Posted inଖେଳ

ଏଲିଟ୍‌ ଅମ୍ପାୟାରିଂରୁ ଅବସର ନେଲେ ସିମନ ଫ୍ରାଏ, ଜନ୍‌ ଓ୍ବାର୍ଡ

ମେଲବୋର୍ନ, ୧୭।୪(ପି.ଟି.): ଅଷ୍ଟ୍ରେଲିଆର ଦୁଇ ଅମ୍ପାୟର ସିମନ ଫ୍ରାଏ ଓ ଜନ୍‌ ଓ୍ବାର୍ଡ ଏଲିଟ୍‌ ଅମ୍ପାୟାରିଂରୁ ଅବସର ନେଇଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ତରଫରୁ ଏ ନେଇ ଶୁକ୍ରବାର ଘୋଷଣା କରାଯାଇଛି। ଦକ୍ଷିଣ ଅଷ୍ଟ୍ରେଲିଆର ଫ୍ରାଏ ୧୦୦ ପ୍ରଥମଶ୍ରେଣୀ, ୧୩୦ ଲିଷ୍ଟ-ଏ ଓ ୯୩ଟି ଟି୨୦ ପୁରୁଷ ମ୍ୟାଚ୍‌ ପରିଚାଳନା କରିଛନ୍ତି। ସେ ୪ଥର କ୍ରିକେଟ ଅଷ୍ଟ୍ରେଲିଆ ଅମ୍ପାୟାର ପୁରସ୍କାର ମଧ୍ୟ ହାସଲ କରିଛନ୍ତି।
ସେହିପରି ଭିକ୍ଟୋରିଆ ଅମ୍ପାୟର ଓ୍ବାର୍ଡ ୩୨ଟି ଟେଷ୍ଟ, ୧୮୭ଟି ପ୍ରଥମଶ୍ରେଣୀ, ୮୪ଟି ଲିଷ୍ଟ-ଏ ଓ ୧୧୭ଟି ଟ୨୦ ମ୍ୟାଚ୍‌ ପରିଚାଳନା କରିଛନ୍ତି। ସେ ଏଲିଟ୍‌ ର଼୍ୟାଙ୍କ୍‌ରେ ୧୯ଟି ସେସନ ସଫଳତାର ସହ ଦାୟିତ୍ୱ ବହନ କରିବା ପରେ ଅବସର ଘୋଷଣା କରିଛନ୍ତି। ଅବସର ଘୋଷଣା କରିବା ପରେ ଏହି ଦୁଇ ଅମ୍ପାୟର ଦକ୍ଷିଣ ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏଶନ (ଏସ୍‌ଏସିଏ), ସିଏ ଓ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)କୁ କୃତଜ୍ଞତା ଜଣାଇଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆର ହେଡ୍‌ ଅଫ୍‌ କ୍ରିକେଟ ଅପରେଶନ ପିଟର ରୋଚ୍‌ ମଧ୍ୟ ଏହି ଦୁଇଜଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅଷ୍ଟ୍ରେଲିଆ କ୍ରିକେଟ ପ୍ରତି ଅବଦାନ ପାଇଁ ସିମନ ଓ ଜନ୍‌ଙ୍କୁ ଆମେ କୃତଜ୍ଞତା ଜଣାଉଛୁ ବୋଲି ରୋଚ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri