ଏମ୍‌କେସିଜିରେ ୩ କରୋନା ସନ୍ଦିଗ୍ଧ, ସ୍ବାବ୍‌ ରିପୋର୍ଟ ମିଳିବାରେ ବିଳମ୍ବ

ବ୍ରହ୍ମପୁର ଅଫିସ,୧୯ା୪: ମେଡିକାଲର ସଂଘରୋଧ କକ୍ଷରେ ୩ ଜଣ କରୋନା ସନ୍ଦିଗ୍ଧ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ପ୍ରାୟ ୪ ଦିନ ହେଲା ଏହାର ରିପୋର୍ଟ ମିଳିପାରିନାହିଁ । ରିପୋର୍ଟ ମିଳିବାରେ ବିଳମ୍ବ ଘଟୁଥିବାରୁ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ସନ୍ଦେହ ବଢୁଛି। ଶନିବାର ଏମ୍‌କେସିଜିରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କ ଏଯାବତ୍‌ ପରିଚୟ ସ୍ପଷ୍ଟ ହୋଇପାରି ନ ଥିବା ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର କହିଛନ୍ତି । ଏପରିକି ସେ କେଉଁଠୁ ଓ କିପରି ରେଳଷ୍ଟେଶନ ନିକଟକୁ ଆସିଲେ ସେ ନେଇ ମଧ୍ୟ ସଠିକ୍‌ ସୂଚନା ମିଳୁ ନ ଥିବା ସେ କହିଛନ୍ତି। ପୂର୍ବରୁ ଏମ୍‌କେସିଜିର କରୋନା ଓ୍ବାର୍ଡରେ ପର୍ଯ୍ୟାୟ କ୍ରମେ ଭର୍ତ୍ତି ହୋଇଥିବା ପ୍ରାୟ ୪୮ ଜଣ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସେମାନଙ୍କୁ ମେଡିକାଲରୁ ଡିସ୍‌ଚାର୍ଜ କରାଯାଇଛି। ବର୍ତ୍ତମାନ ମେଡିକାଲରେ ଥିବା ୩ ସନ୍ଦିଗ୍ଧଙ୍କ ସ୍ବାବ୍‌ ରିପୋର୍ଟ ରବିବାର ରାତି ସୁଦ୍ଧା ଆସିଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଗାର ସ୍ବାସ୍ଥ୍ୟ ପରୀକ୍ଷା କରିବେ ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍‌

କଟକ ଅଫିସ, ୧୮।୬: ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଜଗାକୁ କଟକ ବଡ଼ ମେଡିକାଲ(ଏସସିବି)ରେ ଭର୍ତ୍ତି କରାଯାଇଛି। ଏସସିବି ମେଡିକାଲର କାଜୁଆଲିଟି ଟ୍ରମା କେୟାର ୟୁନିଟର ସ୍ବତନ୍ତ୍ର...

ଲକ୍‌ଡାଉନ୍‌ ପରେ କାର୍ଯ୍ୟରେ ଯୋଗଦେବାକୁ ଚାହାନ୍ତି ୯୩% କର୍ମଚାରୀ: ୫୯% ସ୍ବାସ୍ଥ୍ୟ ସଚେତନକୁ ଦେଉଛନ୍ତି ଗୁରୁତ୍ୱ

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣ ଆଶଙ୍କା ଯୋଗୁ ଗତ ମାର୍ଚ୍ଚ ୨୫ରୁ ସାରାଦେଶରେ ଲକ୍‌ଡାଉନ ଜାରି ରହିଛି। ଏହା ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଲକ୍‌ଡାଉନ...

ଦେଓ ନଦୀରେ ଲୀନହେବ ୨ ଗାଁ

କୁଆମରା,୧୪।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଦେଇ ପ୍ରବାହିତ ଦେଓ ନଦୀ କୂଳରେ ଅବସ୍ଥିତ ଜୟପୁର ପଞ୍ଚାୟତର ସହରସାହି ଓ ମଠସାହି ଗ୍ରାମ ଦୁଇଟି...

କରୋନା ଲଢ଼େଇ: ଥାଇଲାଣ୍ଡ୍‌ ସହିତ ହାତ ମିଳାଇଲା ଭାରତ

ନୂଆଦିଲ୍ଲୀ,୨।୫: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ସହିତ ଲଢ଼େଇ ପାଇଁ ଥାଇଲାଣ୍ଡ ସହିତ ଭାରତ ହାତ...

କାଳୀ ମନ୍ଦିରରୁ ଚୋରି: ସୁନା ଆଖି, ଜିଭ ନେଇଗଲେ ଲୁଟେରା

ଗୋପାଳପୁର,୧୨ା୧- ଗଞ୍ଜାମ ଜିଲା ଗୋପାଳପୁର ଥାନା ଆମ୍ବପୁଆସ୍ଥିତ କାଳୀ ମନ୍ଦିରରେ ଶନିବାର ରାତିରେ କଳାକନା ବୁଲାଇଛନ୍ତି ଲୁଟେରା। ମା’ କାଳୀଙ୍କ ସୁନା ଓ ରୂପା ଅଳଙ୍କାର...

୨ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଚୋରାଚାଲାଣ : ଦୁଇ ଗାଡ଼ି, ୧ ଲକ୍ଷ ଟଙ୍କା ଜବତ, ୪ ଗିରଫ

ମାଲକାନଗିରି,୩ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ଭିନ୍ନ ଭିନ୍ନ ଥାନା ଅଧୀନରେ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବାବେଳେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨୫୮ କିଲୋଗ୍ରାମ ଗଞ୍ଜେଇ,...

୨୨୦ ଲିଟର ଦେଶୀ ରନ୍ଧା ମଦ ସହ ୩ ବାଇକ୍‌ ଜବତ, ୩ ଗିରଫ

ଭଦ୍ରକ ଅଫିସ,୨୧ା୬: ଜିଲା ଅବକାରୀ ବିଭାଗ ପକ୍ଷରୁ ଗଠିତ ଏକ ସ୍ବତନ୍ତ୍ର ଟିମ୍‌ ଦ୍ୱାରା ବାସୁଦେବପୁର ଥାନା ଅନ୍ତର୍ଗତ ନୂଆଗାଁ ଓ ବାରାପୁର ଗ୍ରାମ ଅଞ୍ଚଳରେ...

ସବଡ଼ିଭିଜନ ମାନ୍ୟତା ଦାବିରେ ରାଜସ୍ବ ମନ୍ତ୍ରୀଙ୍କୁ ସ୍ମାରକପତ୍ର

ବଡ଼ସାହି,୨୪ା୧୦(ସ୍ବ.ପ୍ର)- ବେତନଟୀକୁ ସବଡ଼ିଭିଜନ ମାନ୍ୟତା ଦାବି ନେଇ ଅଣ୍ଟା ଭିଡ଼ିଥିବା ବଡ଼ସାହି-ବେତନଟୀ ବିକାକ ମଞ୍ଚ ପକ୍ଷରୁ ବୁଧବାର ୩ଟିି ସ୍ମାରକପତ୍ର ପ୍ରଦାନ କରାଯାଇଛି ା ମଞ୍ଚ...

Advertisement
Archives

Model This Week