ଏରସମା ଫାଶୀ ଦଣ୍ଡାଦେଶ ମାମଲା: ୨୬ରେ ରାୟ ଦେବେ ହାଇକୋର୍ଟ

କଟକ ଅଫିସ, ୧୪ା୯: ଜଗତସିଂହପୁର ଜିଲା ଏରସମା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ଅଭିଯୁକ୍ତ ଲବ ମାନ୍ନା ଓରଫ କାଳିଆଙ୍କୁ ଜଗତସିଂହପୁର ଅତିରିକ୍ତ ଜିଲା ଦୌରାଜଜ୍‌ ଗତ ୧୦ ତାରିଖରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ। ଏହି ମାମଲା ଗୁରୁବାର ହାଇକୋର୍ଟକୁ ଆସିଥିଲା। ଏନେଇ ତଳ କୋର୍ଟଙ୍କ ଏହି ଦଣ୍ଡାଦେଶକୁ ତର୍ଜମା କରିବା ପରେ ଉକ୍ତ ଆଦେଶ କାଏମ ରହିବ କି ନାହିଁ ସେ ସମ୍ପର୍କରେ ୨୬ରେ ହାଇକୋର୍ଟ ନିଷ୍ପତ୍ତି ଶୁଣାଇବେ ।
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୮ ମାର୍ଚ୍ଚ ୨୦ ତାରିଖ ଦିନ କାଳିଆ ଅପରାହ୍ନ ତିନିଟାରେ ଘରୁ ପଦାକୁ ଆସିଥିଲେ। ତେବେ ଅଞ୍ଚଳର ଜଣେ ନାବାଳିକାଙ୍କୁ ରାସ୍ତାରେ ଏକୁଟିଆ ଦେଖି ତାଙ୍କୁ ଚକୋଲେଟ୍‌ ଦେବାର ଲୋଭ ଦେଖାଇ କାଜୁ ଜଙ୍ଗଲ ଆଡ଼କୁ ନେଇଥିଲେ। ସେଠାରୁ କାଳିଆ ତାଙ୍କୁ ବଳାତ୍କାର କରିଥିଲେ। ମାତ୍ର ଧରାପଡ଼ିଯିବା ଭୟରେ କାଳିଆ ନାବାଳିକାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଏହି ଜଘନ୍ୟ ଘଟଣାକୁ କେନ୍ଦ୍ର କରି ସେତେବେଳେ ଏରସମାରେ ନିଆଁ ଜଳିଥିଲା। ଜିଲାବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୋଲିସ ମାମଲାର ତଦନ୍ତ କରି ରାଜ୍ୟ ବାହାରକୁ ଫେରାର ହୋଇ ପଳାଇଯିବାକୁ ଯୋଜନା ଚଳାଇଥିବା କାଳିଆକୁ କଟକ ବାଦାମବାଡ଼ି ଅଞ୍ଚଳରୁ ଠାବ କରିଥିଲା। ଏହି ବହୁଚର୍ଚ୍ଚିତ ମାମଲାରେ ଏରସମା ପୋଲିସ ମେ’ ୨୫ ତାରିଖରେ ଚାର୍ଜସିଟ୍‌ ଦାଖଲ କରିଥିଲା। ମାତ୍ର ଦେଢ଼ ବର୍ଷ ଭିତରେ ମାମଲାରେ ରାୟ ପ୍ରକାଶ ପାଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଆସାମୀକୁ ଅଦାଲତ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri