ଏସ୍‌ସିବି ମେଡିକାଲରେ ୫-ଟି ସଚିବ: ସୁପର ସ୍ପେଶିଆଲିଟି ବିଲ୍ଡିଂ ନିର୍ମାଣ ନେଇ ଆଲୋଚନା

କଟକ ଅଫିସ, ୭।୧୧: ରାତି ପାହିନି, କଟକ ଏସ୍‌ସିବି ମେଡିକାଲରେ ରାଜ୍ୟର ୩ ଜଣ ଆଇଏଏସ୍‌ ଅଫିସର ପହଞ୍ଚିଥିଲେ। ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନେତୃତ୍ୱରେ ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମହେର୍ଦ୍ଦା, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଲିନୀ ପଣ୍ଡିତ ବୁଧବାର ଭୋର ୫ଟାରେ ଏସ୍‌ସିବି ମେଡିକାଲ ଗସ୍ତ କରିଥିଲେ। ୫-ଟି ସଚିବ ଆସୁଛନ୍ତି ବୋଲି ମଙ୍ଗଳବାର ମଧ୍ୟରାତ୍ରରୁ ସୂଚନା ମିଳିଯାଇଥିଲା। ଫଳରେ ସନ୍ଧ୍ୟା ୫ଟାରୁ ଘରକୁ ପଳାଇଥିବା ଉଚ୍ଚ ଅଧିକାରୀ ଓ ଡାକ୍ତରମାନେ ରାତି ଅନିଦ୍ରା ହୋଇ ଜଗି ବସିଥିଲେ। କାଜୁଆଲ୍‌ଟିରେ ହସ୍ପିଟାଲ ମ୍ୟାନେଜର ବସିଥିବା ବେଳେ ଆର୍‌ଡିସି (ଆଞ୍ଚଳିକ ନିଦାନ କେନ୍ଦ୍ର)ରେ ମେଡିକାଲ ପ୍ରଶାସନିକ ଅଧିକାରୀ ଓ ଅଧୀକ୍ଷକଙ୍କ ଅଫିସରେ ପ୍ରଫେସରମାନେ ଉପସ୍ଥିତ ଥିଲେ। ପ୍ରଥମେ ସେମାନେ ପଲ୍‌ମନାରି ମେଡିସିନ ବିଭାଗ ବାଟ ଦେଇ ମେଡିକାଲ ଖେଳ ପଡ଼ିଆକୁ ଯାଇଥିଲେ। ସେଠାରେ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍‌ ଇଞ୍ଜିନିୟରିଂ(ବୋସ୍‌) ଗଡ଼ା ନିକଟକୁ ଏକ ରାସ୍ତା ଖୋଲିବା ପାଇଁ ଆଲୋଚନା କରିଥିଲେ। ମେଡିକାଲକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ପ୍ରଶସ୍ତୀକରଣ ଉପରେ ତର୍ଜମା କରାଯାଇଥିଲା। ଏହାପରେ ମେଡିକାଲର ପୁରୁଣା ଆଉଟ୍‌ଡୋର ନିକଟସ୍ଥ ଜାଗା ବୁଲି ଦେଖିଥିଲେ। ମୁଖ୍ୟତଃ କେଉଁଠି ସୁପର ସ୍ପେଶିଆଲିଟି ବିଲ୍ଡିଂ ନିର୍ମାଣ କରାଯିବ ସେ ସମ୍ପର୍କରେ ମେଡିକାଲ ଅଧିକାରୀମାନଙ୍କ ସହିତ ଆଲୋଚନା ହୋଇଥିଲା। ପରେ ମେଡିକାଲ କଲେଜ ପ୍ରିନ୍ସିପାଲଙ୍କ ଚାମ୍ବରରେ ଅନୁଷ୍ଠିତ ବୈଠକରେ ସେମାନେ ଯୋଗଦେଇଥିଲେ। ବୈଠକ ଶେଷକରି ସକାଳ ୬ଟା ସୁଦ୍ଧା ସେମାନେ ଭୁବନେଶ୍ୱର ଫେରିଯାଇଥିଲେ।
ପ୍ରିନ୍ସିପାଲଙ୍କ ଚାମ୍ବରରେ ହୋଇଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ସଚିବାଳୟରେ ଏସ୍‌ସିବିର ସମସ୍ତ ବିଭାଗର ମୁଖ୍ୟ, ଅଧୀକ୍ଷକ, ପ୍ରିନ୍ସିପାଲ ଓ ପ୍ରଶାସନିକ ଅଧିକାରୀଙ୍କର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏସ୍‌ସିବି ମେଡିକାଲ ପାଇଁ ବହୁକୋଟି ଟଙ୍କାର ପ୍ୟାକେଜ ସରକାର ଘୋଷଣା କରିଛନ୍ତି। ତେବେ ପାଣ୍ଡିଆନ ଓ ଅନ୍ୟ ଦୁଇ ଆଇଏଏସ୍‌ ଅଧିକାରୀଙ୍କ ଗସ୍ତକୁ ନେଇ ସାମାଜିକ କର୍ମୀ ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ସାମାଜିକ କର୍ମୀ ଉମେଶ ବିଶ୍ୱାଳ କହିଛନ୍ତି, ଯଦି ୫-ଟି ସଚିବ ଏସ୍‌ସିବି ମେଡିକାଲର ପ୍ରକୃତ ଅବସ୍ଥା ଜାଣିବାକୁ ଇଚ୍ଛା କରୁଥିଲେ, ତେବେ ଭୋର ସମୟରେ ନ ଆସି ପୂର୍ବାହ୍ନ ୧୦ଟା ପରେ ଆସିଥିଲେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ଦେଖିଥାନ୍ତେ। ନିରାମୟ କେନ୍ଦ୍ରଠାରୁ ଆରମ୍ଭ କରି ନିଦାନ କେନ୍ଦ୍ର ପର୍ଯ୍ୟନ୍ତ ରୋଗୀଙ୍କର ଲମ୍ବା ଲାଇନ କେତେ କଷ୍ଟ ତାହା ହୃଦ୍‌ବୋଧ କରିଥାନ୍ତେ। ଯାଜପୁର ଅଞ୍ଚଳରୁ ଆସିଥିବା ମନୋରଞ୍ଜନ ସିଂ ନାମକ ଜଣେ ରୋଗୀଙ୍କ ସମ୍ପର୍କୀୟ କୁହନ୍ତି, ୫-ଟି ସଚିବ ମେଡିକାଲ ରାସ୍ତା ଦେଇ ଚାଲିଗଲେ। ୱାର୍ଡ ଭିତରକୁ ପଶିଥିଲେ ଭିତିରି କଥା ଜାଣିଥାନ୍ତେ। ରାସ୍ତା ଦେଇ ଚାମ୍ବରରେ ବୈଠକ କରିବାର ମାନେ କିଛି ନାହିଁ। ତେବେ ୫-ଟି ସଚିବଙ୍କ ଏହି ଗସ୍ତ ସମୟରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଜିଲାପାଳ ଭବାନୀ ଶଙ୍କର ଚୟନୀ, ଡିସିପି ଅଖିଳେଶ୍ୱର ସିଂ, ଏସ୍‌ସିବି ମେଡିକାଲ କଲେଜ ପ୍ରିନ୍ସିପାଲ ପ୍ରଫେସର ଜୟଶ୍ରୀ ମହାନ୍ତି, ଅଧୀକ୍ଷକ ପ୍ରଫେସର ସରୋଜକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri