ଏସ୍‌ସିବି ମେଡିକାଲରେ ବିଦ୍ୟୁତ୍‌ ବିଭ୍ରାଟ ସାଢ଼େ ୯ ଘଣ୍ଟା କଲବଲ ହେଲେ ରୋଗୀ

କଟକ ଅଫିସ, ୧୩ା୬: ବୁଧବାର ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ସାଢେ ୭ଟା ପର୍ଯ୍ୟନ୍ତ ଏସ୍‌ସିବି ମେଡିକାଲ ସର୍ଜରୀ ୱାର୍ଡର ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ ଥିଲା। କାହା ହାତରେ ବରଡ଼ାପତ୍ର ବିଞ୍ଚଣା ତ କାହା ହାତରେ ପ୍ଲାଷ୍ଟିକ୍‌ ବିଞ୍ଚଣା ପୁଣି କିଏ ଖବରକାଗଜ ଓ ପଟିକୁ ବିଞ୍ଚଣା ଭାବେ ବ୍ୟବହାର କରୁଥିଲେ। ବେଡ୍‌ ଉପରେ ଶୋଇଥିବା ରୋଗୀଙ୍କୁ ଦେଖିଲେ ପରିସ୍ଥିତି ଅଧିକ ଗମ୍ଭୀର ଲାଗୁଥିଲା। ରୋଗ ଯନ୍ତ୍ରଣା ସାଙ୍ଗକୁ ଗୁଳୁଗୁଳି ଓ ଗରମରେ ରୋଗୀମାନେ କଲବଲ ହେଉଥିଲେ। କାରଣ ବୁଝିଲା ବେଳକୁ ସର୍ଜରୀ ୱାର୍ଡକୁ ବିଦ୍ୟୁତ୍‌ ଯୋଗାଣ କରୁଥିବା ଟ୍ରାନ୍ସଫର୍ମରର ପ୍ୟାନେଲ ବୋର୍ଡ ସହିତ କେବୁଲଗୁଡ଼ିକ ଜଳିଯିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା। ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଭାବିଥିଲେ ଏଡେବଡ଼ ମେଡିକାଲରେ ନିହାତି ଜେନେରେଟର ବ୍ୟବସ୍ଥା ଥିବ। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ କରେଣ୍ଟ ଆସି ନ ଥିଲା। ୫୦ ପାଖାପାଖି ରୋଗୀ ସମ୍ପର୍କୀୟ ଏକଜୁଟ ହୋଇ ଅଧୀକ୍ଷକଙ୍କ ଚାମ୍ବରକୁ ଯାଇଥିଲେ। ସେଠାରେ ହୋହଲ୍ଲା କରିବା ପରେ ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତି ନିଜେ ସର୍ଜରୀ ୱାର୍ଡକୁ ଆସି ଜେନେରେଟର ସଂଯୋଗ ଦେବାକୁ ବ୍ୟବସ୍ଥା କରିବା ବେଳକୁ ଜେନେରେଟର ଫନୀ ବାତ୍ୟା ସମୟରୁ ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଫଳରେ ପ୍ରଫେସର ମହାନ୍ତି ତୁରନ୍ତ ଘଟଣାସ୍ଥଳକୁ ବିଦ୍ୟୁତ୍‌ ବିଭାଗର ଅଧିକାରୀମାନଙ୍କୁ ଡକାଇଥିଲେ। ପ୍ୟାନେଲ ବୋର୍ଡ ସଜଡ଼ା ହେବା ବେଳକୁ ସନ୍ଧ୍ୟା ସାଢେ ୭ଟା ବାଜିଥିଲା। ହେଲେ ପାଖାପାଖି ସାଢେ ୯ ଘଣ୍ଟାର ଯନ୍ତ୍ରଣା କହିଲେ ନ ସରେ ବୋଲି ରୋଗୀ ସମ୍ପର୍କୀୟମାନେ କହିଛନ୍ତି। ଜଗତ୍‌ସିଂହପୁର ଅଞ୍ଚଳରୁ ସ୍ତ୍ରୀ ଟିକିଙ୍କୁ ଚିକିତ୍ସା ପାଇଁ ଏଠାକୁ ଆଣିଥିବା ନିତ୍ୟାନନ୍ଦ ସେଠୀ କୁହନ୍ତି, ସ୍ତ୍ରୀ ହାତରୁ ବାଧ୍ୟ ହୋଇ ସାଲାଇନ ଖୋଲି ବାହାରକୁ ଆଣିଥିଲି। ଏକ ଗଛମୂଳେ ଦିନତମାମ ଆମେ ସ୍ବାମୀ ସ୍ତ୍ରୀ ବସିଛୁ। ରୋଗ ଯନ୍ତ୍ରଣାରେ ଟିକି ଛଟପଟ ହେଉଥିଲେ ମଧ୍ୟ ୱାର୍ଡ ଭିତର ଜଉଘର ଭଳି ଲାଗୁଥିଲା। ତେଣୁ ୱାର୍ଡ ଅପେକ୍ଷା ଗଛମୂଳ ଭଲ ଥିଲା ବୋଲି ନିତ୍ୟାନନ୍ଦ କହିଛନ୍ତି। କେନ୍ଦ୍ରାପଡ଼ା ଇନ୍ଦୁପୁର ଅଞ୍ଚଳରୁ ଆସିଥିବା ରନତ୍ାକର ମଲ୍ଲିକ କୁହନ୍ତି, ବାହାରକୁ ବହୁତ ବଡ଼ ଡାକ୍ତରଖାନା। ହେଲେ ଭିତର କେତେବଡ଼ ତାହା ଆଖିରେ ଦେଖିବାକୁ ପାଇଲୁ। ବିଞ୍ଚଣା କିଣିବାକୁ ଯାଇଥିଲି। ହେଲେ ବଜାରରେ ବିଞ୍ଚଣା ମିଳିଲାନି। ଜଣେ ଦୋକାନୀଙ୍କୁ ଅନୁରୋଧ କରିବାରୁ ସେ ଗୋଟିଏ ପଟି ଦେଇଥିଲେ। ସେହିଥିରେ ଏହି ଗୁଳୁଗୁଳିକୁ ମୁକାବିଲା କରିଥିଲେ। କେବଳ ସେତିକି ନୁହେଁ ଏଭଳି ବିଦ୍ୟୁତ ବିଭ୍ରାଟ ଯୋଗୁ ବୁଧବାର ସର୍ଜରୀ, ଜରୁରିକାଳୀନ ଓଟି ମଧ୍ୟ ବନ୍ଦ ରହିଥିଲା। ଘଟଣା ସମ୍ପର୍କରେ ବିଦ୍ୟୁତ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ସୁମିତ୍ରା ସାହୁ କୁହନ୍ତି, ଅଧିକ ଲୋଡ ପଡ଼ିବାରୁ ଏଭଳି ଅବସ୍ଥା ଉପୁଜିଥିଲା। ଯୁଦ୍ଧକାଳୀନ ଭିତ୍ତିରେ ସଜଡ଼ା ଯାଇଛି। ତେବେ ଜେନେରେଟର କେବୁଲ ସମସ୍ୟା ଥିବାରୁ ଉକ୍ତ ୱାର୍ଡକୁ ଜେନେରେଟର କରେଣ୍ଟ ଯୋଗାଇବା ସମ୍ଭବପର ହୋଇ ନ ଥିଲା। ଅଧୀକ୍ଷକ ପ୍ରଫେସର ମହାନ୍ତି କୁହନ୍ତି, ଏଣିକି ସବୁ ୱାର୍ଡକୁ ଯୁଦ୍ଧକାଳୀନ ଭିତ୍ତିରେ ଜେନେରେଟର ସଂଯୋଗ ଦେବାକୁ ବ୍ୟବସ୍ଥା କରାଯିବ। ଉକ୍ତ ଘଟଣାକୁ ଗୁରୁତର ସହ ଗ୍ରହଣ କରାଯାଇ ୱାର୍ଡକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଅପରାହ୍ନରୁ ଆଉ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଭକ୍ତ

ପୁରୀ ଅଫିସ,୭ା୭: ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରି ସରି ଆସୁଛି। ଆସନ୍ତାକାଲି ସନ୍ଧ୍ୟା ଦର୍ଶନ ଏବଂ ତା’ ପରଦିନ ବାହୁଡ଼ାଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ...

ପୋଲିସର ଆକ୍ରୋଶ: ଖବରଦାତାଙ୍କ ଗୋଡ଼ରେ ବେଡ଼ି

ବାଲେଶ୍ୱର ଅଫିସ/ସଜନାଗଡ଼, ୮ା୪(ଡି.ଏନ.ଏ.): ପୋଲିସ ବର୍ବରତାର ଏକ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ। ସାମାନ୍ୟ ଘଟଣାକୁ କେନ୍ଦ୍ର କରି ପୋଲିସ...

୫ ଲକ୍ଷ ଟଙ୍କାରେ ବନ୍ଧାପଡିଛନ୍ତି ୧୩ ଦାଦନ ଶ୍ରମିକ

ଭବାନୀପାଟଣା,୩।୨: କଳାହାଣ୍ଡି ଜିଲାରେ ପୁଣି ଦାଦନଙ୍କ ଦୁଃଖ ସାମ୍ନାକୁ ଆସିଛି। ୫ ଲକ୍ଷ ଟଙ୍କା ପାଇଁ ଆନ୍ଦ୍ରପ୍ରଦେଶରେ ବନ୍ଧାପଡିଛନ୍ତି ୧୩ ଦାଦନ ଶ୍ରମିକ। ଧର୍ମଗଡ଼ ଥାନା...

ସରିଲା ନିର୍ବାଚନ: ଭୋଟ୍‌ ବାକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌

ସୁନ୍ଦରଗଡ଼,୨୪ା୨(ଡି.ଏନ୍‌.ଏ.): ଗୁରୁବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ସୁନ୍ଦରଗଡ ଜିଲାରେ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି। ସୁନ୍ଦରଗଡ଼ ସଦର,ଟାଙ୍ଗରପାଲି...

ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ଘଟଣା: ୨ମୁଖ୍ୟ ଅଭିଯୁକ୍ତ ଗିରଫ

ଗଞ୍ଜାମ,୯।୫(ଡି.ଏନ୍‌.ଏ.): ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନାଙ୍କ ସହ ୩ ଆର୍‌ଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରାଙ୍କୁ ଆକ୍ରମଣକାରି ଲହୁଲୁହାଣ...

ହିଞ୍ଜିଳିକାଟୁରେ ନବୀନ ପଟ୍ଟନାୟକ ଆଗରେ

ହିଞ୍ଜିଳିକାଟୁରେ,୨୩।୫(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁରେ ବିଜେଡି ବିଧାୟକ ପ୍ରାର୍ଥୀ ନୀବନ ପଟ୍ଟନାୟକ ୫୧୯୭ ଭୋଟ ପାଇଥିବାବେଳେ ଭାଜପା ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ୧୫୬୧ ଓ ଶମ୍ଭୁ ପାଣିଗ୍ରାହୀ...

୧୧ କ୍ୟାବିନେଟ୍‌, ୯ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ବୁଧବାର ପୂର୍ବାହ୍ନରେ ରାଜ୍ୟର ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ନବୀନ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ...

ଲାଞ୍ଚୁଆ ଅଧିକାରୀଙ୍କୁ ଚିହ୍ନାଇବେ ଦଲାଲ, ତା’ ପରେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ଗତ ଦୁଇ ଦିନରେ ରାଜ୍ୟର ବିଭିନ୍ନ ଆର୍‌ଟିଓ...

Advertisement
Archives

Model This Week