ଐତିହ୍ୟକୁ ଭୁଲିଲେ, ସଂସ୍କୃତି ହଜିଯିବ

ପୁରୀ ଅଫିସ,୧୨।୧ : ପ୍ରାଚୀନ କାଳରୁ ଶ୍ରୀକ୍ଷେତ୍ରର ନାମ ପୁରୁଷୋତ୍ତମ କ୍ଷେତ୍ର ବୋଲି ରହିଛି। ଏପରିକି ପୁରୀର ୪୨ଟି ନାମ ରହିଛି। ପ୍ରତ୍ୟେକ ନାମ ପଛରେ ଏକ ଇତିହାସ ରହିଛି। ତୀର୍ଥରାଜ ମହୋଦଧି, ୪ ପୁଷ୍କରିଣୀ, ପ୍ରାଚୀନ ମଠ ସଂସ୍କୃତି, ଐତିହ୍ୟ କୀର୍ତ୍ତିରାଜିକୁ ନେଇ ଶ୍ରୀକ୍ଷେତ୍ର ସମୃଦ୍ଧି ଘଟିଛି। ଶ୍ରୀମନ୍ଦିରର ରୀତିନୀତି ସହିତ ମଠଗୁଡିକ ଜଡ଼ିତ। ମଠ ସଂସ୍କୃତି ବିଲୁପ୍ତ ହେଲେ ମହାପ୍ରଭୁଙ୍କ ଉପାସନା ପଦ୍ଧତିରେ ବ୍ୟାଘାତ ଘଟିବ। ଏପରିକି ଐତିହ୍ୟକୁ ଭୁଲିଗଲେ ସଂସ୍କୃତି ମଧ୍ୟ ଧୀରେ ଧୀରେ ହଜିଯିବ। ଶ୍ରୀମନ୍ଦିର ସୁରକ୍ଷାରେ ଜାଗା ଆଖଡ଼ାର ଅବଦାନ ଅତୁଳନୀୟ। ଏଣୁ ଐତିହ୍ୟର ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ଆମେ ବିକାଶ ପଥରେ ଆଗେଇବା ଉଚିତ। ଐତିହ୍ୟର ସ୍ମୃତି ଚିହ୍ନସ୍ବରୂୂପ ଏଠାରେ ଐତିହ୍ୟ ସ୍ମୃତି ସ୍ତମ୍ଭ ସ୍ଥାପନ କରାଯାଉ। ସାହିଯାତ ଓ ଜାଗା ଆଖଡ଼ା ସଂସ୍କୃତିର ପୁନରୁଦ୍ଧାର ଜରୁରି ବୋଲି ପୁରୀ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଶନିବାର ଶରଧାବାଲିସ୍ଥିତ ପୁସ୍ତକ ମେଳାରେ ଆୟୋଜିତ ‘ଶ୍ରୀକ୍ଷେତ୍ରର ଐତିହ୍ୟ ସଂସ୍କୃତି’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଐତିହ୍ୟ ବିଷାରଦ ଡ.ସୁରେନ୍ଦ୍ର ମିଶ୍ର ଏହା କହିଛନ୍ତି। ସଂଘ ସଭାପତି ତୀର୍ଥକ୍ଷେତ୍ର ସମ୍ପାଦକ ପୁରୁଷୋତ୍ତମ ପଲେଇଙ୍କ ସଭାପତିିତ୍ୱରେ ଆୟୋଜିତ ଆଲୋଚନାଚକ୍ରରେ ଡ. ମିଶ୍ର କହିଲେ ଯେ, ଶ୍ରୀକ୍ଷେତ୍ରରେ ୨୭୨ ଐତିହ୍ୟ ସ୍ଥାନ ରହିଛି। ମହର୍ଷି ଅଙ୍ଗିରା, କଣ୍ଡୁ, ମାକଣ୍ଡେୟ ଓ ଭୃଗୀ ଆଶ୍ରମ ପୁନରୁଦ୍ଧାର ଆବଶ୍ୟକ। ଐତିହ୍ୟ ପ୍ରତି ସଚେତନ ନ ହେଲେ, ଆଗାମୀ ଦିନରେ ଏହା କାଳଗର୍ଭରେ ଲୀନ ହୋଇଯିବ। ଉତ୍ତରପିଢ଼ି ଲାଗି କିଛି ନ ଥିବ। ମୁଖ୍ୟଅତିଥି ଭାବେ ଭାଷାବିତ୍‌ ତଥା ପୁସ୍ତକ ମେଳା କମିଟି ସଭାପତି ଡ.କୌଳାସ ଚନ୍ଦ୍ର ଟିକାୟତରାୟ କହିଥିଲେ, ସଂସ୍କୃତି ଓ ପରମ୍ପରା ହେଉଛି ଗୋଟିଏ ଜାତିର ପରିଚୟ। ଭାରତୀୟ ସଂସ୍କୃତି ମାନବୀୟ ଜୀବନମୂଲ୍ୟ ଉପରେ ଆଧାରିତ। ଗୋଟିଏ ଜାତି ତା’ର ସଂସ୍କୃତିକୁ ନେଇ ଗର୍ବ କରେ। ସଂସ୍କୃତିର ସଂରକ୍ଷଣ ଲାଗି ସମସ୍ତଙ୍କ କର୍ତ୍ତବ୍ୟ ରହିଛି ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବୁଦ୍ଧିଜିବୀ ମାୟାଧର ମହାରଣା, ବରିଷ୍ଠ ଖବରଦାତା ଜଗନ୍ନାଥ ବସ୍ତିଆ, ରଣଜିତ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସଂଘ ସମ୍ପାଦକ ବରିଷ୍ଠ ଖବରଦାତା ପ୍ରସନ୍ନ କୁମାର ଲେଙ୍କା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଯୁବ ସାହିତି୍ୟକ ସଂଘର ବରିଷ୍ଠ ସଦସ୍ୟ ବିପିନ ବିହାରୀ ଦଲାଇ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri