Posted inଖେଳ

ଏସୀୟ ଜୁନିୟର କରାଟେରେ ଓଡ଼ିଶାର ୪ ପ୍ରତିଯୋଗୀ

ଭୁବନେଶ୍ୱର, ୨୮।୪(କ୍ରୀଡ଼ା ପ୍ରତିନିଧି)- ମାଲେସିଆର କୋଟା ବିନାବାଲୁଠାରେ ଶନିବାରଠାରୁ ୧୮ତମ ଏ.କେ.ଏଫ. କ୍ୟାଡେଟ ଜୁନିୟର ଓ ୨୧ ବର୍ଷରୁ କମ୍‌ କରାଟେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାରୁ ୪ ପ୍ରତିଯୋଗୀ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ସମ୍ପ୍ରତି ଓଡ଼ିଶା ପୋଲିସରେ କାର୍ଯ୍ୟରତ ଅନ୍ତର୍ଜାତୀୟ ଖେଳାଳି ପାୟଲ ବରାଳ ୨୧ ବର୍ଷରୁ କମ୍‌ ଫାଇଟ୍‌ରେ ଏବଂ ସରଣ୍ୟା ରାଏ, ତେଜସ୍ବୀ ମହାପାତ୍ର ଓ ଆଦ୍ୟାଶା ସାମନ୍ତରାୟ ମହିଳା ଟିମ୍‌ କାଟାରେ ଭାଗ ନେଇଛନ୍ତି। ୪ ଜଣ ଯାକ ଖେଳାଳି କୋରାପୁଟ ବାସିନ୍ଦା। ଇତିମଧ୍ୟରେ ସେନ୍‌ସେଇ ରାଜୀବ ସିଂ ଏକେଏଫ କୋଚ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଓଡ଼ିଶା ରାଜ୍ୟ କରାଟେ ଆସୋସିଏଶନ ପକ୍ଷରୁ ସମସ୍ତ ପ୍ରତିଯୋଗୀ ଓ କୋଚ୍‌ ରାଜୀବଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସିସିଆଇକୁ ବଡ଼ ଝଟକା: ଏହି IPL ଦଳକୁ ୫୩୮ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ,୧୮।୬: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପାଇଁ ଏକ ବଡ଼ ଝଟକା ଭାବେ ବମ୍ବେ ହାଇକୋର୍ଟ ନିଷ୍କ୍ରିୟ ଆଇପିଏଲ ଦଳ କୋଚି ଟସ୍କର୍ସ କେରଳକୁ...

ବୈଭବ ସୂର୍ଯ୍ୟବଂଶୀଙ୍କ ବଢିଯାଇଛି ଓଜନ, ଲିଟ୍ଟି-ଚୋଖା ଖାଇବା ସମ୍ପୂର୍ଣ୍ଣ ବନ୍ଦ

ନୂଆଦିଲ୍ଲୀ,୧୭।୬: ମାତ୍ର ୧୪ ବର୍ଷ ବୟସରେ ଆଇପିଏଲ୍ ୨୦୨୫ରେ ରାଜସ୍ଥାନ ରୟାଲ୍ସ ଦଳରେ ସ୍ଥାନ ପାଇଥିବା ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଓଜନ ନେଇ ଏକ...

BCCI’ର ଟେଷ୍ଟ ଅଧିନାୟକତ୍ୱ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲି: ଜସପ୍ରୀତ ବୁମରା

ନୂଆଦିଲ୍ଲୀ,୧୭।୬: ଭାରତୀୟ ବରିଷ୍ଠ ବୋଲର ଜସପ୍ରୀତ ବୁମରା କହିଛନ୍ତି ଯେ, ସେ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଦ୍ୱାରା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ସମୟରେ...

୧୫ଦିନ ହୋଇନି, ଭାଙ୍ଗିଗଲା କୁଲଦୀପ ଯାଦବଙ୍କ ନିର୍ବନ୍ଧ! ସମସ୍ତେ ତାଜୁବ

ନୂଆଦିଲ୍ଲୀ,୧୭।୬: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର କୁଲଦୀପ ଯାଦବ ନିକଟରେ ତାଙ୍କ ବାଲ୍ୟକାଳ ବନ୍ଧୁ ବଂଶିକାଙ୍କ ସହ ବିବାହ ନିଶ୍ଚିତ କରିଥିଲେ। ଏନେଇ ଜୁନ...

୪ ଦିନିଆ ଟେଷ୍ଟ ମ୍ୟାଚ୍ ପାଇଁ ଯୋଜନା କରୁଛି ICC: ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ପାଇଁ ଅଲଗା ନିୟମ

ଲଣ୍ଡନ, ୧୭।୬: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ICC) ୨୦୨୭-୨୯ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (WTC) ଚକ୍ରରେ ଛୋଟ କ୍ରିକେଟ ଖେଳୁଥିବା ଦେଶମାନଙ୍କ ପାଇଁ ୪ ଦିନିଆ...

କଳିଙ୍ଗ ବ୍ଲାକ ଟାଇଗର୍ସର ଦ୍ୱିତୀୟ ପରାଜୟ

ମୁମ୍ବାଇ,୧୭।୬: ରଗ୍‌ବୀ ପ୍ରିମିୟର ଲିଗ୍‌ (ଆର୍‌ପିଏଲ୍‌)ରେ ସୋମବାର କଳିଙ୍ଗ ବ୍ଲାକ ଟାଇଗର୍ସ ଏକତରଫା ଭାବେ ୧୦-୩୫ ପଏଣ୍ଟରେ ବେଙ୍ଗାଲୁରୁ ବ୍ରେଭହାଟର୍‌ସଠାରୁ ପରାସ୍ତ ହୋଇଛି। ଓଡ଼ିଶା ପାଇଁ...

ସୁପର ଓଭର୍‌ରେ ସୁପର୍‌ ଡ୍ରାମା: T20 ଇତିହାସରେ ପ୍ରଥମଥର ଘଟିଲା ଏମିତି

ଗ୍ଲାସଗୋ,୧୭।୬: ସ୍କଟଲାଣ୍ଡର ଗ୍ଲାସଗୋରେ ଚାଲିଥିବା T20 ଟ୍ରାଇ ସିରିଜ 2025ରେ, କ୍ରିକେଟ ପ୍ରେମୀମାନେ ଏପରି ଏକ ଦୃଶ୍ୟ ଦେଖିବାକୁ ପାଇଥିଲେ, ଯାହା ଏପର୍ଯ୍ୟନ୍ତ କେବଳ କଳ୍ପନାରେ...

ବଲ ଟ୍ୟାମ୍ପରିଂ ଅଭିଯୋଗରୁ ଅଶ୍ୱିନ ମୁକ୍ତ

ଚେନ୍ନାଇ,୧୬ା୬: ଭାରତର ପୂର୍ବତନ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଓ ତାଙ୍କ ନେତୃତ୍ୱାଧୀନ ଦଳ ଡିନଡିଗୁଲ ଡ୍ରାଗନ୍ସକୁ ତାମିଲନାଡୁ ପ୍ରିମିୟର ଲିଗ୍‌ (ଟିଏନ୍‌ପିଏଲ୍‌)ରେ ବଲ ଟ୍ୟାମ୍ପରିଂ ଅଭିଯୋଗରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri