Posted inଖେଳ

ଏସିଆନ ଏଜ୍‌ଗ୍ରୁପ ସୁଇମିଂ ଚାମ୍ପିୟନଶିପ୍‌: ୧୫ ସ୍ବର୍ଣ୍ଣ ସହ ଭାରତକୁ ୫୨ ପଦକ

ବେଙ୍ଗାଲୁରୁ, ୨୮।୯-
ଏଠାରେ ଶୁକ୍ରବାର ଶେଷ ହୋଇଥିବା ୧୦ମ ଏସିଆନ ଏଜ୍‌ଗ୍ରୁପ ସୁଇମିଂ ଚାମ୍ପିୟନଶିପ୍‌ରେ ଭାରତ ମୋଟ ୫୨ ପଦକ ସହ ପଦକ ତାଲିକାର ୪ର୍ଥ ସ୍ଥାନ ଅଧିକାର କରିଛି। ଏହା ମଧ୍ୟରେ ୧୫ ସ୍ବର୍ଣ୍ଣ, ୧୯ ରୌପ୍ୟ ଓ ୧୮ବ୍ରୋଞ୍ଜ ସାମିଲ। ପଦକ ତାଲିକାର ଶୀର୍ଷରେ ରହିଥିବା ଜାପାନ ୭୯(୪୭ ସ୍ବର୍ଣ୍ଣ, ୧୭ ରୌପ୍ୟ, ୧୫ ବ୍ରୋଞ୍ଜ) ପଦକ ପାଇଥିବାବେଳେ ଥାଇଲାଣ୍ଡ ୬୩(୨୧ ସ୍ବର୍ଣ୍ଣ, ୧୮ ରୌପ୍ୟ, ୨୪ ବ୍ରୋଞ୍ଜ) ସହ ଦ୍ୱିତୀୟ ଏବଂ ହଂକଂ ୫୭(୧୫ ସ୍ବର୍ଣ୍ଣ, ୨୪ ରୌପ୍ୟ, ୧୮ ବ୍ରୋଞ୍ଜ) ପଦକ ସହିତ ତୃତୀୟ ସ୍ଥାନ ଅଧିକାର କରିଛି। ଭାରତର କୁଶାଗ୍ର ରାଓ୍ବତ ଓପନ କାଟେଗୋରିରେ ଶ୍ରେଷ୍ଠ ସନ୍ତରଣକାରୀ ବିବେଚିତ ହୋଇଛନ୍ତି। ସେ ୪ଟି ବ୍ୟକ୍ତିଗତ ପଦକ ପାଇଥିବାବେଳେ ରିଲେରେ ସ୍ବର୍ଣ୍ଣ ପଦକ ଏବଂ ଗୋଟିଏ ନୂଆ ମିଟ୍‌ ରେକର୍ଡ ପ୍ରତିଷ୍ଠା କରିଥିଲେ। କୁଶାଗ୍ର ୨୦୦, ୪୦୦, ୮୦୦ ଓ ୧୦୦ ମିଟର ଫ୍ରିଷ୍ଟାଇଲ୍‌ରେ ସ୍ବର୍ଣ୍ଣ ପଦକ ପାଇଥିଲେ। ୮୦୦ ମିଟର ଫ୍ରିଷ୍ଟାଇଲ୍‌ରେ ନୂଆ ମିଟ୍‌ ରେକର୍ଡ ମଧ୍ୟ କରିଥିଲେ। ଅନ୍ତିମ ଦିବସରେ ଭାରତର ଶ୍ରୀହରି ନଟରାଜ ବ୍ୟକ୍ତିଗତ ୩ୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପୁରୁଷ ବିଭାଗ ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌(୨:୦୪.୨୫ ସେକେଣ୍ଡ)ରେ ସେ ପ୍ରଥମସ୍ଥାନ ଅଧିକାର କରିଥିଲେ। ସେହିପରି ତାରକା ସୁଇମର ବିର୍ଦ୍ଧାଓ୍ବାଲ ଖାଡେ ପୁରୁଷ ବିଭାଗ ୫୦ ମିଟର ବଟରଫ୍ଳାଇ(୨୪.୨୨ ସେକେଣ୍ଡ)ରୁ ଭାରତର ସ୍ବର୍ଣ୍ଣିମ ଅଭିଯାନ ଶେଷ କରିଥିଲେ। ଚାମ୍ପିୟନଶିପ୍‌ରେ ବ୍ୟକ୍ତିଗତଭାବେ ଏହା ତାଙ୍କର ଦ୍ୱିତୀୟ ସ୍ବର୍ଣ୍ଣ ପଦକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri