Posted inଖେଳ

ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ଓଡ଼ିଆ ଝିଅ ଝିଲ୍ଲୀଙ୍କୁ ରୌପ୍ୟ, ମୀରାବାଇ ନିରାଶ

ନିଙ୍ଗ୍‌ବୋ (ଚାଇନା), ୨୨।୪(ପି.ଟି.)- ପ୍ରାକ୍ତନ ବିଶ୍ୱ ବିଜୟିନୀ ମୀରାବାଇ ଚାଣୁ ଏଠାରେ ଚାଲିଥିବା ଏସିଆନ୍‌ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ମଧ୍ୟ ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ହାସଲରୁ ବଞ୍ଚତ୍ତ ହୋଇଛନ୍ତି। ତେବେ ଓଡ଼ିଆ ଝିଅ ଝିଲ୍ଲୀ ଦଳବେହେରା ପ୍ରତିଯୋଗିତାରେ ନିଜ ଚମକ୍‌ ଛାଡ଼ିବାରେ ସଫଳ ହୋଇଛନ୍ତି। ମହିଳା ୪୫ କିଗ୍ରା ବର୍ଗରେ ପ୍ରତିନିଧିତ୍ୱ କରୁଥିବା ଝିଲ୍ଲୀ ରୌପ୍ୟ ପଦକ ହାସଲ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଜୁନିୟର ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜୟିନୀ ଝିଲ୍ଲୀ ସ୍ନାଚରେ ୭୧ ଓ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୯୧ କିଗ୍ରା ସହ ମୋଟ୍‌ ଉପରେ ୧୬୨ କିଗ୍ରା ଭାର ଉଠାଇ ୨ୟ ସ୍ଥାନରେ ରହିବା ସହ ରବିବାର ଭାରତ ପାଇଁ ପଦକ ଖାତା ଖୋଲିଥିଲେ। ଭିଏତ୍‌ନାମର ଭୋଉଙ୍ଗ୍‌ ଥି ହ୍ୟୁନ୍‌ (୭୬+୯୨=୧୬୮) ଏହି ଓଜନ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ତେବେ ଏହି ଓଜନ ବର୍ଗ ଅଲିମ୍ପିକ୍ସରେ ସାମିଲ ନାହିଁ।

କିଗ୍ରା ଓଜନ ବର୍ଗରେ ଲଢ଼ୁଥିବା ୨୪ ବର୍ଷୀୟା ମୀରାବାଇ ସ୍ନାଚରେ ୮୬ କିଗ୍ରା ଏବଂ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୧୩ କିଗ୍ରା ସହ ମୋଟ୍‌ ଉପରେ ୧୯୯ କିଗ୍ରା ଭାର ଉଠାଇଥିଲେ। ମୀରାବାଇଙ୍କ ମୋଟ୍‌ ଉପରେ ଏହା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଏଥିପୂର୍ବରୁ ସେ ଚଳିତ ବର୍ଷ ଥାଇଲାଣ୍ଡରେ ଅନୁଷ୍ଠିତ ଏଗଟ୍‌ କପ୍‌ର ୪୯ କିଗ୍ରା ବର୍ଗରେ ୧୯୨ କିଗ୍ରା ଭାର ଉଠାଇଥିଲେ। ଚାଇନାର ଝାଙ୍ଗ୍‌ ରୋଙ୍ଗ ସମାନ ୧୯୯ (୮୮+୧୧୧) କିଗ୍ରା ଭାର ଉଠାଇଥିଲେ ମଧ୍ୟ ନୂତନ ନିୟମ ଅନୁଯାୟୀ ବ୍ରୋଞ୍ଜ ପଦକ ଜିତିଥିଲେ। ଏହି ନିୟମ ଅନୁଯାୟୀ ଯେଉଁ ପ୍ରତିଯୋଗୀଙ୍କର କ୍ଲିନ୍‌ ଆଣ୍ଡ୍‌ ଜର୍କରେ କମ୍‌ ରେଜଲ୍ଟ ଥିଲେ ମଧ୍ୟ ଯଦି ସେ ସ୍ନାଚରେ ଅଧିକ ଭାର ଉଠାଇଥାନ୍ତି ତେବେ ତାଙ୍କ ର଼୍ୟାଙ୍କ୍‌ ପ୍ରତିପକ୍ଷଙ୍କ ଉପରେ ରହିବ। ଚାଇନାର ହୋଉ ଝିହୁଇ ୨୦୮ (୯୨+୧୧୬) କିଗ୍ରା ସହ ସ୍ବର୍ଣ୍ଣ ଏବଂ ନର୍ଥ କୋରିଆର ରି ସଙ୍ଗ୍‌-ଗମ୍‌ ୨୦୦ (୮୬+୧୧୪) କିଗ୍ରା ସହ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁର ତାରକା ମୀରାବାଇ କିନ୍ତୁ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ବ୍ରୋଞ୍ଜ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ ଓ ମହାଦେଶୀୟ ପ୍ରତିଯୋଗିତା ଗୁଡ଼ିକରେ ସ୍ନାଚ ଓ କ୍ଲିନ୍‌ ଆଣ୍ଡ୍‌ ଜର୍କର ପ୍ରଦର୍ଶନକୁ ଦେଖି ବ୍ୟକ୍ତିଗତ ଭାବେ ପଦକ ପ୍ରଦାନ କରାଯାଇଥାଏ। ଅଲିମ୍ପିକ୍ସରେ କିନ୍ତୁ ପ୍ରତିଯୋଗୀ ଉଠାଇଥିବା ମୋଟ୍‌ ଓଜନକୁ ହିସାବକୁ ନେଇ ପଦକ ଦିଆଯାଇଥାଏ॥


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଚ୍‌ପିସି କମ୍ପିଟିଶନ ସିରିଜ: ଅମ୍ଳାନ, ଟପ୍ପୋଙ୍କ ଚମକ

ଭୁବନେଶ୍ୱର,୧୦।୧୧(ସ୍ପୋଟର୍‌ସବ୍ୟୁରୋ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର ଓଡ଼ିଶା ଆଥଲେଟିକ୍ସ ହାଇପରଫର୍ମାନ୍ସ ସେଣ୍ଟର (ଏଚ୍‌ପିସି)ର ପ୍ରାରମ୍ଭିକ କମ୍ପିଟିଶନ ସିରିଜ ଅନୁଷ୍ଠିତ ହୋଇଯାଇଛି। ୪ଟି ସିରିଜ୍‌ରେ ଏଚ୍‌ପିସିର ଆଥଲେଟମାନେ...

କ୍ୟାଟ୍ରିନା କୈଫଙ୍କ ହୃଦୟରେ ଅଛନ୍ତି ଏହି କ୍ରିକେଟର୍‌

ବଲିଉଡ୍‌ ଏବଂ କ୍ରିକେଟ ମଧ୍ୟରେ ସମ୍ପର୍କ ବହୁ ପୁରୁଣା। ଅନେକ ସମୟରେ ବଲିଉଡ ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ପ୍ରେମ ସମ୍ପର୍କ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ହୋଇଥାଏ।...

ଇଣ୍ଡିଆନ ସୁପର ଲିଗ୍‌ : ହ୍ୟାଟ୍ରିକ୍‌ ବିଜୟ ସହ ଶ୍ରେଷ୍ଠ- ୪ ସ୍ଥାନ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର,୧୧।୧(ସ୍ପୋଟର୍‌ସ ବ୍ୟୁରୋ)- ଘରୋଇ ଭେନ୍ୟୁ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍‌ସି ଦମ୍‌ଦାର ଆରମ୍ଭ କରିଛି। ଏଠାରେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ଓଡ଼ିଶା...

ଶ୍ରୀଲଙ୍କା ୧୫୭ ରନରେ ଅଲ୍‌ଆଉଟ

ଜୋହାନ୍ସବର୍ଗ, ୪ା୧(ଏପି)-ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ରବିବାର ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଆଘାତଜନିତ ସମସ୍ୟାରେ ଥିବା ଶ୍ରୀଲଙ୍କା ୧୫୭ ରନରେ...

ଆଶେସ ସିରିଜ୍‌ରୁ ବିଦା ହେଲେ ଦୁଇ ଅମ୍ପାୟର

ମାଞ୍ଚେଷ୍ଟର,୨୮।୮: ଚଳିତ ଆଶେସ ସିରିଜ୍‌ର ପ୍ରଥମ ୩ ଟେଷ୍ଟରେ ବହୁମାତ୍ରାରେ ଅମ୍ପାୟରଙ୍କ ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିରେ ହେଡିଂଲେ ଟେଷ୍ଟରେ ବେନ ଷ୍ଟୋକ୍ସଙ୍କୁ ଏଲବିଡବ୍ଲ୍ୟୁ ଦେବାରେ...

ଆଇପିଏଲ ନିଲାମ ଇସ୍ତାନବୁଲରେ ହେବା ସମ୍ଭାବନା, ପସନ୍ଦ ତାଲିକାରେ ୨ ସହର…

ନୂଆଦିଲ୍ଲୀ,୨୬।୧୦ : ଆଇପିଏଲର ପରବର୍ତ୍ତୀ ସିଜିନ ପାଇଁ ନିଲାମ ଚଳିତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଲାମର ସ୍ଥାନ...

ରାଉରକେଲାରେ ଭବ୍ୟ ସ୍ବାଗତ

ରାଉରକେଲା ଅଫିସ,୨୮ା୧୨: ରାଉରକେଲାରେ ପ୍ରଥମ ଥର ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ ଦର୍ଶକଙ୍କ ମନରେ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ଝାରସୁଗୁଡା...

ଆର୍ଥିକ ସଙ୍କଟରେ ସ୍ବସ୍ତିକା

କୋଲକାତା, ୯ା୮ (ପି.ଟି.)-କରୋନା ଭାଇରସ୍‌ ଯୋଗୁ ଲକ୍‌ଡାଉନ୍‌ ଚାଲିଥିବାରୁ ବିଶ୍ୱର ୫ ନମ୍ବର ମାନ୍ୟତାପ୍ରାପ୍ତ ଜୁନିୟର ଟେବୁଲ ଟେନିସ (ଟିଟି) ଖେଳାଳି ସ୍ବସ୍ତିକା ଘୋଷ ଆର୍ଥିକ...

Advertisement
Archives

Model This Week