ଏହି ଫିଲ୍ମରେ ଅଭିନୟ ପାଇଁ ଗୋଟିଏ ଟଙ୍କା ବି ନେଇ ନ ଥିଲେ ଅମିତାଭ-ଜୟା: ହୋଇଗଲା ସୁପରହିଟ୍‌

୧୯୭୫ରେ ଋଷିକେଶ ମୁଖାର୍ଜୀଙ୍କ ଫିଲ୍ମ ‘ଚୁପକେ ଚୁପକେ’ ମୁକ୍ତିଲାଭ କରିଥିଲ। ଏହା ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଏକ ହାସ୍ୟାତ୍ମକ ଚଳଚ୍ଚିତ୍ର ଥିଲା। ଏହି ସୁପରହିଟ୍‌ ଚଳଚ୍ଚିତ୍ରରେ ଧର୍ମେନ୍ଦ୍ର, ଶର୍ମିଲା ଟାଗୋର, ଓମ ପ୍ରକାଶ, ଉଷା କିରଣ ମଧ୍ୟ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ କାମ କରିବା ପାଇଁ ଅମିତାଭ ଏବଂ ଜୟା କୌଣସି ପାରିଶ୍ରମିକ ନେଇ ନ ଥିଲେ।
ଏହି ଚଳଚ୍ଚିତ୍ରର ଶୁଟିଂ ପୂର୍ବରୁ ମଧ୍ୟ ଅମିତାଭ ୧୯୭୩ରେ ‘ଜଞ୍ଜୀର’ ସହିତ ସଫଳତା ହାସଲ କରିଥିଲେ। କିନ୍ତୁ ତଥାପି ସେ ‘ଚୁପକେ ଚୁପକେ’ରେ ଜଣେ ସହଯୋଗୀ ଅଭିନେତା ହେବାକୁ ରାଜି ହୋଇଥିଲେ। କାରଣ ଋଷିକେଶ ମୁଖାର୍ଜୀ ଉଭୟ ଜୟା ଏବଂ ଅମିତାଭଙ୍କର ପ୍ରିୟ ନିର୍ଦ୍ଦେଶକ ଥିଲେ ଏବଂ ସେ ତାଙ୍କ ସହ କାମ କରିବାର କୌଣସି ସୁଯୋଗ ଛାଡିବାକୁ ଚାହୁଁ ନ ଥିଲେ। ଏହି ଚଳଚ୍ଚିତ୍ରରେ ଅମିତାଭ-ଜୟା କାଷ୍ଟ ହେବା ପଛରେ ମଧ୍ୟ ଏକ ବଡ଼ କାରଣ ଥିଲା।
ଏହାପୂର୍ବରୁ ଏହି ଚଳଚ୍ଚିତ୍ରରେ ଋଷିକେଶ ଅମିତାଭ ଏବଂ ଜୟା ବଚ୍ଚନଙ୍କ ଭୂମିକା ପାଇଁ ଏକ ନୂଆ ଚେହେରା ନେବାକୁ ଚାହୁଁଥିଲେ। ଯେତେବେଳେ ଅମିତାଭ-ଜୟା ଜାଣିବାକୁ ପାଇଲେ ଯେ ଋଷିକେଶ ଏକ କମେଡି ଫିଲ୍ମ ବିଷୟରେ ଚିନ୍ତା କରୁଛନ୍ତି, ସେତେବେଳେ ଉଭୟ ତାଙ୍କ ନିକଟରେ ପହଞ୍ଚି ଫିଲ୍ମରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଯଦିଓ ନିର୍ଦ୍ଦେଶକ କହିଥିଲେ ଯେ, ସେ ଏକ ନୂଆ ଚେହେରା ଖୋଜୁଛନ୍ତି। କିନ୍ତୁ ଉଭୟ ନିଜ ମତରେ ଦୃଢ ଼ ରହିଲେ ଏବଂ କହିଥିଲେ ଯେ ଏହି ଚଳଚ୍ଚିତ୍ର ପାଇଁ ସେମାନେ କୌଣସି ପାରିଶ୍ରମିକ ନେବେ ନାହିଁ। ତା’ପରେ ଶେଷରେ ଋଷିକେଶ ଏହି ଚଳଚ୍ଚିତ୍ରରେ ଅମିତାଭ ଏବଂ ଜୟାଙ୍କୁ କାଷ୍ଟ କରିଥିଲେ।
ଉଭୟ ଚଳଚ୍ଚିତ୍ରରେ କାମ ପାଇଲେ ଏବଂ ଫିଲ୍ମ ’ଚୁପକେ ଚୁପକେ’ ସଫଳତାର ଶୀର୍ଷ ଛୁଇଁଲା। ଏହା ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଏହି ଚଳଚ୍ଚିତ୍ରର ଶୁଟିଂ ସମୟରେ ଜୟା ବଚ୍ଚନ ଗର୍ଭବତୀ ହୋଇଥିଲେ। କିନ୍ତୁ ଫିଲ୍ମର ଦୃଶ୍ୟ ଏପରି ଢଙ୍ଗରେ ସୁଟ କରାଯାଇଥିଲା ଯେ ତାଙ୍କ ଗର୍ଭଧାରଣ କୌଣସି ସ୍ଥାନରେ ଦେଖିବାକୁ ମିଳି ନ ଥିଲା। ଏହାପୂର୍ବରୁ ଅମିତାଭ ବମ୍ବେ ଟୁ ଗୋଆ ଭଳି କମେଡି ଫିଲ୍ମ ମଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?