Posted inଜାତୀୟ

ଏସ୍‌ପିଜି ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୮ା୧୧(ପି.ଟି.): ସ୍ବତନ୍ତ୍ର ସୁରକ୍ଷା ଗ୍ରୁପ୍‌ (ଏସ୍‌ପିଜି) ସଂଶୋଧନ ବିଲ୍‌ ଲୋକ ସଭାରେ ବୁଧବାର ଗୃହୀତ ହୋଇଯାଇଛି। ବିଲ୍‌କୁ ବିରୋଧ କରି କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ପ୍ରସ୍ତାବିତ ବିଲ୍‌ ଅନୁଯାୟୀ କେବଳ ପ୍ରଧାନମନ୍ତୀ ଓ ତାଙ୍କ ସରକାରୀ ବାସଭବନରେ ରହୁଥିବା ପରିବାର ସଦସ୍ୟମାନଙ୍କୁ ଏସ୍‌ପିଜି ସୁରକ୍ଷା ମିଳିବ। ଏହା ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବାର ୫ ବର୍ଷ ପର୍ଯ୍ୟନ୍ତ ସେ ଓ ତାଙ୍କ ସହ ସରକାରୀ ବାସଭବନରେ ରହୁଥିବା ପରିବାର ସଦସ୍ୟଙ୍କୁ ଏହି ସୁରକ୍ଷା ମିଳିବ। ଅଧିକାଂଶ ବିରୋଧୀ ସଦସ୍ୟ ବିଲ୍‌ ଉପରେ ସଂଶୋଧନ ପ୍ରସ୍ତାବ ଆଣିଥିଲେ ହେଁ ତାହା ବାଚନିକ ଭୋଟରେ କାଟ ଖାଇଯାଇଥିଲା।
ଏସ୍‌ପିଜିକୁ ଅଧିକ ଦକ୍ଷ କରିବା ବିଲ୍‌ର ଉଦ୍ଦେଶ୍ୟ ବୋଲି ଆଲୋଚନାରେ ଭାଗନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ କହିଥିଲେ। ପୂର୍ବ ସରକାର ଏହି ଆଇନକୁ କୋହଳ କରିଦେଇଥିବା ସେ ଅଭିଯୋଗ କରିଥିଲେ। ନରେନ୍ଦ୍ର ମୋଦିଙ୍କ ସରକାର ଆଣିଥିବା ସଂଶୋଧନ ଆଇନର ମୂଳ ଉଦ୍ଦେଶ୍ୟ ପୂରଣ କରିବ ବୋଲି ସେ କହିଥିଲେ। ଅଧିକାଂଶ ଦେଶରେ ଏଭଳି ସୁରକ୍ଷା ବ୍ୟବସ୍ଥା କେବଳ ରାଷ୍ଟ୍ରମୁଖ୍ୟଙ୍କ ପାଇଁ ରହିଛି। ଏହା କେବଳ ଶାରୀରିକ ସୁରକ୍ଷା ନୁହେଁ, ଏସ୍‌ପିଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସୁରକ୍ଷା ଦେବା ସହ ତାଙ୍କ ସ୍ବାସ୍ଥ୍ୟ ଓ ଯୋଗାଯୋଗର ମଧ୍ୟ ସୁରକ୍ଷା କରିଥାନ୍ତି ବୋଲି ଶାହ କହିଥିଲେ।
ବୀରବଲ୍‌ ନାଥ କମିଟିଙ୍କ ସୁପାରିସ କ୍ରମେ ୧୯୮୫ରେ ଏସ୍‌ପିଜି ଗଠନ ହୋଇଥିଲା। ଏଥିପାଇଁ ୧୯୮୮ରେ ଏକ ଆଇନ କାର୍ଯ୍ୟକାରୀ କରାଯାଇଥିଲା। ତେବେ ଉକ୍ତ ଆଇନକୁ କୋହଳ କରିବା ଲାଗି ପୂର୍ବବର୍ତ୍ତୀ ସରକାରମାନେ ବିଭିନ୍ନ ସମୟରେ ଏଥିରେ ସଂଶୋଧନ କରିଛନ୍ତି। ଏକ ସଂଶୋଧନ କ୍ରମେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପରିବାର ସଦସ୍ୟ ସୋନିଆ ଗାନ୍ଧୀ, ରାହୁଲ ଓ ପ୍ରିୟଙ୍କାଙ୍କୁ ଏସ୍‌ପିଜି ସୁରକ୍ଷା ଯୋଗାଇଦିଆଗଲା। ବର୍ତ୍ତମାନର ସରକାର ଏସ୍‌ପିଜି ପରିବର୍ତ୍ତେ ଜେଡ୍‌ ପ୍ଲସ୍‌ ସୁରକ୍ଷା ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri