Posted inଖେଳ

ଏସିଆନ ରୋଡ ପାରା-ସାଇକ୍ଲିଂ: ଭାରତକୁ ୧ ରୌପ୍ୟ, ୨ ବ୍ରୋଞ୍ଜ

ନୂଆଦିଲ୍ଲୀ,୩୦।୪(ପି.ଟି.)- ଉଜ୍‌ବେକିସ୍ତାନର ତାସ୍‌କେଣ୍ଟଠାରେ ଅନୁଷ୍ଠିତ ହୋଇଥିବା ଏସିଆନ୍‌ ରୋଡ ପାରା- ସାଇକ୍ଲିଂ ଚାମ୍ପନ୍‌ଶିପ୍‌ରେ ଭାରତୀୟ ପାରାଆଥଲେଟ୍ସମାନେ ଦମ୍‌ଦାର ପ୍ରଦର୍ଶନ କରି ଗୋଟିଏ ରୌପ୍ୟ ଓ ଦୁଇଟି ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି। ଭାରତର ଦିଭିଜ ଶାହ ତାଙ୍କ ଉନ୍ନତ ପ୍ରଦର୍ଶନ ଜାରି ରଖି ସି୫ କାଟାଗୋରିରେ କ୍ରମାଗତ ତୃତୀୟଥର ପାଇଁ ରୌପ୍ୟପଦକ ହାସଲ କରିଛନ୍ତି। ଏପ୍ରିଲ ୨୩ରୁ ଆରମ୍ଭ ହୋଇ ୨୮ ତାରିଖରେ ଶେଷ ହୋଇଥିବା ଏହି ଚାମ୍ପିୟନଶିପରେ ୨୮ଟି ଦେଶରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ।
ଏସିଆନ ପାରାଗେମ୍ସ ବ୍ରୋଞ୍ଜ୍‌ ମେଡାଲିଷ୍ଟ ଗୁରଲାଲା ସିଂ ଏକମାତ୍ର ସାଇକ୍ଳିଷ୍ଟ ଭାବେ ଏସିଆନ୍‌ ଗେମ୍ସ ସ୍ତରରେ ପଦକ ଜିତିଛନ୍ତି। ସେ ସି୪ ସେକ୍‌ସନରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମହାରାଷ୍ଟ୍ରର ହ୍ୟାଣ୍ଡ ସାଇକ୍ଲିଷ୍ଟ ସୁଧାକର ମରାଠେ ପଦାର୍ପଣରେ ପଦକ ହାସଲ କରିଛନ୍ତି। ସେ ଏଚ୍‌୫ କାଟାଗୋରିରେ ବ୍ରୋଞ୍ଜ୍‌ ଜିତିଛନ୍ତି। ଉଲ୍ଲେଖଥାଉ କି, ଗତ ଦୁଇବର୍ଷ ହେବ ଭାରତୀୟ ପ୍ରତିଯୋଗୀମାନେ ଦୁଇଟି ସଂସ୍କରଣରେ ଗୋଟିଏ ରୌପ୍ୟ ଓ ବ୍ରୋଞ୍ଜ୍‌ ଜିତିଛନ୍ତି। ଦିଭିଜ ଶାହା ରୌପ୍ୟ ଜିତିଥିବା ବେଳେ ହରିନ୍ଦର ସିଂ ବ୍ରୋଞ୍ଜ୍‌ ଜିତିଥିଲେ। ସାଇକ୍ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆର (ସିଏଫ୍‌ଆଇ) ଓ ଆଦିତ୍ୟ ମେହେଟ୍ଟା ଫାଉଣ୍ଡେଶନ (ଏଏମ୍‌ଏଫ୍‌)କୁ ନିଜ ସଫଳତାର ଶ୍ରେୟ ଦେଇଛନ୍ତି ଦିଭିଜ୍‌। ଏହି ଦୁଇ ସଂସ୍ଥା ମୋତେ ବହୁତ ସାହାଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦକ୍ଷିଣ ଆଫ୍ରିକାକୁ ୯୯ ରନ୍‌ରେ ଅଲଆଉଟ୍‌ କରି ନୂଆ ରେକର୍ଡ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୧।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିଲ୍ଲୀରେ ଖେଳାଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲାରେ ରେକର୍ଡ କରିଛି ଟିମ୍‌ ଇଣ୍ଡିଆ। ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି...

୧୪ ସିଜନରେ ୧୩ ଥର ଅଧିନାୟକ ପରିବର୍ତ୍ତନ କରି ରେକର୍ଡ କରିଛି ଏହି ଆଇପିଏଲ୍‌ ଟିମ୍‌; ଏବେ କେ.ଏଲ୍‌.ଙ୍କ ସ୍ଥାନରେ…

ନୂଆଦିଲ୍ଲୀ,୨।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଇତିହାସରେ ଅନେକ ଅଭିଜ୍ଞ କ୍ରିକେଟରଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି। ସେଥିରୁ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପ୍ରତି...

ଆଇପିଏଲ-୧୪: ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀ ଫେଭରାଇଟ୍‌

ଚେନ୍ନାଇ,୨୫।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରବିବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଓ ଡେଭିଡ୍‌ ଓ୍ବାର୍ନରଙ୍କ ସନରାଇଜର୍ସ...

ଭାରତ ଆଜି ଇଂଲଣ୍ଡକୁ ଭେଟିବ

ଗୁଆହାଟି, ୩୦।୯ (ପି.ଟି.): ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ପାଇଁ ବିଭିନ୍ନ ଦଳର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅଂଶଗ୍ରହଣକାରୀ ଦଳ ଗୁଡ଼ିକ ଭାରତରେ ପହଞ୍ଚତ୍...

ଆଣ୍ଟାର୍କଟିକାର ବରଫ ସ୍ରୋତରେ ପହଁରିଲେ ୫୦ ବର୍ଷ ବୟସ୍କ ଆଥଲେଟ୍‌

ଲଣ୍ଡନ,୨୮।୧: ଆଣ୍ଟାର୍କଟିକାରେ ପ୍ରବଳ ଥଣ୍ଡା। ଏଠାରେ ତାପମାତ୍ରା ଅତି ନିମ୍ନ। ତେବେ ଜଣେ ୫୦ ବର୍ଷ ବୟସ୍କ ଆଥଲେଟ୍‌ ଏହାକୁ ଭ୍ରୁକ୍ଷେପ ନ କରି ଦୀର୍ଘ...

ବାଉଣ୍ଡ୍ରି ଗଣିତ ନିୟମକୁ ପୂର୍ବତନ କ୍ରିକେଟରଙ୍କ ସମାଲୋଚନା

ନୂଆଦିଲ୍ଲୀ,୧୫।୭(ପିଟି)- ଗୌତମ ଗମ୍ଭୀରଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବାଉଣ୍ଡ୍ରି ଗଣିତ ଦ୍ୱାରା ବିଶ୍ୱ ଚାମ୍ପିୟନ ନିର୍ଦ୍ଧାରଣ କରାଯିବା ପ୍ରକ୍ରିୟାକୁ ସମାଲୋଚନା...

ପରାଜୟ ପାଇଁ ଫିଲ୍ଡିଂକୁ ଦାୟୀ କଲେ

ମୁମ୍ବାଇ,୧।୪: ୨୧୦ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିବା ପରେ ମଧ୍ୟ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ଲକ୍ଷୌ ସୁପର ଜ୍ୟାଣ୍ଟସଠାରୁ ପରାସ୍ତ...

ଫିଫା ବିଶ୍ୱକପ୍‌: ଷ୍ଟାଡିୟମ ନିର୍ମାଣ ସ୍ଥଳରେ କରୋନା ସଂକ୍ରମଣ

ଦୋହା,୧୭।୪(ଏଏଫ୍‌ପି): ୨୦୨୨ ଫିଫା ବଶ୍ୱକପ୍‌ ମଧ୍ୟପ୍ରାଚ୍ୟ ଦେଶ କାତାରରେ ଆୟୋଜନ ହେବ। ବିଶ୍ୱକପ୍‌ ପାଇଁ ନିର୍ମାଣାଧିନ ଷ୍ଟାଡିୟମ ନିକଟରେ କେତୋଟି କରୋନା ଭାଇରସ ସଂକ୍ରମଣ ହୋଇଥିବା...

Advertisement
Archives

Model This Week