ଏସବୁ ଖାଦ୍ୟ ଆର୍ଥରାଇଟିସ୍‌ରୁ ରଖେ ଦୂରେଇ…

ପରିବର୍ତ୍ତିିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟା ଦେଖାଦେଇଥାଏ। ଏହାକୁ ଡାକ୍ତରମାନେ ଆର୍ଥରାଇଟିସ୍‌ କୁହାଯାଇଥାଏ। ଏହି ସମସ୍ୟାରେ ଗଣ୍ଠି ସ୍ଥାନରେ ଥିବା କୋମଳ ଲିଗାମେଣ୍ଟ୍‌ ଏବଂ କାର୍ଟିଲଜି ଟାଣ ହୋଇଯାଇଥାଏ। ଫଳରେ ଚାଲବୁଲ୍‌ କରିବା ସମୟରେ ଟାଣ ଲିଗାମେଣ୍ଟ୍‌ ଏବଂ କାର୍ଟିଲଜିରେ ହାଡ଼ ଘଷି ହୋଇ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ତେବେ ଖାଦ୍ୟପେୟରେ ସାବଧାନତା ଅବଲମ୍ବନ ଦ୍ୱାରା ଏହି ସମସ୍ୟାରୁ ଜଣେ ସହଜରେ ଦୂରେଇ ରହିପାରିବେ। ଖାଦ୍ୟରେ ପନିପରିବା ଏବଂ ଫଳକୁ ସାମିଲ୍‌ କଲେ ସୁଫଳ ମିଳିଥାଏ। ସପ୍ତାହରେ ୨ଥର ମାଛ ଖାଇଲେ ଏଭଳି ସମସ୍ୟା ଦୂର ହୋଇଥାଏ। ମାଛରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍‌ ଏହି ସମସ୍ୟା ଦୂର କରିଥାଏ। ସେହିପରି ସୋୟାବିନ୍‌ ଖାଇଲେ ଏଥିରେ ଥିବା ପ୍ରୋଟିନ୍‌ ଯୋଗୁ ଆର୍ଥରାଇଟିସ୍‌ ହୋଇ ନ ଥାଏ। ଏହି ସମସ୍ୟା କ୍ଷେତ୍ରରେ କମ୍‌ କୋଲଷ୍ଟରଲଯୁକ୍ତ ତେଲ ଖାଦ୍ୟରେ ବ୍ୟବହାର କରିବା ଆବଶ୍ୟକ। ଭିଟାମିନ୍‌ ଡି ଯୁକ୍ତ ଖାଦ୍ୟ ଖାଇଲେ ଏହା କ୍ୟାଲସିୟମ୍‌କୁ ଅବଶୋଷିତ କରିଥାଏ। ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। କୋବି, ବ୍ରୋକୋଲି ଆଦି ଖାଇଲେ ଶରୀରରେ କ୍ୟାଲସିୟମ୍‌ ସୃଷ୍ଟି ହେବା ପ୍ରକ୍ରିୟା ତ୍ୱରାନ୍ବିତ ହୋଇ ଏହି ରୋଗ ଦୂର ହୋଇଥାଏ। ଏଭଳି ସମସ୍ୟା ଥିଲେ ଦିନରେ ୨ ଥର ଗ୍ରୀନ୍‌ ଟି ପିଇଲେ ଉପକାର ମିଳିଥାଏ। ଏଥିରେ ଥିବା ଇପିଗାଲୋକାଚିନ୍‌-୩- ଗାଲୋଟେ ଗଣ୍ଠି ସ୍ଥାନରେ ଥିବା ଲିଗାମେଣ୍ଟ୍‌ ଏବଂ କାର୍ଟିଲଜିକୁ ଟାଣ ହେବାକୁ ଦେଇ ନ ଥାଏ। ଫଳରେ ଚାଲିବା ବୁଲିବା ସମୟରେ କଷ୍ଟ ଅନୁଭୁତ ହୋଇ ନ ଥାଏ। କମଳା ଜାତୀୟ ଫଳ ଖାଇଲେ ଏଥିରେ ଥିବା ଭିଟାମିନ୍‌ ସି ଯନ୍ତ୍ରଣାରୁ ଦୂରେଇ ରଖିଥାଏ। ପ୍ରତିଦିନ ସକାଳେ ଦୁଇ କୋଲା ରସୁଣ ଖାଇଲେ ଏଥିରେ ଥିବା ଡାଇଲୟାଲ ଡାଇସୁଲଫାଇନ୍‌ ଲିଗାମେଣ୍ଟ୍‌ ଏବଂ କାର୍ଟିଲଜିକୁ ଶୁଷ୍କ ହେବାକୁ ଦେଇ ନ ଥାଏ। ଚିନା ବାଦାମ ଖାଇବା ଦ୍ୱାରା ଏଥିରେ ଥିବା ପ୍ରୋଟିନ୍‌, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌, ଜିଙ୍କ୍‌, ଭିଟାମିନ୍‌-ଇ ଏହି ସମସ୍ୟାରୁ ଦୂରେଇ ରଖିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଲଓସି ଦେଇ ଜମ୍ମୁ-କଶ୍ମରୀରେ ପ୍ରବେଶ କଲେ ପିଓକେର ଦୁଇ ନାବାଳିକା ଭଉଣୀ

ପୁଞ୍ଚ,୬।୧୨: ପାକିସ୍ତାନ ଅଧିକୃତ କଶ୍ମରୀ (ପିଓକେ)ର ଦୁଇ ନାବାଳିକା ଭଉଣୀ ଏଲଓସି ଅତିକ୍ରମ କରି ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ପ୍ରବେଶ କରିଛନ୍ତି। ଲାଇନ ଅଫ୍‌ କଣ୍ଟ୍ରୋଲରେ...

ମାସରେ ଥରେ ଦୁଇ ଥର କରନ୍ତୁ ଏପରି ମନ ରହିବ ହାଲ୍‌କା…

ହସିବା ଦ୍ୱାରା ମନ ହାଲ୍‌କା ରହିବା ସହ ଶରୀର ସୁସ୍ଥ ରହିିଥାଏ। କିନ୍ତୁ ବେଳେବେଳେ କାନ୍ଦିବା ଦ୍ୱାରା ମଧ୍ୟ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ।...

ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୧୦।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ସ୍ଥାନୀୟ କୁଲଗାମ୍‌ ଜିଲାର ଚିଙ୍ଗାମ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଶନିବାର ସକାଳେ...

ପ୍ରୟାଗରାଜରେ ବିଷାକ୍ତ ମଦ ପିଇ ଚାଲିଗଲା ୬ ଜଣଙ୍କ ଜୀବନ

ପ୍ରୟାଗରାଜ, ୨୧।୧୧-ଉତ୍ତରପ୍ରଦେଶର ପ୍ରୟାଗରାଜ୍‌ ଅନ୍ତର୍ଗତ ଫୁଲପୁରରେ ବିଷାକ୍ତ ମଦ ୬ ଜୀବନ ନେଇଛି। ଶୁକ୍ରବାର ରାତିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶନିବାର ଆଉ ଦୁଇଜଣଙ୍କ...

ଯୁବକ ଦେଖୁଛନ୍ତି ପରିଣତ ବୟସର ମୁହଁ

ନୂଆଦିଲ୍ଲୀ, ୨୦ା୭: ବର୍ତ୍ତମାନ ଫେସ୍‌ଆପ୍‌ ଭଳି ଏକ ସବୁଠୁ ଲୋକପ୍ରିୟ ଅପ୍ସନ୍‌ ବ୍ୟବହାର କରି ଲୋକେ ଖୁସି ମନାଉଛନ୍ତି। ରୁଷିଆରେ ବିକଶିତ ଏହି ଆପ୍ଲିକେଶନ ଚଳିତ...

ସେନାରେ ସାମିଲ ହେଲେ ଶହୀଦ ଯବାନଙ୍କ ଭାଇ

ନୂଆଦିଲ୍ଲୀ,୨୩।୭: ପ୍ରାୟ ବର୍ଷେ ତଳେ ଶହୀଦ ହୋଇଥିବା ଯବାନ ଔରଙ୍ଗଜେବଙ୍କ ୨ ସାନ ଭାଇ ସେନାରେ ସାମିଲ ହୋଇଛନ୍ତି। ଗତବର୍ଷ ଜୁନ୍‌ରେ ଆତଙ୍କବାଦୀମାନେ ଔରଙ୍ଗଜେବଙ୍କୁ ଅପହରଣ...

ପମ୍ପ୍‌କିନ୍‌ ପ୍ୟାନ୍‌କେକ୍‌

ଆବଶ୍ୟକ ସାମଗ୍ରୀ: ୨ କପ୍‌ କଖାରୁ ପେଷ୍ଟ, ୫୦୦ ମିଲି. ଆଲମଣ୍ଡ କ୍ଷୀର, ୨ ଟେବଲ୍‌ସ୍ପୁନ୍‌ ଭାନିଲା ଏକ୍ସଟ୍ରାକ୍ଟ, ୫୦୦ ଗ୍ରାମ୍‌ ଚଣା ପାଉଡ଼ର(ଚିକ୍‌ପି ଫ୍ଲୋର୍‌),...

ପୋଲିସ ସାଜିଲା ବରଯାତ୍ରୀ, ଥାନାରେ ବିବାହ କଲେ ପ୍ରେମୀଯୁଗଳ

ଭୋପାଳ,୧।୪: ହୋଶଙ୍ଗାବାଦର ମାଲଓ୍ବା ଥାନା ଅଞ୍ଚଳରେ ଏକ ବିବାହ ଚର୍ଚ୍ଚାରେ ରହିଛି। ଏଠାରେ ପ୍ରେମୀଯୁଗଳ ଥାନାରେ ବିବାହ କରିଛନ୍ତି। ପୋଲିସ ବରଯାତ୍ରୀ ଭାବରେ ଯାଇଥିବା ବେଳେ...

Advertisement


Archives

Model This Week

Why Dharitri