Posted inଫୁରସତ

ଏହି ଦେଶରେ ପିଲାମାନଙ୍କ ଶୋଇବାରେ ଲାଗିଲା କଟକଣା

ଚାଇନାର ଝୋଜିୟାଙ୍ଗ୍‌ ଜିଲାରେ ଏକ ନିର୍ଦ୍ଦେଶ ଜାରି ହୋଇଛି। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହି ନିୟମ କେବଳ ସ୍କୁଲରେ ପଢୁଥିବା ପିଲାମାନଙ୍କ ପାଇଁ ଲାଗୁ ହେବ। ପିଲାମାନେ ହୋମଓ୍ବାର୍କ ଯେତିକି ନ କରିବେ ସେତିକି ଶୋଇବା ଜରୁରୀ ବୋଲି କଟକଣା ଜାରି ହୋଇଛି। ଏହି ନିୟମ ଅନୁସାରେ, ପ୍ରତ୍ୟେକ ସ୍କୁଲ ପିଲା ରାତି ୧୦ଟା ପୂର୍ବରୁ ଶୋଇବା ଅନିବାର୍ଯ୍ୟ। ଏହା ବ୍ୟତୀତ ଅଭିଭାବକମାନଙ୍କ ପାଇଁ ମଧ୍ୟ ଏକ ପ୍ରତିବନ୍ଧକ ଲଗାଯାଇଛି।

ସେମାନେ ଘରକୁ ଟିଉସନ୍‌ ଶିକ୍ଷକଙ୍କୁ ଡାକିବେ ନାହିଁ। ପ୍ରାଥମିକ ସ୍କୁଲରେ ପଢୁଥିବା ପିଲାମାନଙ୍କ ପାଇଁ ଶୋଇବା ସମୟ ରାତି ୯ଟା ରଖାଯାଇଛି। ପିଲାମାନେ ହୋମ୍‌ଓ୍ବାର୍କ ଶେଷ କରନ୍ତୁ ବା ନ କରନ୍ତୁ। ଘଣ୍ଟାରେ ୯ଟା ବାଜିବା କ୍ଷଣି ସେମାନେ ବିଛଣାକୁ ଯିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ଉଚ୍ଚ ବିଦ୍ୟାଳୟ ଛାତ୍ରୀଛାତ୍ର ରାତି ୧୦ଟା ପୂର୍ବରୁ ଶୋଇବା ବାଧ୍ୟତାମୂଳକ ରହିଛି। କିଛି ଅଭିଭାବକ ଏପରି ନିର୍ଦ୍ଦେଶକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏହି ନିର୍ଦ୍ଦେଶକୁ ସେମାନେ ‘ହୋମ୍‌ଓ୍ବାର୍କ କର୍ଫ୍ୟୁ’ ନାଁ ଦେଇଛନ୍ତି।

 


ଶିକ୍ଷା ବିଭାଗ ଦ୍ୱାରା ଏପରି ନିର୍ଦ୍ଦେଶ ଜାରି ହେବା ପରେ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। ହୋମ୍‌ଓ୍ବାର୍କ ନ କଲେ ପିଲାମାନେ ପାଠପଢ଼ାରେ ପଛରେ ପଡ଼ିଯିବେ। ଯଦି ଛୋଟବେଳୁ ପିଲାମାନେ ପାଠପଢ଼ା ପ୍ରତି ଆଗ୍ରହ ପ୍ରକାଶ ନ କରିବେ ତେବେ ଭବିଷ୍ୟତ ଅନ୍ଧକାରମୟ ହୋଇଯିବ। ଏପରିକି କିଛି ଅଭିଭାବକ ସୋସିଆଲ ମିଡିଆରେ ଶିକ୍ଷା ବିଭାଗ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶ ଉଠାଇ ନେବା ପାଇଁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିକ୍କିଙ୍କ ଚରିତ୍ରରେ କ୍ୟାଟ୍ରିନା ଗର୍ବିତ

ମୁମ୍ବାଇ ଅଭିନେତା ଭିକ୍କି କୌଶଲଙ୍କ ଅଭିନୀତ ‘ସାମ୍‌ ବାହାଦୁର’ ଶୁକ୍ରବାର ସିନେମା ହଲ୍‌ରେ ମୁକ୍ତିଲାଭ କରିଛି। ଫିଲ୍ମକୁ ନେଇ ପ୍ରଶଂସକଙ୍କ ଉତ୍ସାହ ଦେଖିବାକୁ ମିଳିଛି। ଏହା...

ହ୍ବିଲ୍‌ଚେୟାରରେ ୫୯ ଦେଶ ଭ୍ରମଣ

ହରିୟାଣା ହ୍ବିଲ୍‌ଚେୟାର ସହିତ କାମ କରିବା ସାଧାରଣତଃ କଷ୍ଟକର ହୋଇଥାଏ। ହେଲେ ପଞ୍ଜାବ ଲୁଧିଆନାର ଜଣେ ମହିଳା ହ୍ବିଲ୍‌ଚେୟାର ସହିତ ନିଜ ଜୀବନକୁ ଅତ୍ୟନ୍ତ ସରଳ...

ଇଚ୍ଛାଶକ୍ତି ଥିଲେ ମିଳେ ସଫଳତା

ଜଣଙ୍କର ସଫଳତା ପ୍ରାପ୍ତିରେ ଦିବ୍ୟାଙ୍ଗତା ସମସ୍ୟା କୌଣସି ବାଧା ସୃଷ୍ଟି କରେନା। ଦୃଢ଼ ମନୋବଳ ଥିଲେ ଜୀବନରେ ସମସ୍ତ କ୍ଷେତ୍ରରେ ବିଜୟ ମିଳେ। ଦିବ୍ୟାଙ୍ଗଙ୍କ ମଧ୍ୟରେ...

କେଇ ମିନିଟ୍‌ରେ କରିପାରିବେ ଜହ୍ନର ପରିକ୍ରମା, ଗୁଗୁଲ୍‌କୁ ଯାଇ ସର୍ଚ୍ଚ କରନ୍ତୁ…

ସମସ୍ତେ ଜହ୍ନକୁ ଯିବାକୁ ସ୍ବପ୍ନ ଦେଖିଥାନ୍ତି। ହେଲେ ଏହା ସମ୍ଭବପର ନୁହେଁ। ଆଜି ଆମେ ଆପଣଙ୍କୁ ଏଭଳି କୌଶଳ ବିଷୟରେ କହିବୁ, ଯାହାଦ୍ୱାରା ଘରେ ବସି...

ଭୋଜି ଖାଇବାକୁ ଆସି ରୁଟି ତିଆରି କଲେ ଅତିଥି, ଭିଡିଓ ଦେଖିଲେ…

ସମୟ ବଦଳିବା ସହିତ ପାର୍ଟି ଏବଂ ବିବାହରେ ଚାଲିଥିବା ରୀତିନୀତିରେ ଅନେକ ପରିବର୍ତ୍ତନ ଆସିଛି। ଦିନ ଥିଲା ଯେତେବେଳେ ପାର୍ଟି ବିବାହ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକୁ...

ବସରେ ସିଟ୍‌ ନ ମିଳିବାରୁ ବ୍ୟକ୍ତି କଲେ ଏପରି, ଭିଡିଓ ଭାଇରାଲ

ମୁମ୍ବାଇରେ ପ୍ରାୟତଃ ଟ୍ରାଫିକ୍‌ ସମସ୍ୟା ଦେଖାଯାଇଥାଏ। ଏହା ଦେଖି ସେଠାକାର ଜନସଂଖ୍ୟା କେତେ ଅଧିକ ତାହା ଅନୁମାନ କରାଯାଇ ପାରିବ। ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବା...

ମାଇନସ୍‌ ୧୬ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ସୈନିକଙ୍କ ସହ ପୁଶ୍‌ଅପ୍‌ କଲେ ମହିଳା, ଭିଡିଓ ଦେଖିଲେ…

ସୈନିକମାନଙ୍କର କାର୍ଯ୍ୟ କେତେ ଯେ, କଷ୍ଟସାଧ୍ୟ ତାହା ଆପଣ ନିଶ୍ଚିତ ଭାବରେ ଅନୁଭବ କରିପାରୁଥିବେ। ଉତ୍ତର ଭାରତର ଲୋକମାନେ ଶୀତଦିନେ ନିଜକୁ କମ୍ବଳ ଭିତରେ ରଖୁଥିବା...

କ୍ଲାସରେ ରିଲେଶନଶିପ୍‌ ଉପରେ ପରାମର୍ଶ ଦେଲେ ଶିକ୍ଷକ, ପୁଅଙ୍କ ଭାବାବେଗ ସହ ଖେଳିବ ନାହିଁ…ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨।୧୨:ସ୍କୁଲ ଓ କଲେଜକୁ ବିଦ୍ୟାର ମନ୍ଦିର କୁହାଯାଏ। ଏଠାରେ କେବଳ ଶିକ୍ଷାଦାନ ନୁହେଁ ଚରିତ୍ର ଗଠନ ହୋଇଥାଏ। ଏହାକୁ ମଣିଷ ତିଆରି କାରଖାନା କହିଲେ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri