ଏସ୍‌ସିବିକୁ ମିଳିଲା ସୋଟୋ ସ୍ବୀକୃତି

କଟକ ଅଫିସ, ୩୧।୫ : ଏସ୍‌ସିବିକୁ ଷ୍ଟେଟ ଅର୍ଗାନ ଅଫ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେଶନ (ସୋଟୋ) ସ୍ବୀକୃତି ମିଳିଛି। ନ୍ୟାଶନାଲ ଅର୍ଗାନ ଅଫ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେଶନ (ନୋଟୋ) ପକ୍ଷରୁ ଏସ୍‌ସିବିକୁ ଏହି ସ୍ବୀକୃତି ମିଳିବା ପରେ ଏଠାରେ ଖୁବ୍‌ଶୀଘ୍ର କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ଆରମ୍ଭ ହେବାକୁ ଯାଉଛି। ଏ ନେଇ ଖୁବ୍‌ଶୀଘ୍ର ଦିଲ୍ଲୀରେ ଏକ ବୈଠକ ଅନୁଷ୍ଠିତ ହେବ। ଏହାପରେ ଏସ୍‌ସିବିରେ କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ନୋଟୋର ପଦାଧିକାରୀମାନେ ଆସି ବୈଠକ କରିବେ ବୋଲି ଜଣାପଡ଼ିଛି। କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ଆରମ୍ଭ ହେବା ପରେ ଆଇସିୟୁ ଭିତରେ ବ୍ରେନ୍‌ ଡେଡ୍‌ ହୋଇଥିବା ରୋଗୀମାନଙ୍କର ଶରୀରର ବିଭିନ୍ନ ଅଙ୍ଗ ଯଥା କିଡ୍‌ନୀ, ଲିଭର, ପାନକ୍ରିଆଜ, ଲଙ୍ଗସ୍‌ ଓ କର୍ଣ୍ଣିଆ ପ୍ରଭୃତି କଢାଯାଇ ଆବଶ୍ୟକ କରୁଥିବା ରୋଗୀଙ୍କ କ୍ଷେତ୍ରରେ ଉପଯୋଗ କରାଯିବ। ଅର୍ଥାତ୍‌ ବ୍ରେନ୍‌ ଡେଡ୍‌ ହୋଇଥିବା ରୋଗୀଙ୍କ ଶ୍ୱାସକ୍ରିୟା କେବଳ ଭେଣ୍ଟିଲେଟର ମାଧ୍ୟମରେ ଚାଲୁଥିବ। ଭେଣ୍ଟିଲେଟର କାଢିବାମାତ୍ରେ ରୋଗୀଙ୍କ ମୃତ୍ୟୁ ନିଶ୍ଚିତ ଥିବ। ରୋଗୀଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିବା ପାଇଁ ଦୁଇଟି ସ୍ବାଧୀନ ଡାକ୍ତରୀ ଟିମ୍‌ ଗଠନ କରାଯିବ। ଏଥି ନିମନ୍ତେ ଏକ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁୟର)ପ୍ରଣୟନ କରାଯିବ। ପ୍ରଥମ ଟିମ୍‌ ରୋଗୀଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିବାର ୬ଘଣ୍ଟା ପରେ ଦ୍ୱିତୀୟ ଟିମ୍‌ ଏହାକୁ ପୁଣିଥରେ ସ୍ଥିର ନିଶ୍ଚିନ୍ତ କରିବ। ୫ଟି ଆଇସିୟୁ ବେଡ୍‌ ଥିବା ରାଜ୍ୟର ଘରୋଇ, ସରକାରୀ ହସ୍ପିଟାଲଗୁଡିକୁ ହାର୍ଭେଷ୍ଟିଂ ସେଣ୍ଟରଭାବେ ଘୋଷଣା କରାଯିବ। ଏସ୍‌ସିବି ରହିବ ନୋଡାଲ ସେଣ୍ଟର। ଅର୍ଥାତ୍‌ ଏହି ସବୁ ହସ୍ପିଟାଲ ଆଇସିୟୁରେ ବ୍ରେନ୍‌ ଡେଡ୍‌ ଅବସ୍ଥାରେ ଥିବା ରୋଗୀମାନଙ୍କ ଠାରୁ ଉପରୋକ୍ତ ଅଙ୍ଗଗୁଡିକୁ ବୈଜ୍ଞାନିକ ପଦ୍ଧତିରେ କଢାଯାଇ ଅନ୍ୟ ରୋଗୀଙ୍କ କ୍ଷେତ୍ରରେ ସଫଳତାର ସହିତ ପ୍ରତ୍ୟାରୋପଣ କରାଯିବ। ବ୍ରେନ୍‌ ଡେଡ୍‌ ହୋଇଥିବା ରୋଗୀଙ୍କ ପରିବାରବର୍ଗଙ୍କ ସମ୍ମତି ମଧ୍ୟ ନିତାନ୍ତ ଆବଶ୍ୟକ ହେବ।
ସୂଚନାଥାଉ କି, ଏସ୍‌ସିବିରେ ୨୦୧୨ ମାର୍ଚ୍ଚ ୧୯ରୁ କିଡ୍‌ନୀ ପ୍ରତ୍ୟାରୋପଣ ସଫଳତାର ସହିତ କରାଯାଉଛି। ଇତିମଧ୍ୟରେ ୧୬୦ ଜଣ ରୋଗୀଙ୍କ କ୍ଷେତ୍ରରେ କିଡ୍‌ନୀ ପ୍ରତ୍ୟାରୋପଣ କରାଯାଇଥିବା ଏସ୍‌ସିବି ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ଦତ୍ତେଶ୍ୱର ହୋତା କହିଛନ୍ତି। ଏସ୍‌ସିବି ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ଚିତ୍ତରଞ୍ଜନ କରଙ୍କ କହିବା ଅନୁଯାୟୀ, ଅଙ୍ଗପ୍ରତ୍ୟଙ୍ଗ ଅଭାବ ହେଉଥିବାରୁ ଅନେକ ରୋଗୀ ମୃତ୍ୟୁବରଣ କରୁଛନ୍ତି। ଉଦାହରଣ ଦେଇ ସେ କହିଛନ୍ତି, ଓଡ଼ିଶାରେ ମାସକୁ ୧୫୦୦ରୁ ଊର୍ଦ୍ଧ୍ୱ ସଡ଼କ ଦୁର୍ଘଟଣା ଘଟୁଛି। ଏହିସବୁ ଦୁର୍ଘଟଣାରେ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ପ୍ରତିଶତ ରୋଗୀଙ୍କୁ ଯଦି ବ୍ରେନ୍‌ ଡେଡ୍‌ ଧରାଯାଏ ଏବଂ ସେମାନଙ୍କ ମଧ୍ୟରୁ ୫ ପ୍ରତିଶତ ଯଦି ଅଙ୍ଗପ୍ରତ୍ୟଙ୍ଗ ଦାନ କରନ୍ତି ତେବେ ୭୫ ଜଣ ରୋଗୀ ନୂଆ ଜୀବନ ପାଇପାରିବେ। ତେବେ ଏସ୍‌ସିବିରେ କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ଜୋର୍‌ଦାର ଉଦ୍ୟମ ଚାଲିଥିବା ବେଳେ କେବଳ କିଡ୍‌ନୀ ପ୍ରତ୍ୟାରୋପଣକୁ ଛାଡ଼ିଦେଲେ ଆଉ କୌଣସି ପ୍ରତ୍ୟାରୋପଣ ଏଠାରେ ସମ୍ଭବ ହୋଇନାହିଁ। ଏପରି କି ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ୬ ବର୍ଷ ତଳୁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ତାହା ସମ୍ଭବ ହୋଇନାହିଁ। ସେହିପରି କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ ଭଳି ସାଧାରଣ ଚିକିତ୍ସା ବ୍ୟବସ୍ଥା ମଧ୍ୟ ଏଠାରେ ସମ୍ଭବପର ହୋଇନାହିଁ। ମାତ୍ର ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ହୋଇ ଯନ୍ତ୍ରପାତି ଆସିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନ ହେବା ସ୍ବାସ୍ଥ୍ୟ ବିଭାଗର ଦୁର୍ବଳତାକୁ ପଦାରେ ପକାଇଛି। ଏ ସମ୍ପର୍କରେ ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତି କୁହନ୍ତି, ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଉଦ୍ୟମ ଅବ୍ୟାହତ ରହିଛି। ନିକଟରେ ଏ ନେଇ ମେଡିକାଲରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯଥାଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri