ଏସ୍‌ସିଓ ସମ୍ମିଳନୀରେ ମୋଦିଙ୍କ ସମେତ ୮ ରାଷ୍ଟ୍ର ନେତା: ଆତଙ୍କବାଦ ବିରୋଧରେ ଏକାଠି

ବିଶ୍‌କେକ୍‌,୧୫ା୬(ପି.ଟି.):ଆତଙ୍କବାଦ ପ୍ରାୟୋଜକ ଦେଶ ସତର୍କ ରହିବା ଉଚିତ। ଆତଙ୍କବାଦକୁ ଆର୍ଥିକ ସହଯୋଗ କରୁଥିବା, ପ୍ରୋତ୍ସାହନ ଦେଉଥିବା ଦେଶ ଏଥିଲାଗି ଦାୟୀ ରହିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବିଶ୍‌କେକ୍‌ରେ ଅନୁଷ୍ଠିତ ସାଙ୍ଘାଇ ସହଯୋଗ ସଙ୍ଗଠନ(ଏସ୍‌ସିଓ) ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସେ ପାକିସ୍ତାନର ନାମ ନ ନେଇ ଏଭଳି ଚେତାବନୀ ଶୁଣାଇଛନ୍ତି। ଆତଙ୍କବାଦ ଦମନ ଲାଗି ବିଶ୍ୱ ସମୁଦାୟକୁ ନେଇ ଏକ ସମ୍ମିଳନୀ କରାଯିବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ଏସ୍‌ସିଓ ସମ୍ମିଳନୀରେ ସବୁ ଦେଶ ଏକହୋଇ ଆତଙ୍କବାଦ ବିରୋଧୀ ଲଢ଼େଇରେ ସାମିଲ୍‌ ହେବାକୁ ସେ ପରାମର୍ଶ ଦେଇଛନ୍ତି। ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ବିକାଶ, ଶାନ୍ତି ଲାଗି ଆତଙ୍କବାଦ ଦମନ ଏକାନ୍ତ ଜରୁରୀ ବୋଲି ମୋଦି ଜୋର୍‌ଦେଇ କହିଛନ୍ତି।
ଆତଙ୍କବାଦବିହୀନ ସମାଜ ଚାହେଁ। ଗତ ରବିବାର ଶ୍ରୀଲଙ୍କା ଗସ୍ତବେଳେ ସେଣ୍ଟ୍‌ ଆଣ୍ଟୋନୀ ଚର୍ଚ୍ଚରେ ଆତଙ୍କବାଦର ନଗ୍ନରୂପ ଦେଖିବାକୁ ପାଇଥିବା ମୋଦି ପ୍ରକାଶ କରିଛନ୍ତି। ବହୁ ନିରୀହ ଲୋକ ଏଥିରେ ପ୍ରାଣ ହରାଇଥିଲେ। ବିଶ୍ୱ ସମୁଦାୟ ଆତଙ୍କବାଦ ବିରୋଧୀ ଅଭିଯାନରେ ସାମିଲ ହୋଇ ଏହାର ମୂଳୋତ୍ପାଟନ କରିବାକୁ ଏକାଠି ହେବା ଦରକାର ବୋଲି ମୋଦି କହିଛନ୍ତି। ଏସ୍‌ସିଓ ସଦସ୍ୟମାନେ ବୃହତର ସ୍ବାର୍ଥ ଲାଗି ଆତଙ୍କବାଦ ବିରୋଧରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମୋଦି ପ୍ରକାଶ କରିଛନ୍ତି। ଏଥିଲାଗି ଏସ୍‌ସିଓ ପକ୍ଷରୁ ବିଶ୍ୱ ସମ୍ମିଳନୀ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଆଫଗାନିସ୍ତାନରେ ଶାନ୍ତି ଓ ସୁରକ୍ଷା ଲାଗି ଏସ୍‌ସିଓ ରାଷ୍ଟ୍ର ପଦକ୍ଷେପ ନେବାକୁ ସେ ଆହ୍ବାନ ଦେଇଛନ୍ତି। ପ୍ରକାଶଥାଉ କି, ଆତଙ୍କବାଦକୁ ନେଇ ଗୁରୁବାର ପାକିସ୍ତାନ ଉପରେ ମୋଦି ବର୍ଷିଥିଲେ। ତୁରନ୍ତ ଏହି ଦେଶ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ବନ୍ଦକରୁ ବୋଲି କହିବା ସହ ସଦସ୍ୟ ରାଷ୍ଟ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଭାରତ ସହ ଏସ୍‌ସିଓ ସଦସ୍ୟ ଆତଙ୍କବାଦକୁ ଦୃଢ଼ ନିନ୍ଦା କରି ଅନ୍ତର୍ଜାତୀୟ ସମୁଦାୟର ସହଯୋଗ ଲୋଡ଼ିଛନ୍ତି। ସମୂହ ସହଯୋଗରେ ବିଶ୍ୱରୁ ଆତଙ୍କବାଦ ଦୂରକରିବା ଲାଗି ମିଳିତ ଆହ୍ବାନ ଦିଆଯାଇଛି। ଏସ୍‌ସିଓର ବିଶ୍‌କେକ୍‌ ଘୋଷଣାନାମାରେ ସଦସ୍ୟ ରାଷ୍ଟ୍ରମୁଖ୍ୟମାନେ ଆତଙ୍କବାଦକୁ କେବେହେଲେ ବରଦାସ୍ତ କରାଯିବ ନାହିଁ ଓ ଏହା ବିରୋଧରେ ମିଳିତଭାବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂକଳ୍ପ ନେଇଛନ୍ତି। ବିଶ୍ୱ ସମୁଦାୟ ଏଥିଲାଗି ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ସହମତି ଭିତ୍ତିରେ ଅନ୍ତର୍ଜାତୀୟ ଆତଙ୍କବାଦକୁ ନେଇ ଏକ ବିଶାଳ ସମ୍ମିଳନୀ କରାଯିବା ଲାଗି ସହମତି ପ୍ରକାଶ ପାଇଛି। ଆତଙ୍କବାଦ ଓ କଠୋରପନ୍ଥୀଙ୍କ ଲାଗି କୌଣସି ରାଜନୀତି କରା ନ ଯାଇ ଏକାଠି ହେବାଲାଗି ଆହ୍ବାନ ଦିଆଯାଇଛି। ପ୍ରକାଶଥାଉ କି, ପଠାନ୍‌କୋଟ୍‌ ଓ ପୁଲ୍‌ଓ୍ବାମା ଆକ୍ରମଣ ପରେ ଆତଙ୍କବାଦକୁ ନେଇ ଭାରତ ପ୍ରତିପକ୍ଷ ପାକିସ୍ତାନ ଉପରେ ଦୋଷ ଲଦିଆସୁଛି। ଆଲୋଚନା ଓ ଆତଙ୍କବାଦ ଏକସଙ୍ଗେ ଚାଲିପାରିବ ନାହିଁ ବୋଲି ଭାରତ କହୁଛି। ସୀମାପାର୍‌ ଆତଙ୍କବାଦ ଭାରତ ଲାଗି ଚିନ୍ତାର କାରଣ ସାଜିଥିବାବେଳେ ଏବେ ସାରା ବିଶ୍ୱ ଅତଙ୍କବାଦ ଜାଲରେ ଛନ୍ଦିହୋଇ ପଡ଼ିଛି। ଏହାକୁ ଦୃଢ଼ ହସ୍ତରେ ଦମନ କରିବାର ସମୟ ଆସିଛି ବୋଲି ମୋଦି କହିବା ପରେ ଏସ୍‌ସିଓ ସଦସ୍ୟ ରାଷ୍ଟ୍ରମୁଖ୍ୟମାନେ ଏନେଇ ପ୍ରତିବଦ୍ଧତା ଜାହିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉମର ଖଲିଦ୍‌ଙ୍କୁ ଚିଠି ଲେଖିଲେ NYC ମେୟରଙ୍କ ସମେତ ୮ ଆମେରିକୀୟ ସାଂସଦ, ଭାରତକୁ କଲେ ବଡ ଅପିଲ୍

ନୂଆଦିଲ୍ଲୀ,୨।୧: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଜେଲରେ ଥିବା ଉମର ଖାଲିଦ୍‌ଙ୍କୁ ଆମେରିକାରୁ ଆସିଛି ସମର୍ଥନର ଚିଠି। ୟୁଏପିଏ...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା: ଏଥର ଓଏଏସ୍, ଓଏଫ୍‌ସ୍ଏସ୍, ଓଆରଏସ ପଦବି ନାହିଁ

ଭୁବନେଶ୍ବର,୨।୧: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଏଏସ୍ (OAS), ଓଏଫ୍‌ଏସ୍ (OFS) ଏବଂ...

ଆହୁରି ଥରାଇବ ଶୀତ: ଆଗାମୀ ୪ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨ା୧(ବନ୍ଦନା ସେଠୀ):ନୂଆବର୍ଷରେ ଥରିଲା ସାରା ଓଡ଼ିଶା। ପ୍ରବଳ ଥଣ୍ଡା ସାଙ୍ଗକୁ ରାଜ୍ୟର ଏକାଧିକ ଅଞ୍ଚଳ ଘନ କୁହୁଡି ଆସ୍ତରଣରେ ଭରି ରହିଥିଲା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ...

ଜ୍ୱାଇଁଙ୍କୁ ବିଷ ପିଆଇଦେଲେ ଶ୍ୱଶୁରଘର ଲୋକେ, ଭିଡିଓ ଦେଖିଲେ ଆଖିରୁ…

ନୟାଗଡ଼/ରଣପୁର,୨।୧ (ଲୋକନାଥ ମିଶ୍ର /ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଥାନା ଖତିଆ ଗାଁର ବିପିନ ବିହାରୀ ଭୂୟାଁ(୩୦)ଙ୍କୁ ଶ୍ୱଶୁର ଘର ଲୋକେ ବିଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri