ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟିତ:‘ଇଣ୍ଡୋନେସିଆ କ୍ୟାଲେଣ୍ଡରରେ ରହିବ ବାଲିଯାତ୍ରା’

କଟକ ଅଫିସ, ୧୩-୧୧:ଓଡ଼ିଶା ହେଉଛି ଇଣ୍ଡୋନେସିଆବାସୀଙ୍କ ଦ୍ୱିତୀୟ ଘର। ଓଡ଼ିଶା ସହିତ ଆମର ସମ୍ପର୍କ ଅତି ନିବିଡ଼। ବାଣିଜି୍ୟକ, ଆଧ୍ୟାତ୍ମିକ କ୍ଷେତ୍ରରେ ଓଡ଼ିଶା ସହିତ ଇଣ୍ଡୋନେସିଆର ଅନେକ ସାମଞ୍ଜସ୍ୟ ରହିଛି। ଇଣ୍ଡୋନେସିଆ କ୍ୟାଲେଣ୍ଡରରେ ସ୍ଥାନ ପାଇବ କଟକ ବାଲିଯାତ୍ରା। ଇଣ୍ଡୋନେସିଆର ବିଭିନ୍ନ ପର୍ବପର୍ବାଣି ସହିତ ବାଲିଯାତ୍ରାକୁ ଯୋଗ କରାଯିବ। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନକୁ ବାଲିଯାତ୍ରା ଭାବେ ଉଲ୍ଲେଖ କରାଯିବ ବୋଲି ଘୋଷଣା କରିଛନ୍ତି ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ରେଜା ସୂର୍ଯ୍ୟୋଦିପୁରୋ। ମଙ୍ଗଳବାର ସନ୍ଧ୍ୟାରେ ଐତିହାସିକ କଟକ ବାଲିଯାତ୍ରାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସିଦ୍ଧାର୍ଥୋ ଯୋଗଦେଇ ଓଡ଼ିଶା-ଇଣ୍ଡୋନେସିଆ ସମ୍ପର୍କକୁ ବର୍ଣ୍ଣନା କରିବା ସହିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରିଥିଲେ। ବିଜୁ ପଟ୍ଟନାୟକଙ୍କୁ ସେ ହିରୋ ଅଫ ଇଣ୍ଡୋନେସିଆ କହିବା ସହିତ ୧୯୯୫ରେ ଇଣ୍ଡୋନେସିଆ ପକ୍ଷରୁ ବିଜୁଙ୍କୁ ମିଳିଥିବା ଭୂମିପୁତ୍ର ଉପାଧି କଥାକୁ ସେ ମନେପକାଇଥିଲେ। ତେଣୁ ଭବିଷ୍ୟତକୁ ଆଖିଆଗରେ ରଖି ଭାରତ, ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ନୌବାଣିଜ୍ୟ ସମ୍ପର୍କକୁ ମଜଭୁତ କରିବା ପାଇଁ ସେ ବିଭିନ୍ନ ପ୍ରସ୍ତାବ ରଖିଥିଲେ।
ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଯୋଗଦେଇ ଜଗତୀକରଣର ପ୍ରଭାବ ଯୋଗୁ ବ୍ୟବସାୟିକ କ୍ଷେତ୍ରରେ ଦେଖାଦେଇଥିବା ପରିବର୍ତ୍ତନ ସମ୍ପର୍କରେ ସେ ଭାଷଣ ଦେଇଥିଲେ। ଆମେ ସାଧବ ପୁଅଙ୍କୁ ମନେପକାଉଛେ, କିନ୍ତୁ ବର୍ତ୍ତମାନର ଯୁବକ ବ୍ୟବସାୟ ପାଇଁ ମନବଳାଉ ନ ଥିବା ବାଚସ୍ପତି କହିଥିଲେ। ସେହିପରି ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ଚଳିତବର୍ଷ ରାଜ୍ୟ ସରକାର ବାଲିଯାତ୍ରାକୁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର କରିଛନ୍ତି। ଯାହା ପ୍ରଥମ ଥର। ବାଲିଯାତ୍ରା ଏବେ ରାଜ୍ୟସ୍ତରୀୟ ମାନ୍ୟତା ପାଇଛି। ଏହାକୁ ରାଷ୍ଟ୍ରୀୟ ସ୍ତରରେ ଏକ ଜାତୀୟ ମେଳାର ମାନ୍ୟତା ଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବାଲିଯାତ୍ରାକୁ ନୂଆ ରୂପରେଖ ଦେବା ପାଇଁ ମଧ୍ୟ ସରକାରୀ ସ୍ତରରେ ଯୋଜନା କରାଯାଉଛି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ଦେଶର ଅର୍ଥନୀତିରେ ଏବେ ଲଘୁଚାପ ସୃଷ୍ଟି ହୋଇଛି। ରୋଜଗାର ପନ୍ଥା ମରିଯାଉଛି। ଏଭଳି ଲଘୁଚାପରୁ ବର୍ତ୍ତିବା ପାଇଁ ମେଳା ମହୋତ୍ସବ ଏକ ପ୍ରମୁଖ ମାଧ୍ୟମ। କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପାରାଦୀପ ବନ୍ଦର ପ୍ରସଙ୍ଗକୁ ଉଦ୍ଧାର କରି ନୌବାଣିଜ୍ୟ ପରମ୍ପରା ଉପରେ କହିଥିଲେ। ଅତୀତରେ ପାରାଦୀପ ବନ୍ଦରକୁ ନେଇ ଅନେକ ଷଡଯନ୍ତ୍ର ହୋଇଥିବା ମହତାବ କହିଥିଲେ। ମାତ୍ର ପାରାଦୀପ ଆଜି ଦେଶର ଦ୍ୱିତୀୟ ବନ୍ଦରର ମାନ୍ୟତା ପାଇଛି। ଭାଇଜାଗ୍‌ ପରେ ପାରାଦୀପର ନଁା ଉଠୁଛି। ମହତାବ କହିଥିଲେ, କଳିଙ୍ଗର ନୌବାଣିଜ୍ୟ ଯେବେଠାରୁ ଆରମ୍ଭ ହୋଇଛି ସେବେଠୁ ବାଲିଯାତ୍ରା ଚାଲିଛି। ମୁଖ୍ୟତଃ ଦେଶର ପୂର୍ବ ଉପକୂଳରେ ନୌବାଣିଜ୍ୟ ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ଓ ପରିବେଶ ଉପଲବ୍ଧ ଅଛି। ପଡୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡ ଓଡ଼ିଶା ବନ୍ଦର ଉପରେ ନିର୍ଭର କରି ବାଣିଜ୍ୟ କରିବେ। ଏଭଳି ସ୍ଥିତିରେ ବାଣିଜି୍ୟକ କାରବାର ପାଇଁ ଇଣ୍ଡୋନେସିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବାଲିଯାତ୍ରାକୁ ଆନ୍ତର୍ଜାତୀୟ ବିପଣୀ ମେଳା କରିବା ପାଇଁ ଏକ ଏମ୍‌ଓୟୁ ହେବା ଆବଶ୍ୟକ ବୋଲି ଏମ୍‌ପି କହିଥିଲେ।
ଉତ୍ସବରେ ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରମୋଦ କୁମାର ମଲ୍ଲିକ, ଦେବୀ ରଞ୍ଜନ ତ୍ରିପାଠୀ, ଚନ୍ଦ୍ରସାରଥି ବେହେରା, ମହମ୍ମଦ ମୋକିମ, ସୌଭିକ ବିଶ୍ୱାଳ, ପ୍ରଶାନ୍ତ ବେହେରାଙ୍କ ସମେତ ଜିଲା ପରିଷଦ ସଭାପତି ଜ୍ୟୋତିରେଖା ନାୟକ ଓ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଏହି ଅବସରରେ ବାଲି ସରକାରଙ୍କ ସଂସ୍କୃତି ବିଭାଗ ମୁଖ୍ୟ ମୁଦାନା ବାଲି ସହିତ ଓଡ଼ିଶାର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବାଲିଯାତ୍ରା ସ୍ମରଣିକା ଉନ୍ମୋଚିତ ହୋଇଥିଲା। କଟକ ସଦର ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ର ଧନ୍ୟବାଦ ଦେଇଥିଲେ। ତେବେ ବିଧାୟକ ମୋକିମଙ୍କ ଅନୁରୋଧକ୍ରମେ ମୁଖ୍ୟ ଅତିଥି ପାତ୍ର ବାଲିଯାତ୍ରାକୁ ୮ ଦିନ ପରିବର୍ତ୍ତେ ୧୦ ଦିନ କରିବାକୁ ଘୋଷଣା କରିଥିଲେ। ମଞ୍ଚରେ ଉପସ୍ଥିତ ସମସ୍ତ ବକ୍ତା ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ଉପରେ ଗୁରୁତ୍ୱ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri