ଏସିଆନ ଚାମ୍ପିୟନଶିପରେ ଭାଗ ନେବେ କେନ୍ଦୁଝର ଝିଅ ମଧୁସ୍ମିତା

କେନ୍ଦୁଝର, ୧୯ା୭ (ସ୍ବ.ପ୍ର.)-ଏସିଆନ ତାଏକୋଣ୍ଡୋ ଚାମ୍ପିୟନଶିପରେ ଭାଗ ନେବା ପାଇଁ ଜାତୀୟ ଦଳରେ କେନ୍ଦୁଝର ଝିଅ ମଧୁସ୍ମିତା ମହାନ୍ତି ମନୋନୀତ ହୋଇଛନ୍ତି। ତାଙ୍କ ଘର କେନ୍ଦୁଝର ଶିଶୁଭବନ ରୋଡରେ ା ତାଏକୋଣ୍ଡୋ ଫେଡେରେଶନ ଅଫ ଇଣ୍ଡିଆ ପକ୍ଷରୁ ଜାମ୍ମୁ ଠାରେ ଅନୁଷ୍ଠିତ ହୋଇଥିବା ଚୟନ ଶିବିରରେ ମଧୁସ୍ମିତା ଯୋଗ୍ୟ ବିବେଚିତ ହୋଇ ଏହି ସମ୍ମାନ ଜନକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସୁଯୋଗ ପାଇଥିବା ଜଣାପଡିଛି। ଏନେଇ ସେ ଜାତୀୟ ଶିବିରରେ ଦୀର୍ଘ ୮ ଦିନ ଧରି ଅଭ୍ୟାସ କରିବା ପରେ ଗୁରୁବାର ଭାରତରୁ ଯାଇଥିବା ଜଣାପଡିଛି ା ଏହି ପ୍ରତିଯୋଗିତା ଆସନ୍ତା ୧୮ରୁ ୨୨ ପର୍ଯ୍ୟନ୍ତ ଓମାନରେ ହେବାକୁ ଥିବା ବେଳେ ତାଙ୍କ ମ୍ୟାଚ ୨୦ ତାରିଖରେ ହେବ ବୋଲି ଜଣାପଡିଛି। ଏଣୁ ତାଙ୍କର ସଫଳତା ପାଇଁ ସମସ୍ତେ କାମନା କରି ଶୁଭେଚ୍ଛା ଜଣାଇଛନ୍ତି। ସେ ପ୍ରଥମ ଓଡିଆ ଝିଅ ଭାବରେ ଭାଗ ନେବାକୁ ସୁଯୋଗ ପାଇଥିବାରୁ ଏହା ରାଜ୍ୟ ତଥା ଜିଲା ପାଇଁ ଗୌରବର ବିଷୟ ବୋଲି ତାଙ୍କ ପିତା ଜିତେନ୍ଦ୍ର କୁମାର ମହାନ୍ତି ଆଶାବ୍ୟକ୍ତ କରିଛନ୍ତି। ୫ ବର୍ଷ ବୟସରୁ ଖେଳ ଆରମ୍ଭ କରିଥିବା ମଧୁସ୍ମିତା ପୂର୍ବରୁ ଜାତୀୟ ସ୍ତରରେ ବହୁ ବାର ଭାଗ ନେଇ ମେଡାଲ ହାସଲ କରିଛନ୍ତି। ମା’ଙ୍କ ପ୍ରେରଣା ଓ ବାପାଙ୍କ ସମର୍ଥନ ତାଙ୍କୁ ଏଭଳି ଶୀର୍ଷକୁ ନେଇ ପାରିଥିବା ସେ କହିଛନ୍ତି। ଖେଳ ସହିତ ପାଠ ପଢାରେ ମଧ୍ୟ ଦକ୍ଷ। ମଧୁସ୍ମିତା ଗୀତ, ଚିତ୍ରାଙ୍କନରେ ମଧ୍ୟ ବେଶ ପାରଙ୍ଗମ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଗାଁ ଜଳବନ୍ଦୀ

ବାଲିଆପାଳ, ୨୦।୮(ସ୍ବ.ପ୍ର)- ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଳବନ୍ଦୀ ହୋଇ ଲୋକମାନେ ଜୀବନଯାପନ କରୁଛନ୍ତି। ଘରୁ ପଦାକୁ ବାହାରିଲେ ଆଣ୍ଠୁଏ ଜଳରେ...

ସ୍ତ୍ରୀକୁ ପିଟି ପିଟି ହତ୍ୟାକଲେ ସ୍ବାମୀ

ବାଲେଶ୍ୱର ଅଫିସ,୨୯।୩: ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟି ପିଟି ମାରିଦେଲେ ସ୍ବାମୀ। ଏଭଳି ଘଟଣା ବାଲେଶ୍ବର ଜିଲା ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଗ୍ରାମରେ ଘଟିଛି।...

ଆସୁଛି ଧର୍ମମାସ କାର୍ତ୍ତିକ:ଦୟନୀୟ ଅବସ୍ଥାରେ ତୀର୍ଥ ପୁଷ୍କରିଣୀ

ପୁରୀ ଅଫିସ,୧୭-୯:ଆସୁଛି ଧର୍ମମାସ କାର୍ତ୍ତିକ। ଏହି ସମୟରେ ହବିଷ ପାଳିବାକୁ ଶ୍ରୀକ୍ଷେତ୍ର ଆସିବେ ହଜାର ହଜାର ହବିଷିଆଳି। ମାସେ ପର୍ଯ୍ୟନ୍ତ ପୁରୀରେ ରହିବେ। ଏଠାକାର ବିଭିନ୍ନ...

ରାଜ୍ୟବ୍ୟାପୀ ପକ୍ଷୀଗଣନା ଆରମ୍ଭ

ଭୁବନେଶ୍ୱର, ୩।୧(ବ୍ୟୁରୋ): ରାଜ୍ୟବ୍ୟାପୀ ପକ୍ଷୀଗଣନା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ବନଖଣ୍ଡ ଏବଂ ଜଳାଶୟରେ ପକ୍ଷୀଗଣନା କରାଯାଉଛି। ଗଣନାରେ ୨୫ରୁ ଊର୍ଦ୍ଧ୍ୱ ଟିମ୍‌ ଏବଂ...

ଭାଜପା ଭୁବନେଶ୍ୱର ଜିଲା ସଭାପତିଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଭାଜପାର ଭୁବନେଶ୍ୱର ସାଙ୍ଗଠନିକ ଜିଲା ସଭାପତି ତଥା କୋ-ଅପରେଟିଭ ସୋସାଇଟି ସଦସ୍ୟ ହରେକୃଷ୍ଣ ଖୁଣ୍ଟିଆଙ୍କୁ ଶୁକ୍ରବାର ମଧ୍ୟାହ୍ନରେ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି...

ବିପର୍ଯ୍ୟସ୍ତ ଅବସ୍ଥାରେ ଜଟଣୀ କୃଷକ ବଜାର: ଲକ୍ଷାଧିକ ଟଙ୍କା ବ୍ୟୟ, କାମରେ ଲାଗୁନି

ଜଟଣୀ,୧୦।୧(ଡି.ଏନ.ଏ): ଜଟଣୀ ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ପକ୍ଷରୁ ୨୦୦୧ରେ ଏଠାରେ କୃଷକ ବଜାର ଆରମ୍ଭ କରାଯାଇଥିଲା। ଏହା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି। ଚାଷୀଙ୍କ ଉତ୍ପାଦିତ...

ସୁରକ୍ଷା ପାଚେରି କାମ ନିମ୍ନମାନର

ଖଇରା, ୩।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ଖଇରା ନଟାପଡା ଆର୍‌ଡି ରାସ୍ତାର ନଟାପଡା ଗ୍ରାମ ନିକଟରେ ଚାଲୁଥିବା ସୁରକ୍ଷା ପାଚେରି ଅତ୍ୟନ୍ତ ନିମ୍ନମାନର ହେଉଥିବା...

୪ ସହରରେ ସଂକ୍ରମଣ ବଢ଼ୁଛି

ଭୁବନେଶ୍ୱର, ୧୨ା୭(ବ୍ୟୁରୋ):ରାଜ୍ୟରେ ଏବେ କରୋନା ଉପରମୁହାଁ ରହିଛି। ୪ଟି ସହରରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଭୁବନେଶ୍ୱର, କଟକ, ପୁରୀ ଏବଂ ରାଉରକେଲାରେ କରୋନା ସଂକ୍ରମଣ ବଢ଼ୁଥିବା...

Advertisement
Archives

Model This Week