ଏସ୍‌ସିବି ମେଡିକାଲରେ ଖୋଲିଲା ଜରୁରୀକାଳୀନ ଲୋକସମ୍ପର୍କ କାର୍ଯ୍ୟାଳୟ

କଟକ ଅଫିସ,୧୫।୨: କଟକ ଏସ୍‌ସିବି ମେଡିକାଲ ପରିସରରେ ୨୪ ଘଣ୍ଟିଆ ଜରୁରିକାଳୀନ ଲୋକ ସମ୍ପର୍କ କାର୍ଯ୍ୟାଳୟ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏହାକୁ ଉଦ୍‌ଘାଟନ କରି କହିଛନ୍ତି, ଦୁର୍ଘଟଣାର ଶିକାର ହୋଇ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହେଉଥିବା ଆହତ ଏବଂ ମୃତକଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ପୂର୍ବରୁ ସମ୍ପର୍କୀୟମାନେ ହଇରାଣ ହେଉଥିଲେ। ଏଣିକି ଏହି କାର୍ଯ୍ୟାଳୟ ଖୋଲାଯିବା ଦ୍ୱାରା ଏଠାରେ ସମସ୍ତ ପ୍ରକାର ସୂଚନା ମିଳିପାରିବ। ଏଥିସହ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୮୦୦-୩୪୫-୯୫୯୫ ଏକ ଟୋଲ ଫ୍ରି ନମ୍ବର ଏବଂ ଲ୍ୟାଣ୍ଡ ଫୋନ ନଂ- ୦୬୭୧-୨୪୧୧୪୭୭ ମଧ୍ୟ ଜାରି କରାଯାଇଛି ବୋଲି ମନ୍ତ୍ରୀ ଦାସ କହିଥିଲେ। ଏହି ନମ୍ବରରେ ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯିବ। ସେଣ୍ଟ୍ରାଲ ସିକ୍ୟୁରିଟି କଣ୍ଟ୍ରୋଲ ରୁମ୍‌ (ନଂ.୮୮୯୫୦୦୨୨୧୩)କୁ କଲ୍‌ ଆସିଲେ ସେଠାରେ ଥିବା ଅପରେଟରମାନେ ଯଥାଶୀଘ୍ର ସମସ୍ତ ବିଭାଗର ମୁଖ୍ୟ, କାଜୁଆଲ୍‌ଟି ଓ ସମସ୍ତ ବିଭାଗକୁ ସୂଚନା ପ୍ରଦାନ କରିବେ। ସରକାରଙ୍କ ସହ ସହବନ୍ଧିତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀ ଯଦି ଏସ୍‌ସିବି ମେଡିକାଲକୁ ଚିକିତ୍ସା ପାଇଁ ଆସିବାକୁ ଚାହିଁବେ, ତାହା ହେଲେ ଏହି କଣ୍ଟ୍ରୋଲ ରୁମ୍‌ ମାଧ୍ୟମରେ ଯୋଗାଯୋଗ କଲେ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ଏହି ବ୍ୟବସ୍ଥା ଫଳରେ ଏସ୍‌ସିବି ମେଡିକାଲ କର୍ତ୍ତୃପକ୍ଷ ମଧ୍ୟ ଅନେକ ସୁବିଧା ପାଇପାରିବେ। ବଡଧରଣର ଆକସ୍ମିକ ଦୁର୍ଘଟଣା, ନିଅଁାରେ ଆହତ ହୋଇଥିବା ବ୍ୟକ୍ତି ଓ ମେଡିକାଲ ପରିସରରେ ଉପୁଜୁଥିବା ବିଭିନ୍ନ ସମସ୍ୟା, ଜନସାଧାରଣଙ୍କ ଅନ୍ୟ କିଛି ଗୁରୁତର ବିଷୟ ସମ୍ପର୍କରେ ଜିଲା ପ୍ରଶାସନ, ଅଗ୍ନିଶମ ବିଭାଗ, ଉଚ୍ଚପଦସ୍ଥ ଅଧିକାରୀ ଓ ସ୍ବେଚ୍ଛାସେବୀ ସଙ୍ଗଠନଗୁଡିକୁ ଏସ୍‌ସିବି ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ ସୂଚନା ପ୍ରଦାନ କରିପାରିବେ। ସେହିପରି ଆମ୍ବୁଲାନ୍ସ, ଶବବାହକ ଗାଡି ପାଇଁ ରୋଗୀ ମଧ୍ୟ ଏହି କେନ୍ଦ୍ରରୁ ସେବା ପାଇପାରିବେ।
ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ବିଧାୟିକା ଉଷା ଦେବୀ, ବିଧାୟକ ସୌଭିକ ବିଶ୍ୱାଳ, ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡ଼ଙ୍ଗୀ, ଏସ୍‌ସିବି ମେଡିକାଲ କଲେଜ ଅଧୀକ୍ଷକ ଡା. ସରୋଜ କୁମାର ସାହୁ, ଅଧ୍ୟକ୍ଷ ଡା. ଜୟଶ୍ରୀ ମହାନ୍ତି, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ଜରୁରୀ ଅଧିକାରୀ ଭୁବନାନନ୍ଦ ମହାରଣାଙ୍କ ସମେତ ଅନ୍ୟ ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଏସ୍‌ସିବି ମେଡିକାଲରେ ଉନ୍ନତ ଚିକିତ୍ସା ସେବାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଏହାକୁ ଏମ୍‌ସ ପ୍ଲସ ଢାଞ୍ଚାରେ କରିବାକୁ ଲକ୍ଷ୍ୟ ରଖିଛନ୍ତି। ମୋ ସରକାର ଏବଂ ୫-ଟି କାର୍ଯ୍ୟକ୍ରମ ଜରିଆରେ ଏହି କାର୍ଯ୍ୟାଳୟ ଖୋଲାଯାଇଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri