ଏଲ୍‌ପିଜି ଯୋଗାଣ ବିଳମ୍ବିତ କଲା ସୌଦି ଆରବ:ଚାହିଦା ମେଣ୍ଟାଇବା ନେଇ ମୁଣ୍ଡବ୍ୟଥା

ନୂଆଦିଲ୍ଲୀ,୨୭।୯:ସୌଦି ଆରବର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଆରାମ୍‌କୋର ଦୁଇଟି ତୈଳ କୂଅ ଉପରେ ଡ୍ରୋନ୍‌ ଆକ୍ରମଣ ପରେ ଭାରତକୁ ଏଲ୍‌ପିଜି ଯୋଗାଣ ହ୍ରାସ ପାଇବାକୁ ଯାଉଛି। ଏଲ୍‌ପିଜି ଯୋଗାଣ ବିଳମ୍ବିତ ହେବ ବୋଲି ସୌଦି ଆରବ କହିବା ପରେ ଦେଶର ୩ ତୈଳ କମ୍ପାନୀଙ୍କ ମୁଣ୍ଡବ୍ୟଥା ବଢ଼ିଯାଇଛି। ଆଗକୁ ଦଶହରା ସମେତ ଦୀପାବଳି ଆସୁଛି। ଏହି ସମୟରେ ଭାରତରେ ଏଲ୍‌ପିଜି ଚାହିଦା ବୃଦ୍ଧି ପାଇଥାଏ। ଏହାକୁ ଦୃଷ୍ଟିରେ ରଖି ଏବେ ଦେଶର ତୈଳ କମ୍ପାନୀମାନେ ଅନ୍ୟ ବଜାର ଉପରେ ନଜର ପକାଇବା ଆରମ୍ଭ କରିଛନ୍ତି।
ଇଣ୍ଡିଆନ ଅଏଲ କର୍ପୋରେଶନର ଅଧ୍ୟକ୍ଷ ସଞ୍ଜୀବ ସିଂ କହିଛନ୍ତି ଯେ, ଏସିଆ ବଜାରରେ ଚାହିଦା ବୃଦ୍ଧି ପାଇଥିବାରୁ ଏବେ ବର୍ଦ୍ଧିତ ଏଲ୍‌ପିଜି କେଉଁଠୁ ଆସିବ ସେ ନେଇ ଭାଳେଣି ପଡିଲାଣି। କାରଣ ଭାରତ ପେଟ୍ରୋଲିୟମ ପକ୍ଷରୁ ଏହାକୁ କିଣିବା ଲାଗି ଟେଣ୍ଡର ଜାରି କରାଯାଇଥିଲେ ସୁଦ୍ଧା କୌଣସି ଯୋଗାଣକାରୀ ରାଷ୍ଟ୍ର ଅଦ୍ୟାବଧି ଏଥିପ୍ରତି ଆଗ୍ରହ ଦେଖାଉନାହାନ୍ତି। ସେ କହିଛନ୍ତି ଯେ, ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ସୌଦି ଆରବରୁ ଅକ୍ଟୋବର ପାଇଁ ଏଲ୍‌ପିଜି ଆସିବା ବିଳମ୍ବିତ ହେବ। ଆରାମ୍‌କୋ ସମେତ ଅନ୍ୟ ତୈଳ କମ୍ପାନୀମାନେ ଏ ସମ୍ପର୍କରେ ଭାରତକୁ ଜଣାଇ ଦେଇଛନ୍ତି। ଅନ୍ୟପକ୍ଷରେ ପାର୍ବଣ ଋତୁରେ ଏଲ୍‌ପିଜି ଚାହିଦା ନିଶ୍ଚିତ ଭାବେ ଅଧିକ ରହିବ ବୋଲି ଉଲ୍ଲେଖ କରି ସିଂ କହିଛନ୍ତି ଯେ, ଅଧିକ ଏଲ୍‌ପିଜି ଯୋଗାଡ କରିବା ଲାଗି ଯଥାସାଧ୍ୟ ପ୍ରୟାସ ଚାଲିଛି। ଦେଶ ପାଇଁ ଅକ୍ଟୋବର-ନଭେମ୍ବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସମସ୍ତ ତୈଳ କମ୍ପାନୀ ପକ୍ଷରୁ ଅଧିକ ଏଲ୍‌ପିଜି ଯୋଗାଡ ଲାଗି ଚେଷ୍ଟା ଚାଲିଛି। ସୂଚନାଥାଉ କି, ଏଲ୍‌ପିଜି ଆମଦାନୀ କ୍ଷେତ୍ରରେ ଭାରତ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ଦେଶ। ଏହା ନିଜର ଚାହିଦାର ଅର୍ଦ୍ଧାଧିକ ସୌଦି ଆରବ, କାତାର, ଓମାନ ଓ କୁଏତ୍‌ରୁ ହାସଲ କରିଥାଏ। ସେପ୍ଟେମ୍ବରରେ ମୌସୁମୀ ବର୍ଷା ବନ୍ଦ ହେବା ପରେ ଏଲ୍‌ପିଜି ଚାହିଦା ସାଧାରଣତଃ ବଢ଼ିଥାଏ ବୋଲି ସିଂ କହିଛନ୍ତି। ଏହାଛଡ଼ା ଉଜ୍ଜ୍ୱଳା ଯୋଜନା କାରଣରୁ ଦେଶରେ ଏବେ ଏଲ୍‌ପିଜି ଚାହିଦା ଯଥେଷ୍ଟ ବଢ଼ିଛି ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ, ଚଳିତ ସପ୍ତାହରେ ଆରାମ୍‌କୋର ନିଅଣ୍ଟକୁ ଆବୁଧାବୀ ନ୍ୟାଶନାଲ ଅଏଲ୍‌ କୋ. ପୂରଣ କରିଥିଲା। ଦୁଇଟି ଜାହାଜ ଆସନ୍ତା ୨ ସପ୍ତାହ ମଧ୍ୟରେ ଭାରତ ପହଞ୍ଚତ୍ବ ବୋଲି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୨୪ରେ ଟୁଇଟ୍‌ କରିଥିଲେ। ତେବେ ସିଂ ଦେଶବାସୀଙ୍କୁ ଆଶ୍ୱସ୍ତ କରି କହିଛନ୍ତି ଯେ, ଦେଶରେ ଏଲ୍‌ପିଜିର ସଙ୍କଟ ନାହିଁ। ତେବେ ଆଗାମୀ ଦିନରେ ଅତିରିକ୍ତ ଚାହିଦା ମେଣ୍ଟାଇବା ଲାଗି ପୂର୍ବରୁ ପ୍ରସ୍ତୁତ ହେଉଛୁ। ସେ କହିଛନ୍ତି ଯେ, ସୌଦି ଆରବରୁ ପ୍ରାୟ ୬ ଲକ୍ଷ ଟନ ଏଲ୍‌ପିଜି ଆସିବା କମିବ। ବିପିସିଏଲ୍‌ ରିଫାଇନେରିଜ ନିର୍ଦ୍ଦେଶକ ଆର୍‌.ରାମଚନ୍ଦ୍ରନ କହିଛନ୍ତି ଯେ, ଆମ ନିକଟରେ ବିକଳ୍ପ ନାହିଁ। ବିଦେଶରୁ ସର୍ବଦା ଏଲ୍‌ପିଜି ଆମଦାନୀ କରିବାକୁ ହେବ ଏବଂ ସବୁଦିନ ବିଦେଶୀ ଜାହାଜ ଭାରତକୁ ଆସୁଥାଉ ବୋଲି ରାମଚନ୍ଦ୍ରନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri