Posted inଖେଳ

ଏସିଆନ ଟିମ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌: କାଜାଖସ୍ତାନଙ୍କୁ ହରାଇଲା ଭାରତ

ମାନିଲା, ୧୧ା୨ (ପି.ଟି.)- କିଡାମ୍ବି ଶ୍ରୀକାନ୍ତଙ୍କ ନେତୃତ୍ୱରେ ଭାରତ ଏଠାରେ ଚାଲିଥିବା ଏସିଆନ ଟିମ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଏହାର ଓପନିଂ ଗ୍ରୁପ୍‌ ମ୍ୟାଚରେ ୪-୧ରେ କାଜାଖସ୍ତାନକୁ ପରାସ୍ତ କରିଛି। ପୂର୍ବତନ ନମ୍ବର ଓ୍ବାନ ଖେଳାଳି ଶ୍ରୀକାନ୍ତ, ଲକ୍ଷ୍ୟ ସେନ୍‌ ଏବଂ ଶୁଭଙ୍କର ଦେ ସେମାନଙ୍କ ସିଙ୍ଗଲ୍ସ ମ୍ୟାଚରେ ସହଜ ବିଜୟ ହାସଲ କରିଛନ୍ତି। ଶ୍ରୀକାନ୍ତ ମାତ୍ର ୨୩ ମିନିଟ୍‌ରେ ଦିମିତ୍ରି ପାନାରିନ୍‌ଙ୍କୁ ୨୧-୧୦, ୨୧-୭ରେ ହରାଇ ଦେଇଛନ୍ତି। ଆର୍ତର ନିୟାଜୋଭଙ୍କ ବିପକ୍ଷ ମ୍ୟାଚକୁ ସେନ୍‌ ୨୧-୧୩, ୨୧-୮ରେ ଜିତିଥିଲେ। ଏହି ମ୍ୟାଚ ୨୧ ମିନିଟରେ ଶେଷ ହୋଇଥିଲା। ସେହିପରି ତୃତୀୟ ସିଙ୍ଗଲ୍ସରେ ଦେ ୨୧-୧୧, ୨୧-୫ରେ କ୍ଷେତମୁରାତ କୁଲ୍‌ମାତୋଭଙ୍କୁ ୨୧-୧୧, ୨୧-୫ରେ ପରାସ୍ତ କରିଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ବି. ସାଇ ପ୍ରଣୀତ ସିଙ୍ଗଲ୍ସ ପରିବର୍ତ୍ତେ ଡବଲ୍ସ ଖେଳିଥିଲେ। ସେ ଓ ଚିରାଗ ଶେଟ୍ଟି କିନ୍ତୁ କାଜାଖସ୍ତାନ ଯୋଡ଼ି ନିୟାଜୋଭ ଏବଂ ପାନାରିନ୍‌ ଯୋଡ଼ିଙ୍କଠାରୁ ୨୧-୧୮, ୧୬-୨୧, ୧୯-୨୧ରେ ପରାଜିତ ହୋଇଯାଇଥିଲେ। ତେବେ ଦ୍ୱିତୀୟ ଡବଲ୍ସରେ ଏମ୍‌. ଆର. ଅର୍ଜୁନ ଏବଂ ଧ୍ରୁବ କାପିଲା ୨୧-୧୪, ୨୧-୮ରେ ପ୍ରତିପକ୍ଷ ଯୋଡ଼ି ନିକିତା ବ୍ରାଗିନ୍‌ ଏବଂ କ୍ଷେତମୁରାତ କୁଲମାତୋଭଙ୍କୁ ୨୧-୧୪, ୨୧-୮ରେ ହରାଇ ଦେଇଥିଲେ। ସୂଚନାଯୋଗ୍ୟ, ୨୦୧୬ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ଜିତିଥିବା ଭାରତୀୟ ପୁରୁଷ ଦଳ ପ୍ରଥମେ ଦୁଇଥର ଚାମ୍ପିୟନ ଇଣ୍ଡୋନେସିଆ ଏବଂ ଆୟୋଜକ ଫିଲିପାଇନ୍ସ ସହିତ ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିଲା। ମାତ୍ର କରୋନା ଭାଇରସ ପାଇଁ ଚାଇନା ଓ ହଂକଂଙ୍କୁ ଅଂଶଗ୍ରହଣରୁ ବଞ୍ଚତ୍ତ କରାଯାଇଥିବାରୁ ମାଲେସିଆ ଓ କାଜାଖସ୍ତାନ ସହ ଭାରତ ଗ୍ରୁପ୍‌ ବି’ରେ ସ୍ଥାନ ପାଇଛି। ଭାରତ ଏହି ଚାମ୍ପିୟନଶିପ୍‌କୁ ଶ୍ରେଷ୍ଠ ପୁରୁଷ ଦଳ ପଠାଇଥିବାରୁ ପଦକ ଜିତିବା ଯଥେଷ୍ଟ ସମ୍ଭାବନା ରହିଛି। ଅଲିମ୍ପିକ ବର୍ଷ ଦୃଷ୍ଟିରୁ ଖେଳାଳିଙ୍କ ପାଇଁ ର଼୍ୟାଙ୍କିଙ୍ଗ ପଏଣ୍ଟ ଗୁରୁତ୍ୱପୂର୍ଣ୍ଣ। କରୋନା ଭାଇରସ ଯୋଗୁ ଚାଇନାରେ ଇତିମଧ୍ୟରେ ୧୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇ ସାରିଲେଣି। ସଂକ୍ରମଣ ଆଶଙ୍କାରେ ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ଦଳ ଏହି ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ ନ କରିବା ଲାଗି ନିଷ୍ପତ୍ତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri