Posted inଖେଳ

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌:୨୦୦ ମିଟର ଫାଇନାଲରେ ଦୂତୀ

ଭୁବନେଶ୍ୱର, ୨୪।୪(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଦୋହାଠାରେ ଚାଲିଥିବା ୨୩ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୨୦୦ ମିଟର ରେସ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ହିଟ୍‌ରେ ଦୂତୀ ୨୩.୩୩ ସେକେଣ୍ଡ ସମୟ ନେଇ ଏହି ସଫଳତା ପାଇଛନ୍ତି। ହିଟ୍‌-୩ରେ ଦୌଡ଼ିଥିଲେ ଦୂତୀ। ଏଥିରେ ସେ ଅନ୍ୟ ୭ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମସ୍ଥାନ ଅଧିକାର କରିଥିଲେ। ଚାଇନାର କୋଙ୍ଗ ଲିଙ୍ଗଓ୍ବେଇ ୨୩.୫୧ ସେକେଣ୍ଡ ସମୟ ନେଇ  ଦ୍ୱିତୀୟ ସ୍ଥାନରେ ରହିବା ସହ ଏହି ହିଟ୍‌ରୁ ଫାଇନାଲ ଯୋଗ୍ୟତା ପାଇଛନ୍ତି।  ହିଟ୍‌-୧ରୁ ଚାଇନାର ଜି ମାନ୍‌ଗି ୨୩.୪୬ ଓ ବାହାରିନର ଇଡିଡଙ୍ଗ ଓଡିଅଙ୍ଗ ୨୩.୫୩ ସେକେଣ୍ଡ ସମୟ ନେଇ ଏବଂ ହିଟ-୨ରୁ ବାହାରିନର ସାଲ୍‌ଓ୍ବା ନାସେର ୨୨.୮୪ ଓ କାଜାଖସ୍ତାନର ଓଲ୍‌ଗା ସାଫ୍ରାନୋଭା ୨୨.୯୮ ସେକେଣ୍ଡ ସମୟ ନେଇ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ ପ୍ରତିଯୋଗିତାର ୧୦୦ ମିଟର ରେସ୍‌ରେ ଦୂତୀ ହିଟ୍‌ରେ ୧୧.୨୮ ଓ ସେମିଫାଇନାଲରେ ୧୧.୨୬ ସେକେଣ୍ଡ ସମୟ ନେଇ ଦୁଇଥର ଜାତୀୟ ରେକର୍ଡ ଭାଙ୍ଗିଥିଲେ ହେଁ ଫାଇନାଲରେ ନୈରାଶ୍ୟଜନକଭାବେ ୧୧.୪୪ ସେକେଣ୍ଡ ସମୟ ନେଇ ୫ମ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ, ଏମ୍‌ଆଇ ପାଇଁ ବିଜୟ ଲକ୍ଷ୍ୟ ୨୦୦ …

ମୁମ୍ବାଇ, ୧୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ଟସ ଜିତି ପ୍ରଥମେ ବୋଲିଂ କରିବାକୁ...

ଧୋନୀଙ୍କ ଆଗରେ ପୁଣି ହାରିଲେ ଅମ୍ପାୟାର: ଦେଖନ୍ତୁ ଭିଡିଓ

ୟୁଏଇ,୨୦।୯: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ଏମଏସ ଧୋନୀଙ୍କ ଡିଆରଏସ୍‌ ନେବା ପ୍ରସଙ୍ଗରେ କୌଣସି ତୁଳନା ନାହିଁ। ତାଙ୍କର ସଠିକ ସମୀକ୍ଷା ଯୋଗୁ ପ୍ରଶଂସକ...

କୋହଲିଙ୍କ ଚିନ୍ତା ଦୂର କଲେ ଏହି କ୍ରିକେଟର୍‌: ଦିନେ ହୋଇଥିଲେ ଗିରଫ

ଦୁବାଇ,୧୯।୧୦: ଟି -୨୦ ବିଶ୍ୱକପ୍‌ର ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଟିମ ଇଣ୍ଡିଆ ୭ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ଭାରତର ବ୍ୟାଟ୍ସମ୍ୟାନ ଇଶାନ କିଶାନ ବିସ୍ଫୋରକ...

୩ ବର୍ଷ ପରେ ମନର ଯନ୍ତ୍ରଣା ପ୍ରକାଶ କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌: ଜୋତା ପିନ୍ଧି ଗାଧୋଇବାକୁ ଯାଇଥିଲେ, ଆଉ ତା’ପରେ

କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ତାରକା ଅଲରାଉଣ୍ଡର ଆନ୍ଦ୍ରେ ରସେଲ ୩ ବର୍ଷ ପରେ ନିଜର ମନର ଯନ୍ତଣା ପ୍ରକାଶ କରିଛନ୍ତି। ଆଇପିଏଲ ୨୦୧୮ରେ କେକେଆର...

ବେଙ୍ଗାଲୁରୁରେ ଟିମ୍‌ ଇଣ୍ଡିଆର ଧମାକା: ୨-୧ରେ ଜିତିଲା ସିରିଜ୍‌

ବେଙ୍ଗାଲୁରୁ,୧୯।୧: ଅଷ୍ଟ୍ରେଲିଆ ବିପକ୍ଷ ୩ଟିକିଆ ଏକଦିବସୀୟ ସିରିଜର ଶେଷ ମ୍ୟାଚରେ ଭ୍ରମଣକାରୀ ଦଳକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ୨-୧ କବ୍ଜା କରିଛି ଭାରତ।...

‘ମୁଁ ଭାବୁଛି ପାକିସ୍ତାନ ଜିତିବ’

ନୂଆଦିଲ୍ଲୀ,୧୨।୧୧: ଆଇସିସି ଟି-୨୦ ବିଶ୍ୱକପ୍‌ ଫାଇନାଲରେ ମୁହାଁମୁହିଁ ହେବେ ପାକିସ୍ତାନ-ଇଂଲଣ୍ଡ। ଏହି ମୁକାବିଲାରେ ବାବର ଆଜମ ନେତୃତ୍ୱାଧୀନ ପାକିସ୍ତାନ ଟିମ୍‌କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି...

ଟିମ୍‌ ଇଣ୍ଡିଆରେ ହୋଇପାରେ ୨ ପରିବର୍ତ୍ତନ

କଲମ୍ବୋ,୨୨।୭: ଶ୍ରୀଲଙ୍କାରେ ଥିବା ଯୁବ ଭାରତୀୟ ଦଳ ଦିନିକିଆ ସିରିଜ୍‌କୁ ଆଗୁଆ ଜିତିନେଇଛି। ପ୍ରଥମ ମ୍ୟାଚ୍‌ରେ ଯୁବ ବ୍ୟାଟ୍ସମ୍ୟାନମାନେ ସେମାନଙ୍କ କ୍ଲାସ ଓ ଟେମ୍ପରାମେଣ୍ଟର ପରିଚୟ...

କର୍କଟରେ ପ୍ରାଣ ହରାଇଲେ ପାକିସ୍ତାନ କ୍ରିକେଟରଙ୍କ ଝିଅ

ଲଣ୍ଡନ,୨୦।୫- କର୍କଟ ରୋଗରେ ପୀଡ଼ିତ ପାକିସ୍ତାନ ବ୍ୟାଟ୍ସମ୍ୟାନ ଅସିଫ ଅଲିଙ୍କ ଦୁଇ ବର୍ଷୀୟା ଝିଅ ନୁର୍‌ ଫତିମା ସ୍ଥାନୀୟ ମେଡିକାଲରେ ପ୍ରାଣ ହରାଇଛନ୍ତି। ଅସିଫ ଖେଳୁଥିବା...

Advertisement
Archives

Model This Week