ଏମ୍‌ଆରଙ୍କ କବ୍‌ଜାରୁ ମୁକୁଳିପାରୁନି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ

ନୟାଗଡ଼ ଅଫିସ,୮।୯-ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ଏମ୍‌ଆର (ମେଡିସିନ ରିପ୍ରେଜେଣ୍ଟେଟିଭ)ଙ୍କ କବ୍‌ଜାରୁ ମୁକୁଳି ପାରୁନାହିଁ। ମେଡ଼ିକାଲ ପରିସରକୁ କୌଣସି ଏମ୍‌ଆର ଆସିପାରିବେ ନାହିଁ ବୋଲି ନୋଟିସ୍‌ ଲଗାଯାଇଛି। ହେଲେ କେହି ଏହି ନିର୍ଦ୍ଦେଶକୁ ଖାତିର କରୁ ନ ଥିବା ଦେଖିବାକୁ ମିଳୁଛି। ଏମ୍‌ଆରମାନେ ଖୋଲାଖୋଲି ମେଡ଼ିକାଲ୍‌ ପରିସରରେ ପଶି ସେମାନଙ୍କର ବ୍ୟବସାୟର ପସରା ମେଲାଇ ଦେଉଛନ୍ତି।

ଗତ ୨୧ ତାରିଖରେ ମେଡ଼ିକାଲ୍‌ ପରିସରରେ କେତେକ ଏମ୍‌ଆର ଥିବାବେଳେ ଜଣେ ଖବରଦାତା ଏହାର ଭିଡ଼ିଓ ରେକର୍ଡ଼ିଂ କରିଥିଲେ। ଏହା ଦେଖି ଏମ୍‌ଆରମାନେ ଦୌଡ଼ି ପଳାଇଥିଲେ। କିଛି ଏମ୍‌ଆର ସେମାନଙ୍କ ବ୍ୟାଗ୍‌ ନେଇ ଯାଇଥିବା ବେଳେ ଆଉ କେତେକ ସେମାନଙ୍କର ବ୍ୟାଗ୍‌କୁ ଛାଡ଼ି ପଳାଇ ଯାଇଥିଲେ। ଏହି ଘଟଣାରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏମ୍‌ଆରମାନେ ମେଡ଼ିକାଲ୍‌ରେ ପ୍ରବେଶ କରିବେ ନାହିଁ ବୋଲି ପ୍ରକାଶ କରିଥିଲେ। ଯଦି ପଶିବେ ତାହାହେଲେ ସେମାନଙ୍କ ନାମରେ ଥାନାରେ ଅଭିଯୋଗ କରାଯିବ ବୋଲି କୁହାଯାଇଥିଲା। ଏହି ଘଟଣା ପରେ ଏମ୍‌ଆରମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇ ଯାଇଥିଲା। ଫଳରେ କିଛି ଦିନ ହେଲାଣି ମେଡ଼ିକାଲରେ ଏମ୍‌ଆରମାନଙ୍କ ଦେଖା ମିଳୁ ନ ଥିଲା। ହେଲେ ଏମ୍‌ଆରମାନେ ଏବେ ସେମାନଙ୍କ ତରିକା ବଦଳାଇ ଦେଇଛନ୍ତି। ସେମାନେ ଦିନ ପରିବର୍ତ୍ତେ ରାତିରେ ଆସୁଛନ୍ତି। ବାଇକ୍‌ ବଦଳରେ କାର୍‌ରେ ଆସୁଥିବା ଜଣାଯାଇଛି। ଶୁକ୍ରବାର ସନ୍ଧ୍ୟା ୮ଟାରେ ଦୁଇ ଜଣ ଏମ୍‌ଆର କାରରେ ଆସି ଗାଡିକୁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପାର୍କିଂ କରି ବ୍ୟାଗ୍‌ ଧରି ଭିତରକୁ ପ୍ରବେଶ କରିଥିଲେ। ପରେ ଡାକ୍ତରଙ୍କ ଚାମ୍ବରକୁ ଯାଇ ସେମାନଙ୍କ କମ୍ପାନୀର ଉତ୍ପାଦ ଦେଖାଇଥିଲେ। ଡାକ୍ତରମାନେ ସେମାନଙ୍କ ଠାରୁ କିଛି ଉପହାର ପାଉଥିବାରୁ ସେମାନଙ୍କ ଔଷଧ ଉପତ୍ାଦ ଦେଖିବା ସହିତ ଉକ୍ତ ଔଷଧ ରୋଗୀଙ୍କ ପାଇଁ ସାଦା କାଗଜରେ ଲେଖି କିଣି ନେବା ପାଇଁ କହୁଛନ୍ତି। ଯାହା ନିୟମ ବିରୋଧୀ। ସେହିଭଳି ଦିନରେ କେତେକ ଏମ୍‌ଆର ବ୍ୟାଗ୍‌ ନ ଆଣି ଡାକ୍ତରଙ୍କ ପାଖେ ପାଖେ ରହୁଛନ୍ତି। ସୁଯୋଗ ମିଳିଲେ ପକେଟରେ ଆଣିଥିବା ସେମାନଙ୍କର ଉପତ୍ାଦ ଦେଖାଉଛନ୍ତି। ତେଣୁ ଏମ୍‌ଆରଙ୍କ କବଜାରୁ ମୁକୁଳି ପାରୁନାହିଁ ଜିଲା ମୁଖ୍ୟ ଚିକିତ୍ସାଳୟ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି ରାତିରେ ଏମ୍‌ଆରମାନେ ଆସୁଥିଲେ ସେମାନଙ୍କୁ ଭିତରକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ସିକ୍ୟୁରିଟିମାନଙ୍କୁ କୁହାଯିବ। ଯଦି ସେମାନେ ଏହାକୁ ଅମାନ୍ୟ କରି ଭିତରକୁ ପଶନ୍ତି ତାହା ହେଲେ ସେମାନଙ୍କ ନାମରେ ଥାନାରେ ଅଭିଯୋଗ କରାଯିବ ବୋଲି ଡା. ମହାପାତ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri