୍ତାକୁ ଲାଗି ଅନେକ ନିର୍ମାଣ ଦିନରାତି ଚାଲିଛି। ବେଆଇନ ନିର୍ମାଣକାରୀ ବୋଧହୁଏ ଜାଣି ସାରିଲେଣି ଏଏସ୍‌ଆଇ କେବଳ ନୋଟିସ କରି ବସିଯିବ। ଏ ନେଇ ବଡ଼ଗଡ଼ ଥାନା ଅଧିକାରୀ ଦିଲୀପ ସ୍ବାଇଁଙ୍କୁ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ସେ ଦେଇପାରି ନ ଥିଲେ। ଏ ସମ୍ପର୍କରେ ଏଏସ୍‌ଆଇ ସଂରକ୍ଷଣ ଅଧିକାରୀ ନିର୍ମଳ ମହାପାତ୍ର କୁହନ୍ତି, ଏ ସଂକ୍ରାନ୍ତରେ ଆମ ପାଖରେ ଅଭିଯୋଗ ହେବା ପରେ ଆମେ ନୋଟିସ ଜାରି କରିଛୁ। ଏବେ ଦ୍ୱିତୀୟ ପର୍ଯ୍ୟାୟରେ ନୋଟିସ ଜାରି କରାଯିବ। ଏସବୁ ସତ୍ତ୍ୱେ ନିର୍ମାଣ କାର୍ଯ୍ୟ ଆଗେଇଲେ ବିଭାଗ ପକ୍ଷରୁ ତାହାକୁ ଭଙ୍ଗାଯିବା ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri