ଏସ୍‌ଏଚ୍‌ଜି କିଣିବେ ଲଘୁ ବନଜାତ ଦ୍ରବ୍ୟ

ସମ୍ବଲପୁର,୧୮।୫(ବ୍ୟୁରୋ): ଆଦିବାସୀମାନେ ଜଙ୍ଗଲରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି। ହେଲେ ଉପଯୁକ୍ତ ବଜାର ନ ଥିବାରୁ ବନଜାତ ଦ୍ରବ୍ୟର ଅଭାବୀ ବିକ୍ରି ସମସ୍ୟା ଲାଗି ରହୁଛି। ଏହାକୁ ଆଖି ଆଗରେ ରଖି ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି। ସମ୍ବଲପୁର ଜିଲାରେ ଏସ୍‌ଏଚ୍‌ଜି ମହିଳାମାନେ ଏବେ ସେହି ସାମଗ୍ରୀ କିଣିବେ ବୋଲି ଘୋଷଣା କରାଯାଇଛି। ଏଥିପାଇଁ ଜିଲାର ୩ଶହ ଏସ୍‌ଏଚ୍‌ଜିକୁ ଦାୟିତ୍ୱ ପ୍ରଦାନ କରାଯାଇଛି।
ସୋମବାର ଜିଲାରେ ଏକ ସଚେତନ ରଥର ଶୁଭାରମ୍ଭ କରାଯିବା ସହ ଉପରୋକ୍ତ ସାମଗ୍ରୀ ସଂଗ୍ରହ ଆରମ୍ଭ ହୋଇଛି । ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଲଘୁ ବନଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ କରାଯାଇଛି। ଫଳରେ ଆଦିବାସୀ ପରିବାରମାନେ ଉଚିତ୍‌ ଦର ପାଇପାରିବେ । ଏ ସଂକ୍ରାନ୍ତରେ ଆଦିବାସୀମାନଙ୍କୁ ସଚେତନ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଜିଲାପାଳ କାର୍ଯ୍ୟାଳୟ ପରିସରରେ ସମ୍ବଲପୁର ଡିଏଫ୍‌ଓ ଡ. ସଞ୍ଜୀତ କୁମାର ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି । ବାମରା, ଯୁଯୁମୁରା, ରେଢାଖୋଲ, ନାକଟିଦେଉଳ, ଜମନକିରା, ରେଙ୍ଗାଲି ବ୍ଳକରେ ଏହି ରଥ ବୁଲି ବୁଲି ସଚେତନ କରିବ ।
ବାମରା ବ୍ଲକରେ ୨୬୦ କୁଇଣ୍ଟାଲ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରାଯାଇ ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ଆଦିବାସୀଙ୍କ ସହିତ ଏସ୍‌ଏଚ୍‌ଜି ମହିଳାମାନେ ବି ଲାଭବାନ ହେବେ । ଏସ୍‌ଏଚ୍‌ଜି ମହିଳାମାନେ ନିଜେ ମଧ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବିକ୍ରି କରି ପାରିବେ। ଏହା ସହ ଗ୍ରାମରେ ଅନ୍ୟମାନଙ୍କଠାରୁ ଲଘୁ ବନଜାତ ଦ୍ରବ୍ୟ କିଣି ନିଗମକୁ ବିକ୍ରି କରିବେ ।
ଏ ସମ୍ପର୍କରେ ଡିଏଫ୍‌ଓ କୁମାର କହିଛନ୍ତି, ଜଙ୍ଗଲଜାତ ଦବ୍ୟ ଠିକ୍‌ ସମୟରେ ସଂଗ୍ରହ ନ ହେବାରୁ ତାହା ନଷ୍ଟ ହେଉଥିଲା । ଆବଶ୍ୟକ ବଜାର ଓ ଦର ନ ଥିବାରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ କେହି ଇଚ୍ଛା ପ୍ରକାଶ କରୁ ନ ଥିଲେ । ଏବେ ଦରଦାମ ଓ ବିକ୍ରି ଉପରେ ସମସ୍ତଙ୍କୁ ସଚେତନ କରାଯାଉଛି । ଏଥିଯୋଗୁ କେହି ଠକେଇର ଶିକାର ହେବେ ନାହିଁ। ବିଶେଷ କରି ଶାଳ ମଞ୍ଜି, ହରିଡା, ବାହାଡା, ତେନ୍ତୁଳି ମଞ୍ଜି, କରଞ୍ଜ ମଞ୍ଜି, ନିମ୍ବ ମଞ୍ଜି, କୁସୁମ ମଞ୍ଜି, ଚାର ମଞ୍ଜି, ମହୁଲ ମଞ୍ଜି ( ଟୋଳ), ଫୁଲ ଝାଡୁ, ଭୂଇଁ ଲିମ୍ବ, ଜଙ୍ଗଲ ମହୁ ଆଦି ବିକ୍ରି ଉପରେ ଗୁରୁତ୍ୱାରୋପ କରାଯାଇଛି। ପ୍ରତି ପଞ୍ଚାୟତରେ ୩ ରୁ ୪ ଏସ୍‌ଏଚ୍‌ଜିକୁ ଏଥିରେ ସାମିଲ କରାଯାଇଛି । ଶାଳ, ବାହାଡା, ଅଁଳା ମଞ୍ଜି ସଂଗ୍ରହ କରିବା ପାଇଁ ପ୍ରାୟ ୩ ଶହ ଏସ୍‌ଏଚ୍‌ଜି ନାମ ପଞ୍ଜିକରଣ କରିଛନ୍ତି । ମହିଳାମାନେ ଉପରୋକ୍ତ ସାମଗ୍ରୀ କିଣାବିକା କଲେ ନିଜ ପରିବାର ସହିତ ଅଞ୍ଚଳର ବିକାଶ ହେବ ବୋଲି କହିଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri