Posted inଫୁରସତ

ଏହି ଦେଶର ମହାରାଣୀଙ୍କ ପାଖରେ ନାହିଁ ପାସପୋର୍ଟ: ବୁଲି ସାରିଲେଣି ଶହେରୁ ଊର୍ଦ୍ଧ୍ୱ ଦେଶ

ପାସପୋର୍ଟ ବା ଭିଜା ନ ଥିଲେ ଜଣେ ବ୍ୟକ୍ତି ନିଜ ଦେଶ ବ୍ୟତୀତ ବିଦେଶ ଭ୍ରମଣ କରିପାରିବ ନାହିଁ। ହେଲେ ବ୍ରିଟେନର ମହାରାଣୀ ଏଲିଜାବେଥ-୨ ଏକମାତ୍ର ମହିଳା ଯେ କି ବିନା ପାସପାର୍ଟ ବା ଭିଜାରେ ଶହେରୁ ଊର୍ଦ୍ଧ୍ୱ ଦେଶ ଭ୍ରମଣ କରି ସାରିଲେଣି। ମହାରାଣୀଙ୍କ ବ୍ୟତୀତ ରାଜ ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କର ପାସପୋର୍ଟ ବା ଭିଜା ରହିଛି। ବିବିସିର ଏକ ରିପୋର୍ଟ ଅନୁଯାୟୀ, ମହାରାଣୀ ଏଲିଜାବେଥ-୨ଙ୍କୁ ଭିଜା ପାସପୋର୍ଟ ରଖିବାର ଆବଶ୍ୟକତା ନାହିଁ। କାରଣ ସେ ବ୍ରିଟେନର ସମସ୍ତ ନାଗରିକଙ୍କୁ ପାସପୋର୍ଟ ଜାରି କରୁଥିବାରୁ ତାଙ୍କ ପାଇଁ ପାସପୋର୍ଟର ଆବଶ୍ୟକତା ନ ଥାଏ। ହେଲେ ତାଙ୍କ ନିକଟରେ ଗୋପନୀୟ କାଗଜପତ୍ର ରହିଥାଏ। ମହାରାଣୀଙ୍କ ଦୂତ ଏହି ଗୁପ୍ତ କାଗଜପତ୍ର ପହଞ୍ଚାଇଥାଆନ୍ତି ଯାହା ପାସପୋର୍ଟ ସହ ସମାନ ହୋଇଥାଏ।

କୁହାଯାଏ ମହାରାଣୀଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ନାହିଁ ହେଲେ ସେ କାର୍‌ ଚଲାଇ ଥାଆନ୍ତି। ହେଲେ ମହାରାଣୀଙ୍କ ନିକଟରେ ନିଜର ଏଟିଏମ୍‌ ମେଶିନ୍‌ ରହିଛି। ଯାହାକୁ ରାଜ ପରିବାରର ସମସ୍ତ ସଦସ୍ୟ ବ୍ୟବହାର କରିଥାଆନ୍ତି। ଏହା ବଙ୍କିଙ୍ଗ ହାମ ପ୍ୟାଲେସର ବେସ୍‌ମେଣ୍ଟରେ ରହିଛି। ବ୍ରିଟେନର ସେ ଏକମାତ୍ର ନାଗରିକ ଯିଏ ଇନକମ୍‌ ଟ୍ୟାକ୍ସ ଦେବା ଜରୁରୀ ନୁହେଁ। ହେଲେ ୧୯୯୨ରେ ସେ ନିଜ ଇଚ୍ଛାରେ ରାଜକୋଷକୁ ଟ୍ୟାକ୍ସ ଦେଇଥିଲେ ବୋଲି କୁହାଯାଏ। ମହାରାଣୀଙ୍କ ନାଁରେ ବ୍ରିଟେନର କୌଣସି ଅଦାଲତରେ ମାମଲା ହୋଇପାରିବ ନାହିଁ। ସୂଚନା ଅଧିକାର ଆଇନରୁ ମଧ୍ୟ ତାଙ୍କୁ ମୁକ୍ତ କରାଯାଇଛି।

 

ମହାରାଣୀ ଏଲିଜାବେଥ ବର୍ଷକୁ ୨ ଥର ନିଜର ଜନ୍ମଦିନ ପାଳୁଥିବା ଏକମାତ୍ର ମହିଳା। ତେବେ ତାଙ୍କ ଜନ୍ମଦିନ ବ୍ରିଟେନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ କାନାଡାରେ ଅଲଗା ଅଲଗା ଦିନରେ ପାଳନ କରାଯାଇଥାଏ। ବ୍ରିଟେନରେ ପ୍ରତିବର୍ଷ ଜୁନ୍‌ ପ୍ରଥମ, ଦ୍ୱିତୀୟ କିମ୍ବା ତୃତୀୟ ଶନିବାର ଏହା ପାଳନ କରାଯାଇଥାଏ। ଏହାର ଘୋଷଣା ସରକାର କରିଥାଆନ୍ତି। ପୂର୍ବ ଅଷ୍ଟ୍ରେଲିଆରେ ଜୁନ୍‌ ଦ୍ୱିତୀୟ ସୋମବାର, ପଶ୍ଚିମ ଅଷ୍ଟ୍ରେଲିଆରେ ସେପ୍ଟେମ୍ବର ଶେଷ ସପ୍ତାହ ଅବା ଅକ୍ଟୋବରର ପ୍ରଥମ ସପ୍ତାହରେ ମହାରାଣୀ ଏଲିଜାବେଥ-୨ଙ୍କ ଜନ୍ମଦିନ ପାଳନ କରାଯାଇଥାଏ। ଏହା ବ୍ୟତୀତ ନ୍ୟୁଜିଲାଣ୍ଡରେ ଜୁନ୍‌ ପ୍ରଥମ ସୋମବାର ଓ କାନାଡାରେ ମେ ପ୍ରଥମ ସୋମବାରରେ ପାଳନ କରାଯାଏ। ହେଲେ ମହାରାଣୀଙ୍କ ପ୍ରକୃତ ଜନ୍ମଦିନ ୨୧ ଏପ୍ରିଲ ହୋଇଥିବା ବେଳେ ଏହିଦିନ ସେ ତାଙ୍କ ପରିବାର ସହ ପାଳନ କରିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ କପ୍‌ ଚାଲିଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ମିଳିଲା ବଡ଼ ଖୁସିଖବର

ନୂଆଦିଲ୍ଲୀ,୯।୯: ମହିଳା ଏସିଆ କପରେ ହଂକଂ ବିପକ୍ଷରେ ଏକ ଚମତ୍କାର ଶତକ ମାରିଥିବା ସ୍ମୃତି ମନ୍ଧାନା ICC T20 ରାଙ୍କିଙ୍ଗର ଶୀର୍ଷ ୫ରେ ସ୍ଥାନ ପାଇଛନ୍ତି। ହଂକଂ…

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମାରୁତି ସୁଜୁକି ନୂଆ ବାଲେନୋର ବଜାର ପ୍ରବେଶ

ଭୁବନେଶ୍ୱର,୯ା୯: ମାରୁତି ସୁଜୁକି ଇଣ୍ଡିଆ ପ୍ରସ୍ତୁତ ବାଲେନୋର ନୂତନ ଭର୍ସନ ମଙ୍ଗଳବାର ରାଜଭବନ ନିକଟସ୍ଥ ନେକ୍ସା(ନାରାୟଣୀ ମୋଟର୍ସ) ଏବଂ ହଂସପାଳ ଶୋ’ରୁମ୍‌ରେ ଉନ୍ମୋଚନ କରାଯାଇଛି। ଏହି ନୂତନ…

ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ୨ ଟଙ୍କା ଅଧିକ ମିଳିବ

ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍‌ଫେଡ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବିବାହ ପରେ ଏହି ୨ ରାଶିଙ୍କର ଖୋଲେ ଭାଗ୍ୟର ତାଲା, ହୁଅନ୍ତି କୋଟିପତି! ଜୀବନରେ ଆସେ ଧନ-ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ରାଶିର ନିଜସ୍ବ ଗୁଣ ଓ ଗ୍ରହ ପ୍ରଭାବ ରହିଛି। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, କିଛି ରାଶିର ଲୋକଙ୍କ ପାଇଁ ବିବାହ ପରେ ଧନ,…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

୪୮ ଘଣ୍ଟା ପରେ ବଦଳିବ ଗ୍ରହଙ୍କ ଚଳନ: ଫେବୃଆରୀ ୨୦୨୭ ଯାଏ ବୃଷ ସମେତ ୪ ରାଶିଙ୍କୁ ମିଳିବ ଅପ୍ରତ୍ୟାଶିତ ଲାଭ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ୟୁରେନସ୍‌କୁ ଅରୁଣ ଗ୍ରହ ବୋଲି କୁହାଯାଏ। ଆଧୁନିକ ଏବଂ ପାଶ୍ଚାତ୍ୟ ଜ୍ୟୋତିଷରେ ଏହି ଗ୍ରହକୁ ଅଚାନକ ପରିବର୍ତ୍ତନ, ନୂଆ ପରିସ୍ଥିତି ଓ ଅପ୍ରତ୍ୟାଶିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri