ଏ ମନ ଖୋଜୁଥାଏ ଯାହା..

କଥାରେ ଅଛି-ଏ ମନ ଖୋଜୁଥାଏ ଯାହା, କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି ଓଡ଼ିଆ ସିନେମାର ଗ୍ଲାମର କୁଇନ୍‌ ଭାବରେ ପରିଚିତା ତମନ୍ନା କେମିତି ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଛନ୍ତି। ୟା ଭିତରେ ସେ ବେଶ୍‌ କେତୋଟି ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି। ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଭାଇନା କ’ଣ କଲା ସେ’ରେ ସଂଯୋଜିତ ‘ଚାଲ କରିବା ଠିଆପାଲା’ ଗୀତଟି ତାଙ୍କୁ ଦର୍ଶକଙ୍କ ନିକଟରେ ଆହୁରି ପରିଚିତ କରାଇପାରିଥିଲା। ଏ ସମ୍ପର୍କରେ ତମନ୍ନା କହନ୍ତି, ‘ମୋ ରିଲ୍‌ ଲାଇଫରେ ଏକ ଖୁସି ଖବର ରହିଛି। ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ସିନେମା ‘ସୁପରବୟ’ରେ ମୋତେ ମିଳିଛି ମନଲାଖି ଭୂମିକା। ଏଥିରେ ମୋ ଭୂମିକାଟି ହେଲା ତାନିୟା। ସେ ଜଣେ ସୁଇଟ୍‌ ଆଉ ଇନୋସେଣ୍ଟ ଗର୍ଲ। ନିଜ ମନର ମଣିଷକୁ ଖୋଜୁ ଖୋଜୁ ସେ ପ୍ରେମ୍‌ ନାମକ ଜଣେ ଯୁବକ ସଂସ୍ପର୍ଶରେ ଆସିଛି ଯିଏ ସୁପର ପାଓ୍ବାରର ଅଧିକାରୀ। ହେଲେ ସେହି ପାଓ୍ବାରଟି କ’ଣ ତାହା ସିନେମା ଦେଖିଲେ ହିଁ ଜାଣିପାରିବେ। ଏହି ଫିଲ୍ମରେ ମୋତେ ମିଳିଥିବା ଭୂମିକାରେ ଏପରି ମସଲା ରହିଛି ଯାହା ଦର୍ଶକଙ୍କୁ ଫୁଲ୍‌ ଏଣ୍ଟରଟେମେଣ୍ଟ କରିବ ବୋଲି କହନ୍ତି ତମନ୍ନା।’ ‘ସୁପରବୟ’ର ଟାଇଟଲ ଭୂମିକାରେ ଅଛନ୍ତି ଜ୍ୟୋତି ନାୟକ। ଖାସ୍‌ କଥା ହେଲା ଏହି ଫିଲ୍ମରେ ଶୁଭାଶିଷ ଶର୍ମା (ମଣ୍ଟୁ) ନେଗେଟିଭ ରୋଲ୍‌ରେ ଅଭିନୟ କରୁଛନ୍ତି। ଅପରପକ୍ଷରେ ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ସେ ଦେଉଛନ୍ତି। ଚଳଚ୍ଚିତ୍ରର ସଂଳାପ ଲେଖିଛନ୍ତି ଡ. ଦୀପକ ଜେନା। ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ବୈଦ୍ୟନାଥ ଦାଶ। ସାଇ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହାର ପ୍ରଯୋଜନା କରିଛନ୍ତି ଦକ୍ଷିଣ ଭାରତୀୟ ପ୍ରଯୋଜକ କେ. ଆନୀଷ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପୂର୍ବରୁ ପ୍ରଥମ ସ୍ତ୍ରୀଙ୍କୁ ଚିଠି ଲେଖିଥିଲେ ସୈଫ୍‌, କରିନା କହିଥିଲେ ଏମିତି…

ବଲିଉଡ ଅଭିନେତା ସୈଫ୍‌ ଅଲ୍ଲୀ ଖାନ ଏବଂ କରିନା କପୁର ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠାରୁ ଅଧିକ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ। କରିନା ଖୁବ ଶୀଘ୍ର...

ପ୍ରଭାସଙ୍କ ପୁରା ନାଁ ଶୁଣି ଉଡିଗଲା ଦର୍ଶକଙ୍କ ହୋସ୍‌

ମୁମ୍ବାଇ: ବାହୁବଳୀ ଫେମ୍‌ ପ୍ରଭାସ ଏବେ ବଲିଉଡ୍‌ ମୁଭି ‘ସାହୋ’ରେ ଅଭିନୟ କରିଛନ୍ତି। ତାଙ୍କ ବିପକ୍ଷର ନାୟିକା ଅଛନ୍ତି ଶ୍ରଦ୍ଧା କପୁର। ଏବେ ଶ୍ରଦ୍ଧା ଓ...

ହସ୍ପିଟାଲରେ ପହଞ୍ଚିଥିଲେ କରୀନା କପୁର

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଏବେ ନିଜର ଗର୍ଭାବସ୍ଥା ଉପଭୋଗ କରୁଛନ୍ତି। ବର୍ତ୍ତମାନ ତାଙ୍କର ୭ ମାସ ଚାଲିଛି। ନିକଟରେ ସୈଫ୍‌ ହିମାଞ୍ଚଳପ୍ରଦେଶରେ ତାଙ୍କର ଆଗାମୀ...

ପ୍ରିୟଙ୍କା ମୋ ଠାରୁ ୧୦ ବର୍ଷ ବଡ଼ କହିଲେ ନିକ୍‌

ଓ୍ବାଶିଂଟନ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକା ଗାୟକ ନିକ୍‌ ଜୋନସ୍‌ଙ୍କ ବିବାହ ନେଇ ବହୁ ଚର୍ଚ୍ଚା ହୋଇଥିବା। ଏବେ ମଧ୍ୟ ବହୁ ସମୟରେ...

ସ୍କୁଲ ସମୟର ଫଟୋ ଶେୟାର କଲେ ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀ

ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ନିଜ ସ୍କୁଲ ସମୟର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି...

ସୁପ୍ରିମକୋର୍ଟରେ କାଉଣ୍ଟର ଆଫିଡେଭିଟ୍‌ ଦାଖଲ

ନୂଆଦିଲ୍ଲୀ, ୯ା୮ : ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ସୁପ୍ରିମକୋର୍ଟରେ ମାମଲା ସ୍ଥାନାନ୍ତର ନେଇ...

ପୁଣି ଜଣେ ନବାଗତାଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡର ଭାଇଜାନ ସଲମାନ ଖାନ ପୁଣି ଜଣେ ନବାଗତାଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି। ତାଙ୍କ ଆଗାମୀ ଫିଲ୍ମ ଦବଙ୍ଗ ୩ରେ ସେ ମହେଶ ମଞ୍ଜେରକରଙ୍କ...

ଫସିଲେ ର଼୍ୟାପର୍‌ ବାଦଶାହା! ଏଥିପାଇଁ ୯ ଘଣ୍ଟା କାଳ ଜେରା କଲା କ୍ରାଇମ୍‌ବ୍ରାଞ୍ଚ

ବମ୍ବେ: ବିବାଦରେ ଲୋକପ୍ରିୟ ର଼୍ୟାପର୍‌ ବାଦଶାହା। ଫେକ୍‌ ଫଲୋୟର ର଼୍ୟାକେଟ୍‌ କେସ୍‌ରେ ସେ ଛନ୍ଦି ହୋଇଛନ୍ତି। ନିଜର ସୋସିଆଲ ମିଡିଆରେ ସେ ନକଲି ଫଲୋଅର୍ସ କରିଛନ୍ତି।...

Play 250+ Trending Games
Archives

Model This Week

Why Dharitri