ଏଲନ୍‌ ମସ୍କଙ୍କ ଟିନି ବ୍ରେନ୍‌

ସାନ୍‌ ଫ୍ରାନ୍‌ସିସ୍କୋ: ପାରାଲିସିସ୍‌ରେ ପୀଡ଼ିିତ ଓ ମସ୍ତିଷ୍କ ସମସ୍ୟାରେ ରହିଥିବା ବ୍ୟକ୍ତିଙ୍କ ଜୀବନ ଧାରାରେ ଉନ୍ନତି ଆଣିବା ଲାଗି ଏଲନ୍‌ ମସ୍କଙ୍କ ଷ୍ଟ୍ରାର୍ଟଅପ୍‌ ନ୍ୟୁରଲିଙ୍କ୍‌ ଏକ ଚିପ୍‌ ବିକାଶ କରିଛିି। ଏହାକୁ ଏକ ଟିନି ବ୍ରେନ୍‌ ବି କୁହାଯାଉଛି। ଏହା ଦୀର୍ଘସ୍ଥାୟୀ ହେବ ଓ ଘରେ ସହଜରେ ବ୍ୟବହାର କରିହେବ। ମସ୍ତିଷ୍କ ଲାଗି ବ୍ୟବହାର କରାଯାଉଥିବା ଓଜନିଆ ଓ ବଡ଼ଯନ୍ତ୍ର ଗୁଡିକର ବିକଳ୍ପ ଭାବେ ଏହାକୁ ବ୍ୟବହାର କରାଯାଇପାରିବ। କମ୍ପାନୀ ଏହି ଚିପ୍‌ ପ୍ରସ୍ତୁତ କରିବା ପରେ୨୦୨୦ରେ ଏହାର କ୍ଲିନିକାଲ୍‌ ଟ୍ରାଏଲ କରିବାକୁ ୟୁସ୍‌ ଫୁଡ୍‌ ଆଣ୍ଡ୍‌ ଡ୍ରଗ ଆଡ୍‌ମିନିଷ୍ଟ୍ରେଶନ୍‌(ଏଫଡିଏ) ସ୍ବୀକୃତିକୁ ଅପେକ୍ଷା କରିଛି। ଏହାକୁ ଏଭଳି ଟେକ୍‌ନୋଲୋଜିରେ ପ୍ରସ୍ତୁତ କରାଯାଇଛି ଯେ ଚିପ୍‌କୁ ମୁଣ୍ଡ ଉପରେ ଲଗାଯାଇ ମସ୍ତିଷ୍କ ଭିତରୁ ଥ୍ରେଡ୍‌ ମାଧ୍ୟମରେ ତଥ୍ୟ ସଂଗ୍ରହ କରିପାରିବ। ଏହାକୁ ଆଇଫୋନ ଆପ୍‌ ଦ୍ୱାରା ନିୟନ୍ତ୍ରଣ କରାଯିବ। ଚିପ୍‌ର ନାମ ରଖାଯାଇଛି ଏନ୍‌-୧ ସେନ୍‌ସର। ଏଥିରେ ଥିବା ୟୁଏସ୍‌ବି ପୋର୍ଟରୁ ୯୬ଟି ଥ୍ରେଡ୍‌ରେ ୩,୦୭୨ଟି ଇଲେକ୍‌ଟ୍ରୋଡ ଲଗାଯାଇଛି। ପ୍ରତ୍ୟେକ ଥ୍ରେଡ୍‌ ସବୁଠୁ ଛୋଟ କେଶଠାରୁ ବି ଛୋଟ। ଏହା ମସ୍ତିଷ୍କରୁ ଡାଟା ଓ ସଙ୍କେତ ଟ୍ରାନସ୍‌ମିଟ୍‌ କରିପାରିବ। କିନ୍ତୁ ଏହି ଚିପ୍‌କୁ କାର୍ଯ୍ୟ କାରିବା ଲାଗି ରୋଗୀଙ୍କ ଖପୁରିରେ ୮ମିଲିମିଟର ହୋଲ୍‌ କରି ଥ୍ରେଡ୍‌କୁ ମସ୍ତିଷ୍କ ମଧ୍ୟକୁ ପୂରାଇବାକୁ ହେବ। ଥ୍ରେଡ୍‌ର ଆକାର ୪-୬ ମାଇକ୍ରୋମିଟର ଯାହା ଗୋଟିଏ ମାନବ କେଶର ବ୍ୟାସର ତିନି ଭଗରୁ ଏକ ଭାଗ। ଏହି ଚିପ୍‌ ବିଭିନ୍ନ ପ୍ରକାର ମସ୍ତିଷ୍କ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଠାରୁ ଏହା ଆହୁରି ଭଲ କାମ କରିବ ବୋଲି ଏଲନ ମସ୍କ୍‌ କହିଛନ୍ତି। ନ୍ୟୁରଲିଙ୍କ୍‌ର ଅଧ୍ୟକ୍ଷ ମ୍ୟାକ୍ସ ହୋଡାକ୍‌ଙ୍କ ମତରେ ଏହାକୁ ଦୁଇ କି ତିନି ବର୍ଷରେ ଥରେ ବଦଳାଇବାକୁ ପଡିବନି , ଏହା ଦୀର୍ଘସ୍ଥାୟୀ ଭାବେ କାମ କରିବ। ଆଗକୁ ଚିପ୍‌କୁ ପୂରା ଓ୍ବେୟାର୍‌ଲେସ୍‌ କରାଯିବାର ଯୋଜନା କରାଯାଇଛି। ୨୦୧୬ ମସିହାରେ ପ୍ରତିଷ୍ଠା କରାଯାଇଥିବା ମେଡିକାଲ ରିସର୍ଚ୍ଚ କମ୍ପାନୀ ନ୍ୟୁରଲିଙ୍କ ବିଶ୍ୱର ବହୁ ପ୍ରଖ୍ୟାତ ନ୍ୟୁରୋସାଇଣ୍ଟିଷ୍ଟମାନଙ୍କୁ ନିଯୁକ୍ତି ଦେଇ ଗବେଷଣା କରିବା ପରେଏହାକୁ ବିକାଶ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri