Posted inଖେଳ

ଏୟାର ବ୍ୟାଡମିଣ୍ଟନକୁ ଭାରତୀୟ ତାରକାଙ୍କ ସମର୍ଥନ

ନୂଆଦିଲ୍ଲୀ,୧୯।୫ (ପି.ଟି.)- କ୍ରୀଡ଼ା ତଥା ବ୍ୟାଡମିଣ୍ଟନର ଏକ ନୂଆ ଫର୍ମାଟ ଏୟାର ବ୍ୟାଡମିଣ୍ଟନକୁ ସାଇନା ନେହ୍ବାଲଙ୍କ ସମେତ ଭାରତର କେତେକ ଆଗଧାଡ଼ିର ବ୍ୟାଡମିଣ୍ଟନ ଖେଳାଳି ସମର୍ଥନ ଜଣାଇଛନ୍ତି। ଅବସରପ୍ରାପ୍ତ ଖେଳାଳିଙ୍କୁ ଏୟାର ବ୍ୟାଡମିଣ୍ଟନ ଏକ ବିକଳ୍ପ କ୍ୟାରିୟର ପ୍ରଦାନ କରିପାରିବ ବୋଲି ଖେଳାଳିମାନେ କହିଛନ୍ତି। ମନୋରଞ୍ଜନ ପାଇଁ ଆଉଟଡୋର ବ୍ୟାଡମିଣ୍ଟନ ଭାରତ ସବୁଠାରୁ ପସନ୍ଦ କ୍ରୀଡ଼ା। ଦେଶରେ ଏଭଳି ସ୍ଥାନ ରହିଛି ଯେଉଁଠାରେ ଏହା ଦ୍ୱାରା ଅର୍ଥ ରୋଜଗାର କରିବା ସମ୍ଭବ ହୋଇପାରିବ।
ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ଗତ ସପ୍ତାହରେ ଗୁଆଝୁଠାରେ ବିଶ୍ୱସ୍ତରରେ ଏୟାର ବ୍ୟାଡମିଣ୍ଟନର ଶୁଭାରମ୍ଭ କରିଥିଲା। ଏୟାର ବ୍ୟାଡମିଣ୍ଟନରେ କୋର୍ଟର ଦୈର୍ଘ୍ୟ ଓ ପ୍ରସ୍ଥ ଭିନ୍ନ ହୋଇଥାଏ। ଏକ ନୂଆ ପ୍ରକାର ସଟଲକକ୍‌ ବା ଏୟାରସଟଲର ବ୍ୟବହାର ହୋଇଥାଏ। ଏୟାରସଟଲ ଉପରେ ବାୟୁ ବା ପବନର ବହୁତ କମ୍‌ ପ୍ରଭାବ ପଡ଼ିଥାଏ। ବାୟୁରେ ଥିବା ଆର୍ଦ୍ରତାର ପରିବର୍ତ୍ତନରେ ଏହି ଏୟାରସଟଲ ପ୍ରଭାବିତ ହୋଇ ନ ଥାଏ। ପାରମ୍ପରିକ ଇଣ୍ଡୋର ସଟଲ ଭଳି ଏୟାରସଟଲ ମଧ୍ୟ ସମାନ ଭାବେ ଗତିପଥ ଅତିକ୍ରମ କରିବା ସହ ସମାନ ପ୍ରକାର ଧ୍ୱନୀ ଉତ୍ପନ୍ନ କରିଥାଏ। ଏୟାର ବ୍ୟାଡମିଣ୍ଟନ କ୍ରୀଡ଼ାର ପ୍ରଚାର ଓ ପ୍ରସାରରେ ସହାୟକ ହେବ ଓ ଏହା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିପାରିବ ବୋଲି ଅଲିମ୍ପିକ୍‌ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ବାଲ କହିଛନ୍ତି।
ଭାରତରେ ଏହା ଏକ ଆଉଟ୍‌ଡୋର ଗେମ୍‌ ବୋଲି ଆମେ ଆରମ୍ଭରୁ ଜାଣିଥିଲୁ। ଘର ବାହାରେ ଆମେ ମାତାପିତା, ବନ୍ଧୁ ତଥା ଭାଇଭଉଣୀଙ୍କ ସହ ଏୟାରବ୍ୟାଡମିଣ୍ଟନ ଖେଳିଥାଉ। ଏହାର ପଚାର ପ୍ରସାର କରିବାକୁ ବିଡବ୍ଲ୍ୟୁଏଫ୍‌ ପ୍ରୟାସ ଆରମ୍ଭ କରିବା ଏକ ବଡ଼ କଥା। ଆମେଚର ଖେଳାଳିମାନେ ମଧ୍ୟ ଏୟାରବ୍ୟାଡମିଣ୍ଟନ ଖେଳିବାକୁ ଆଗକୁ ଆସିବେ ବୋଲି ମୋର ବିଶ୍ୱସ ରହିଛି ବୋଲି ବୋଲି ସାଇନା କହିଛନ୍ତି। ଏହା ହୋଇପାରିଲେ ସାରା ବିଶ୍ୱରେ ଏୟାର ବ୍ୟାଡମିଣ୍ଟନର ଲୋକପ୍ରିୟତାର ବୃଦ୍ଧି ଘଟିବ। ଆନ୍ତର୍ଜାତିକ ଓ ଘରୋଇ ଖେଳାଳିମାନେ ଅବସର ନେବା ପରେ ଏୟାରବ୍ୟାଡମିଣ୍ଟନକୁ ଏକ ବିକଳ୍ପ କ୍ୟାରିୟର ରୂପେ ଗ୍ରହଣ କରିପାରିବେ ୨୦୧୭ ୟୁଏସ୍‌ ଓପନ ଚାମ୍ପିୟନ ଏଚ୍‌.ଏସି. ପ୍ରଣୟ କହିଛନ୍ତି। ଇଣ୍ଡୋର ବ୍ୟାଡମିଣ୍ଟନ ଶାରୀରିକ ଭାବେ ବେଶ୍‌ ଚ୍ୟାଲେଞ୍ଜିଂ ହୋଇଥାଏ। ତେଣୁ ଅବସର ପରେ ଖେଳାଳିମାନେ ଏୟାରବ୍ୟାଡମିଣ୍ଟନ ଖେଳି ବିକଳ୍ପ ଭାବେ କ୍ୟାରିୟରକୁ ଆଗକୁ ନେଇପାରିବେ ବୋଲି ପ୍ରଣୟ କହିଛନ୍ତି।
ଏୟାର ବ୍ୟାଡମିଣ୍ଟନ ଭିନ୍ନ ପରିବେଶରେ ଖେଳାଯାଇପାରିବ। ପାର୍କରେ ଘାସ ଉପରେ, ସମୁଦ୍ରକୂଳ ବାଲି ଉପରେ, ରାସ୍ତା, ଲେନ୍‌ରେ ଏହା ଖେଳାଯାଇପାରିବ। ଏ ନେଇ ବିଡବ୍ଲ୍ୟୁଏଫ୍‌ର ପ୍ରୟାସକୁ ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବିଏଆଇ) ସମ୍ପାଦକ ଅଜୟ ସିଂଘାଣିଆ ପ୍ରଶଂସା କରିଛନ୍ତି। ପୁରୁଷ ବ୍ୟାଡମିଣ୍ଟନ ତାରକା ପାରୁପାଲୀ କାଶ୍ୟପ ମଧ୍ୟ ଏୟାରବ୍ୟାଡମିଣ୍ଟନ ସମର୍ଥନରେ ବାହରିଛନ୍ତି। ବିଡବ୍ଲ୍ୟୁଏଫ୍‌ ମଧ୍ୟ ଆଉଏକ ନୂଆ ଫର୍ମାଟ ଲଞ୍ଚ୍‌ କରିଛି। ତାହାକୁ ଟ୍ରିପଲ୍‌ କୁହାଯାଉଛି। ୩ଜଣ ଖେଳାଳିଙ୍କୁ ନେଇ ଦୁଇ ଦଳ ପରସ୍ପରକୁ ଭେଟିବେ। ପୁଣି ପ୍ରତ୍ୟେକ ଦଳରେ ଜଣେ ମହିଳା ଖେଳାଳି ରହିବେ। ପୁଣି ଖେଳାଳିମାନେ କ୍ରମାଗତ ଦୁଇଥର ଶଟ୍‌ ଖେଳିବାର ବାରଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ ଜିତିଲା ଜିଟି, ପ୍ରଥମେ ବୋଲିଂ, ବର୍ଷା ଯୋଗୁ ମ୍ୟାଚରେ ବାଧା…

ବେଙ୍ଗାଲୁରୁ,୨୧।୫ : ଆଇପିଏଲ ୨୦୨୩ର ୭୦ତମ ତଥା ଶେଷ ଲିଗ ମ୍ୟାଚ ଗୁଜରାଟ ଟାଇଟାନ୍ସ(ଜିଟି ) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ଖେଳାଯାଉଛି। ବେଙ୍ଗାଲୁରୁର...

କମ୍ପୁଛି ବାରବାଟୀ: ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ

କଟକ ଅଫିସ,୧୧ା୧: ବୁଧବାର ହକି ବିଶ୍ୱକପ ଉଦ୍‌ଘାଟନୀ ଉତ୍ସବ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଜି କମ୍ପିଛି ବାରବାଟୀ। ମୁଖ୍ୟମନ୍ତ୍ରୀ ନବୀନ...

ଇଣ୍ଡିଆନ ସୁପରଲିଗ୍‌: ନର୍ଥଇଷ୍ଟର ପ୍ରଥମ ପରାଜୟ

ଭାସ୍କୋ, ୧୯।୧୨- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ନର୍ଥଇଷ୍ଟ ୟୁନାଇଟେଡ ଶୁକ୍ରବାର ପ୍ରଥମ ପରାଜୟ ବରଣ କରିଛି। ଅନିକେତ ଯାଦବଙ୍କ ଗୋଲ ବଳରେ ଜାମସେଦପୁର ଏଫ୍‌ସି...

ଚେନ୍ନାଇ ସୁପର କିଙ୍ଗସର ଜଣେ ବୋଲରଙ୍କ ସମେତ ୧୩ ଜଣଙ୍କୁ କରୋନା

ଚେନ୍ନାଇ, ୨୮।୮- ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଦଳର ଜଣେ ଦ୍ରୁତ ବୋଲରଙ୍କ ସମେତ ୧୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୧୩...

୫ ଓ୍ବିକେଟରେ ଜିତିଲା ଏମଆଇ…

ମୁମ୍ବାଇ,୧୬।୪ : ଆଇପିଏଲ ସିରିଜ ୧୬ର ୨୨ତମ ମ୍ୟାଚରେ ରବିବାର ପାଞ୍ଚ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଦୁଇଥର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ବିପକ୍ଷରେ...

ଆହତ ଭୁବନେଶ୍ୱରଙ୍କ ସ୍ଥାନରେ ଶାର୍ଦ୍ଦୁଳ

ଚେନ୍ନାଇ,୧୪।୧୨(ପି.ଟି.)-ଭାରତୀୟ ପେସର ଭୁବନେଶ୍ୱର କୁମାର ଆହତ ହୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ ଶାର୍ଦ୍ଦୁଳ ଠାକୁରଙ୍କୁ ଭାରତୀୟ ଦଳରେ ସାମିଲ...

ମ୍ୟାଚ୍‌ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନ ଅଧିନାୟକ

ନୂଆଦିଲ୍ଲୀ,୮।୯: ଏସିଆ କପ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଗ୍ରୁପ ପର୍ଯ୍ୟାୟରେ ଖେଳାଯାଇଛି। କିନ୍ତୁ ବର୍ଷା ପ୍ରଶଂସକଙ୍କୁ ପୁରା ମ୍ୟାଚ ଉପଭୋଗ କରିବାକୁ...

ଏସିଆ ଟିମ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌: ସେମିଫାଇନାଲରେ ହାରିଲା ଭାରତ

ମାନିଲା (ଫିଲିପାଇନ୍ସ), ୧୬ା୨ (ପି.ଟି.)- ଭାରତୀୟ ପୁରୁଷ ଦଳ ଏଠାରେ ଚାଲିଥିବା ଏସିଆ ଟିମ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ସେମିଫାଇନାଲରୁ ବିଦାୟ ନେଇଛି। ଦଳ ୨-୩ରେ ଦୁଇଥର...

Advertisement
Archives

Model This Week