ଏହି ଅଭିନେତାଙ୍କ ଭାନିଟି ଭ୍ୟାନର ଦାମ୍‌ ଶୁଶିଲେ ଉଡିଯିବ ହୋସ୍‌

ମୁମ୍ବାଇ: ବି-ଟାଉନରେ ବିଳାସମୟ ଜୀବନ ବିତାଉଥିବା ସେଲିବ୍ରିଟିଙ୍କ ମଧ୍ୟରୁ କମେଡି ପାଇଁ ଜଣାଶୁଣା କପିଲ ଶର୍ମା ହେଉଛନ୍ତି ଅନ୍ୟତମ। ଯାହାଙ୍କ ଲାଇଫ୍‌ ଷ୍ଟାଇଲ୍‌କୁ ସମସ୍ତେ ଅନୁକରଣ କରିବାକୁ ଚାହାନ୍ତି। ତେବେ ତାଙ୍କର ଏହି ଲାଇଫ୍‌ ଷ୍ଟାଇଲ୍‌ କଠିନ ପରିଶ୍ରମ ଓ ଦୃଢ଼ ନିଷ୍ଠା ବଳରେ ସେ ହାସଲ କରିଛନ୍ତି। ଏକ କମେଡି ଶୋ’ରେ ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରିଥିବା ବ୍ୟକ୍ତି ଆଜି ନିଜ ଶୋ’ର ରାଜା। କପିଲଙ୍କ ଜୀବନଶୈଳୀ ବିଷୟରେ ବହୁ କମ୍‌ ଲୋକ ଜାଣିଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ସେଲିବ୍ରିଟିଙ୍କ ବିଷୟରେ। ୨୦୦୭ରେ ଗ୍ରେଟ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ ଶୋ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ କପିଲ। ଏହି ଶୋ’ ଜରିଆରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ବର୍ତ୍ତମାନ କପିଲ ନିଜର କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ ଚଳାଉଛନ୍ତି। ତେବେ ଏହି ଶୋ’ ମାଧ୍ୟମରେ ତାଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ଆସିଛି। ୨୦୧୯ରେ କପିଲ ୩୫କୋଟି ଟଙ୍କା ଆୟ କରି ଫୋର୍ବସ୍‌ ତାଲିକାରେ ସେ ୫୩ତମ ସ୍ଥାନ ହାସଲ କରିଥିଲେ। ଏଥିରୁ ତାଙ୍କ ଲଇଫ୍‌ ଷ୍ଟାଇଲ୍‌ ବିଷୟରେ ସହଜରେ ଅନୁମୟେ କରିହେବ। ଜାଣିଛନ୍ତି କି ତାଙ୍କ ପାଖରେ ଏକ ବିଳାସମୟ ଭାନିଟି ଭ୍ୟାନ ରହିଛି। ଯାହାର ଦାମ୍‌ ରହିଛି ୫କୋଟି ୫ଲକ୍ଷ ଟଙ୍କା। ଏହି ଭ୍ୟାନ ବଲିଉଡ୍‌ର ସବୁଠାରୁ ମହଙ୍ଗା ଭାନିଟି ଭ୍ୟାନ ମଧ୍ୟରୁ ଏକ ବୋଲି କୁହାଯାଏ। ଏଥିରେ ସମସ୍ତ ପ୍ରକାରର ସୁବିଧା ରହିଛି। ଏଥିସହ କପିଲ ମହଙ୍ଗା କାର୍‌ର ବି ସୌଖୀନ ଅଟନ୍ତି। ତାଙ୍କ ପାଖରେ କେତେକ ବିଳାସମୟ କାର ମଧ୍ୟ ରହିଛି। ଏତଦ୍‌ ବ୍ୟତୀତ ମୁମ୍ବାଇରେ ତାଙ୍କର ଏକ ବିଳାସପୂର୍ଣ୍ଣ କୋଠାଘର ରହିଥିବା ବେଳେ ପଞ୍ଜାବରେ ମଧ୍ୟ ଏକ ସୁନ୍ଦର ଘର ରହିଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୈଫ୍‌ଙ୍କ ପିଠିରେ ଶୋଇ ମଜା ଉଠାଉଛନ୍ତି ପୁଅ ତୈମୁର, ଫଟୋ ଶେୟାର କଲେ କରୀନା

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ସମୟରେ ବଲିଉଡ୍‌ ଷ୍ଟାର୍‌ମାନେ ସାଧାରଣ ଲୋକଙ୍କ ପରି ନିଜ ଘରେ ରହିବାକୁ...

ପୁଣି ବଡ ପରଦାକୁ ଫେରିବେ ଶିଳ୍ପା

ବଲିଉଡ ଅଭିନେତ୍ରୀ ଶିଳ୍ପ ସେଟ୍ଟୀ ପୁଣି ଥରେ ବଡ ପରଦାକୁ ଫେରିବେ। ଏକ କମେଡି ଫିଲ୍ମ ଜରିଆରେ ସେ ପୁଣି ନିଜର ଜଲଓ୍ବା ଦେଖାଇବେ। ଶେଷଥର...

ଚର୍ଚ୍ଚାରେ ଫିଲ୍ମ ‘ବାଲା’ର ଶିଶୁ କଳାକାର ସଚିନ

ବଲିଉଡ୍‌ ଅଭିନେତା ଆୟୁଷ୍ମାନ୍‌ ଖୁରାନାଙ୍କ ଫିଲ୍ମ ‘ବାଲା’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବାରେ ଲାଗିଛି। ଏହାର କାହାଣୀ ମୁଣ୍ଡରେ କେଶ ନ ଥିବା ଜଣେ...

ବାପା ହେଲେ ଏହି ପ୍ରସିଦ୍ଧ ଅଭିନେତା

ଦିଲ୍ଲୀ ଭାଜପାର ପୂର୍ବତନ ଅଧ୍ୟକ୍ଷ ତଥା ଭୋଜପୁରୀ ଅଭିନେତା ମନୋଜ ତିଓ୍ବାରୀଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି। ଅର୍ଥାତ୍‌ ସେ ପୁଣିଥରେ ବାପା ହୋଇଛନ୍ତି। ମନୋଜ ଝିଅକୁ...

ଓ୍ବେବ ସିରିଜ ପାଇଁ ଶାଢି ପିନ୍ଧି ବାଇକ୍‌ ଚଲାଇଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଲାରା ଦତ୍ତ ଏବେ ତାଙ୍କ ଓ୍ବେବ ସିରିଜ କାମରେ ବ୍ୟସ୍ତ ଅଛନ୍ତି। ଏହାକୁ ନେଇ ସେ ଖୁବ୍‌ ଏକ୍ସସାଇଟେଡ ମଧ୍ୟ ଅଛନ୍ତି।...

ଦେଢ ବର୍ଷ ବୟସରେ ଯୋଗ କଲେ ତୈମୁରଙ୍କ ଭଉଣୀ

ମୁମ୍ବାଇ: ଷ୍ଟାର୍‌ କିଡ୍‌ଙ୍କର କ୍ରେଜ୍‌ ଟିକେ ଅଲଗା। ବିଶେଷ କରି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏମାନଙ୍କ ଫଟୋ ଦେଖିବାକୁ ପ୍ରାୟ ସମସ୍ତଙ୍କର ଆଗ୍ରହ ଥାଏ।...

ଭାଇ ଅର୍ଜୁନଙ୍କୁ ମା’ ଦେଇଥିବା ସୁନ୍ଦର ଉପହାର କହିଲେ ଅଂଶୁଲା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଜୁନ୍‌ ୨୬ ଅର୍ଥାତ୍‌ ଆଜି ଜନ୍ମଦିନ। ଏହି ଅବସରରେ ସୋସିଆଲ ମିଡିଆରେ ଭଉଣୀ ଅଂଶୁଲା କପୁର ଅର୍ଜୁନଙ୍କୁ ସ୍ବତନ୍ତ୍ର...

ପ୍ରସିଦ୍ଧ ଗାୟକ ବାଲାସୁବ୍ରମଣ୍ୟମ କରୋନାରେ ପୀଡ଼ିତ

ମୁମ୍ବାଇ,୫।୮: ସମଗ୍ର ଦେଶରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ଦିନକୁ ଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଧନୀ ହେଉ କି ଗରୀବ...

Play 250+ Trending Games
Archives

Model This Week

Why Dharitri