ଐତିହ୍ୟ ସୁରକ୍ଷା ବିପର୍ଯ୍ୟସ୍ତ: ବେଆଇନ ନିର୍ମାଣ ଅଭିଯୋଗ ପରେ ବିଭାଗ ନୀରବ

ପୁରୁଣା ଭୁବନେଶ୍ୱର,୨ା୧୧(ଡି.ଏନ.ଏ.): ଐତିହ୍ୟ ସ୍ଥଳଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣରେ ଯେପରି ବାଧା ନ ଉପୁଜିବ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ପକ୍ଷରୁ ଅନେକ ନିୟମ ଓ କଟକଣା ରହିଛି। ଆମସାର ଆକ୍ଟ (ଆନସିଏଣ୍ଟ ମନୁମେଣ୍ଟସ ଆଣ୍ଡ ଆର୍କୋଲୋଜିକାଲ ସାଇଟ୍‌ସ ଆଣ୍ଡ ରିମେନ୍ସ ଆକ୍ଟ) ଅନୁଯାୟୀ ଜେଲ ଓ ଜରିମାନା ଭଳି ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି। ମାତ୍ର ଗରିଫଦାରି କିମ୍ବା ବେଆଇନ ଓ ନିର୍ମାଣ ବନ୍ଦ କରାଇବାକୁ ଏଏସ୍‌ଆଇ ସମ୍ପୂର୍ଣ୍ଣ ରୂପେ ରାଜ୍ୟ ସରକାରଙ୍କ ପୋଲିସ ବିଭାଗ ନିକଟରେ ନିର୍ଭରଶୀଳ। ବିନା ପୋଲିସ ସହାୟତାରେ ଏଏସ୍‌ଆଇ କର୍ତ୍ତୃପକ୍ଷ ନିଜକୁ ଅସହାୟ ମଣୁଛନ୍ତି। ଗତ ୨୧ ତାରିଖରେ ରାଜାରାଣୀ ମନ୍ଦିର ସମ୍ମୁଖରେ କେତେଗୋଟି ବେଆଇନ ନିର୍ମାଣ ଚାଲିଥିଲା। ଏ ନେଇ ଜନୈକ ବ୍ୟକ୍ତିଙ୍କ ବିରୋଧରେ ଆମସାର ଆକ୍ଟ ଅନୁଯାୟୀ ଏବଂ ତତ୍‌କାଳୀନ ପୋଲିସ କମିଶନରଙ୍କ ନଂ. ୨୧/୨୦୦୯ ଆଦେଶ ଅନୁଯାୟୀ ପଦକ୍ଷେପ ନେବାକୁ ବଡଗଡ ଥାନାରେ ଆଇନଜୀବୀ ଅରୁଣ କୁମାର ମହାପାତ୍ର ଲିଖିତ ଅଭିଯୋଗ କରିଥିଲେ। ଏଏସ୍‌ଆଇକୁ ଐତିହ୍ୟଗୁଡିକୁ ରକ୍ଷଣାବେକ୍ଷଣା ଓ ଜବରଦଖଲକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ତତ୍‌କାଳୀନ ପୋଲିସ କମିଶନର ୨୧/୨୦୦୯ରେ ବଡ଼ଗଡ଼ ଓ ଶ୍ରୀଲିଙ୍ଗରାଜ ଥାନାକୁ ନେଇ ଏକ ଗାଇଡ଼ଲାଇନ ପ୍ରସ୍ତୁତ କରିଥିଲେ। କିନ୍ତୁ ଅଭିଯୋଗ ହେବାର ୧୧ଦିନ ବିତିଯାଇଥିଲେ ହେଁ ଉଭୟ ପୋଲିସ ଏବଂ ଏଏସ୍‌ଆଇ ନୀରବ ରହିବା ସମସ୍ତଙ୍କୁ ଚକିତ କରିଛି। ଗାଇଡଲାଇନ ଅନୁଯାୟୀ, ୩୦ ମନ୍ଦିର ଓ ଐତିହ୍ୟ ସୁରକ୍ଷାରେ କମିଶନରେଟ୍‌ ପୋଲିସ ସହଯୋଗ କରିବ। ଐତିହ୍ୟ ମନ୍ଦିର ଓ କୀର୍ତ୍ତିରାଜିର ୧୦୦ ମିଟର ନିଷିଦ୍ଧାଞ୍ଚଳ ମଧ୍ୟରେ ଯେକୌଣସି ଖନନ ଓ ନିର୍ମାଣ କରାଗଲେ ଆମସାର ଅଧିନିୟମ ଅନୁଯାୟୀ ଗରିଫଦାରି ଓ ଜରିମାନା ବ୍ୟବସ୍ଥା କରାଯିବ। ଏହି କିଛିବର୍ଷ ମଧ୍ୟରେ ବେଧଡ଼କ ବେଆଇନ ନିର୍ମାଣ ଚାଲିଥିଲେ ମଧ୍ୟ ଏହି ଦୁଇ ଥାନା ପକ୍ଷରୁ ଗୋଟିଏ ବି ଆଖିଦୃଶିଆ ମାମଲା କରାଯାଇ ନାହିଁ। ଏଏସ୍‌ଆଇ କର୍ତ୍ତୃପକ୍ଷ କେବଳ ନୋଟିସ ପରେ ନୋଟିସ୍‌ ଦେଇ ହାତବାନ୍ଧି ବସିଛନ୍ତି । ଆମସାର ଅଧିନିୟମରେ ୩ ମାସ ଜେଲ ଓ ୫ ହଜାର ଜରିମାନା ହଟାଯାଇ ୨ବର୍ଷ ଜେଲ ଓ ୧ ଲକ୍ଷ ଟଙ୍କା ଜରିମାନା ଭଳି କଠୋର ଦଣ୍ଡବିଧାନ କରାଗଲାଣି। ତଥାପି ବିଭାଗୀୟ କର୍ତ୍ତୃପକ୍ଷଙ୍କର ନୂଆ କିମ୍ବା ପୁରୁଣା ଗାଇଡ ଲାଇନ ଉପରେ ନଜର ପଡୁନାହିଁ। ୨୦୦୯ ଆଦେଶ ଅନୁଯାୟୀ, ଥାନା ପକ୍ଷରୁ ରେଜିଷ୍ଟ୍ରାର ମାଧ୍ୟମରେ ଦୈନନ୍ଦିନ ପୋଲିସ ପାଟ୍ରୋଲିଂ, ଅଭିଯୋଗ, ବେଆଇନ ନିର୍ମାଣ ଓ ଖନନ ବିଷୟରେ ରେକର୍ଡ଼ ରଖାଯିବା କଥା। ମାତ୍ର ଏସବୁ ଭେଳିକି ମନେ ହୁଏ। ଗିରଫଦାରି ଦୂରର କଥା ମାତ୍ର ୨୧ ତାରିଖ ପରେ ମଧ୍ୟ ଏହି ରାଜାରାଣୀ ମନ୍ଦିର ସମ୍ମୁଖରେ ମୁଖ୍ୟରାସ୍ତାକୁ ଲାଗି ଅନେକ ନିର୍ମାଣ ଦିନରାତି ଚାଲିଛି। ବେଆଇନ ନିର୍ମାଣକାରୀ ବୋଧହୁଏ ଜାଣି ସାରିଲେଣି ଏଏସ୍‌ଆଇ କେବଳ ନୋଟିସ କରି ବସିଯିବ। ଏ ନେଇ ବଡ଼ଗଡ଼ ଥାନା ଅଧିକାରୀ ଦିଲୀପ ସ୍ବାଇଁଙ୍କୁ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ସେ ଦେଇପାରି ନ ଥିଲେ। ଏ ସମ୍ପର୍କରେ ଏଏସ୍‌ଆଇ ସଂରକ୍ଷଣ ଅଧିକାରୀ ନିର୍ମଳ ମହାପାତ୍ର କୁହନ୍ତି, ଏ ସଂକ୍ରାନ୍ତରେ ଆମ ପାଖରେ ଅଭିଯୋଗ ହେବା ପରେ ଆମେ ନୋଟିସ ଜାରି କରିଛୁ। ଏବେ ଦ୍ୱିତୀୟ ପର୍ଯ୍ୟାୟରେ ନୋଟିସ ଜାରି କରାଯିବ। ଏସବୁ ସତ୍ତ୍ୱେ ନିର୍ମାଣ କାର୍ଯ୍ୟ ଆଗେଇଲେ ବିଭାଗ ପକ୍ଷରୁ ତାହାକୁ ଭଙ୍ଗାଯିବା ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri