ଏସିଆର ବଡ଼ ଗାଁକୁ କରୋନା ଡର

ଭୁବନ, ୧୪।୫(ଡି.ଏନ.ଏ.) – ଏସିଆ ମହାଦେଶ ସର୍ବବୃହତ୍‌ ଗାଁ ଭୁବନକୁ ଗୋଡ଼ାଉଛି କରୋନା ଡର। ସୀମାନ୍ତ ଯାଜପୁର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟାବୃଦ୍ଧି ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଛି। ଅନ୍ୟପଟେ ଅଞ୍ଚଳକୁ ପ୍ରବାସୀ ଓଡ଼ିଆଙ୍କ ଆଗମନ ପରେ ସଂକ୍ରମଣ ରୋକିବା ପ୍ରଶାସନ ଲାଗି ଚ୍ୟାଲେଞ୍ଜ ପାଲଟିଛି। ଏଭଳି ସ୍ଥିତିରେ ଅଞ୍ଚଳକୁ କୋଭିଡ୍‌ କବଳରୁ ରକ୍ଷା କରିବାକୁ ପୋଲିସ, ପ୍ରଶାସନ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଇଛି। ଭୁବନରୁ ଯାଜପୁରକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍‌ କରାଯାଇଛି। ସୀମାନ୍ତ ଅଞ୍ଚଳରେ ପାଟ୍ରୋଲିଂ ବଢ଼ାଇ ଦିଆଯାଇଥିବାବେଳେ ଅମାନିଆଙ୍କ ଉପରେ ଅଧିକ କଠୋର ହେଉଛି ପୋଲିସ।
୨୨ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟାକୁ ନେଇ ସମୃଦ୍ଧ ଭୁବନ କଂସାବାସନ ସାମଗ୍ରୀ ଲାଗି ପ୍ରସିଦ୍ଧ। କଂସା କାରିଗରକଙ୍କୁ ବାଦ୍‌ଦେଲେ ଆଖପାଖ ଅଞ୍ଚଳର ହଜାର ହଜାର ବ୍ୟବସାୟୀ ପେଟ ପାଟଣା ଚିନ୍ତାରେ ପ୍ରତିଦିନ ଏଠାକୁ ଆସିଥାନ୍ତି। ନୂଆବଜାର, କାଳୀବଜାର, ଗଣେଶ ବଜାର, ଦୁର୍ଗା ବଜାର, ଗୁଜୁରୀହାଟ, ନୂଆ ଭୁବନ ବଜାର, ବଡ଼ହାଟରେ ଶତାଧିକ ଦୋକାନ ରହିଛି। ଏହା ବ୍ୟତୀତ ଏକମାତ୍ର ପରିବା ମାର୍କେଟ ୨୦୦ରୁ ଊର୍ଦ୍ଧ ବ୍ୟବସାୟୀ ପରିବା ବିକ୍ରି କରିଥାନ୍ତି। ତେବେ ଜନସଂଖ୍ୟା ଦୃଷ୍ଟିରୁ ବୃହତ୍‌ ଭୁବନ ଗାଁର ଭୌଗୋଳିକ ସୀମାରେଖା ବଡ଼ ନୁହେଁ। କ୍ଷୁଦ୍ର ଅଞ୍ଚଳ ମଧ୍ୟରେ ଏତେସଂଖ୍ୟାରେ ଲୋକ ବସବାସ କରୁଛନ୍ତି। ତେଣୁ ସାମାଜିକ ଦୂରତ୍ୱ ରକ୍ଷା କରିବା ଅସମ୍ଭବ ବ୍ୟାପାର ହୋଇପଡୁଛି। ଲୋକମାନେ ନିୟମ ଭଙ୍ଗ କରି ଦୋକାନ, ବ୍ୟାଙ୍କ, ବଜାରରେ ହାଉଯାଉ ହେଉଛନ୍ତି। ପୋଲିସ, ଏନ୍‌ଏସି ପ୍ରଶାସନ ପକ୍ଷରୁ ବ୍ୟାପକ ଉଦ୍ୟମ ସତ୍ତ୍ୱେ ଲୋକେ କଟକଣା ମାନୁନାହାନ୍ତି, ଯାହା ସଂକ୍ରମଣ ଆଶଙ୍କା ବଢ଼ାଉଛି। ଜନଗହଳି ଅଞ୍ଚଳରେ ସାମାଜିକ ଦୂରତା ରକ୍ଷା କରିବାକୁ ଏନ୍‌ଏସି ପକ୍ଷରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଉଛି। ଏନ୍‌ଏସିକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଅବରୋଧ କରାଯାଉଛି। ପୋଲିସ ପକ୍ଷରୁ ୩ ସ୍କାଡ୍‌ ଗଠନ କରାଯାଇ ପାଟ୍ରୋଲିଂ ଉପରେ ଗୁରୁତ୍ୱ ଦିଆଯାଇଛି। ଦୋକାନ ଖୋଲିବା ନିୟମ ମାନିବାକୁ ବ୍ୟବସାୟୀଙ୍କୁ କୁହାଯାଉଛି। ସେହିପରି ଏନ୍‌ଏସି ପକ୍ଷରୁ ୩ଟି ସ୍ଥାନରେ କ୍ୱାରାଣ୍ଟାଇନ୍‌ ସେଣ୍ଟର କରାଯାଇଛି। ଭୁବନକୁ ୨୩୬ଜଣ ପ୍ରବାସୀ ଆସିବାକୁ ନାମ ପଞ୍ଜୀକରଣ କରିଛନ୍ତି। ସ୍ଥାନୀୟ ମହିଳା କଲେଜ ସଙ୍ଗରୋଧ ଗୃହରେ ୪ଜଣ ପ୍ରବାସୀ ଅଛନ୍ତି।
ଏ ନେଇ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ କୁହନ୍ତି, ଢେଙ୍କାନାଳ ଜିଲାର ଏକମାତ୍ର କରୋନା ରୋଗୀ ସୁସ୍ଥ ହୋଇ ଫେରିବା ପରେ ଆପାତତଃ ଜିଲା କୋଭିଡ୍‌ ସଂକ୍ରମଣରୁ ମୁକ୍ତ ରହିଛି। ଲୋକମାନେ ବିଶେଷ କରି ଯୁବଗୋଷ୍ଠୀ ସତର୍କ ଏବଂ ସଚେତନ ରହିଲେ କରୋନା ଉପରେ ବିଜୟ ସମ୍ଭବ ବୋଲି ପ୍ରଶାସନିକ ଅଧିକାରୀମାନେ କହିଛନ୍ତି। ତହସିଲଦାର ଶକ୍ତିକାନ୍ତ ରାଏ କୁହନ୍ତି, ଅଞ୍ଚଳର ବ୍ୟବସାୟୀ, ଜନସାଧାରଣ ସହଯୋଗ କରୁଛନ୍ତି। କେତେକ ସ୍ଥାନରେ କଟକଣା ଭଙ୍ଗ ହେଉଥିବା ନଜରକୁ ଆସିଛି। ଶତ ପ୍ରତିଶତ ଲୋକଙ୍କ ସହଯୋଗ ନ ମିଳିଲେ କରୋନାକୁ ରୋକିବା ସମ୍ଭବ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri