ଏମିତି ନିଆରା ଢଙ୍ଗରେ ପାଳନ୍ତୁ ଦୀପାବଳି

ଦୀପାବଳିକୁ ଏମିତି କିଛି ନିଆରା ଢଙ୍ଗରେ ପାଳନ କରନ୍ତୁ ଯାହା ହୋଇଯିବ ଆପଣଙ୍କ ପାଇଁ ଖାସ୍‌ ….

* ଏହି ଅବସରରେ ଅଭାବୀ ଲୋକଙ୍କୁ କିଛି ଦାନ କରନ୍ତୁ। ଅନାଥ ଶିଶୁ ବା ବେସାହାରା ବୃଦ୍ଧାବୃଦ୍ଧଙ୍କ ସହ ଏହି ଦିନଟିକୁ ପାଳନ କରନ୍ତୁ ଦେଖିବେ ନିଶ୍ଚୟ ଆତ୍ମ ସନ୍ତୋଷ ଲାଭ କରିବେ।

* ପରିବେଶ ପ୍ରଦୂଷଣ କରୁଥିବା ବାଣ କିଣିବା ଏବଂ ଫୁଟାଇବାରେ ଟଙ୍କା ନଷ୍ଟ ନ କରି ବରଂ ଏକ ଗଛ ଲଗେଇବାକୁ ଚେଷ୍ଟା କରନ୍ତୁ ଏବଂ ଘରକୁ ଆସୁଥିବା ଅତିଥିଙ୍କୁ ମଧ୍ୟ ଦିଅନ୍ତୁ ଯାହା ପରିବେଶ ପ୍ରତି ଆପଣଙ୍କର ଏକ ଉଚିତ ଉପହାର ହେବ।

* ନିଜର କୌଣସି ପୁରୁଣା ବନ୍ଧୁ ବା ପ୍ରିୟଜନଙ୍କ ଘରେ ହଠାତ୍‌ ପହଞ୍ଚି ଯାଇ ତାଙ୍କୁ ସପ୍ରାଇଜ ଦିଅନ୍ତୁ। ଅଥବା ବହୁତ ଦିନ ଧରି କଥା ହୋଇନଥିବା ବନ୍ଧୁଙ୍କୁ ଟେକ୍ସଟ୍‌ ମେସେଜ କରିବା ଅପେକ୍ଷା କଲ କରି ଶୁଭେଚ୍ଛା ଜଣାନ୍ତୁ।

* ପରିବାରରେ ଥିବା ବୟୋଜ୍ୟେଷ୍ଠ ସଦସ୍ୟଙ୍କ ସହ ସମୟ ଅତିବାହିତ କରନ୍ତୁ। ସେମାନଙ୍କୁ କିଛି ଛୋଟ ଉପହାର ମଧ୍ୟ ଦେଇପାରିବେ ଯାହାଦ୍ୱାରା ସେମାନେ ନିଜକୁ ସ୍ବତନ୍ତ୍ର ମନେ କରବେ।

* ଘର ସଜେଇବା ପାଇଁ ଦାମୀ କ୍ୟାଣ୍ଡେଲ, ଦୀପ ନ କିଣି ବରଂ ନିଜ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ଦୀପ ବିକାଳିଙ୍କଠାରୁ ଦୀପ କିଣି ଘର ସଜାଇପାରିବେ।

* ଏହି ଦିନ ଆପଣଙ୍କ ଜୀବନରେ ମୂଲ୍ୟ ରଖୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ୍ୟବାଦ ପ୍ରଦାନ କରନ୍ତୁ ଏବଂ ସେମାନଙ୍କ ଉପସ୍ଥିତି ଆପଣଙ୍କ ଜୀବନରେ କ’ଣ ମୂଲ୍ୟ ରଖେ ତାହା ସେମାନଙ୍କୁ ଅବଶ୍ୟ ଜଣାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦଶନ୍ଧି ପରେ କମିଛି ଅଙ୍ଗାରକାମ୍ଳ ନିର୍ଗମନ

ନୂଆଦିଲ୍ଲୀ,୧୪ା୫: ଭାରତରେ ଗତ ମାର୍ଚ୍ଚ ୨୫ରୁ ବିଭିନ୍ନ ପର୍ଯ୍ୟାୟରେ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ କଳକାରଖାନା ବନ୍ଦ ହୋଇଯାଇଥିବାବେଳେ ପ୍ରାୟତଃ ଗାଡ଼ିମୋଟର ଚଳାଚଳ କରୁନାହିଁ। ଅର୍ଥନୀତି...

ବିବାହ ସମୟରେ ବର୍ଷା ହେଲେ, କେମିତି ବିତିବ ଦମ୍ପତିଙ୍କ ସାଂସାରିକ ଜୀବନ

ବିବାହ ଉତ୍ସବକୁ ନେଇ ବନ୍ଧୁ ପରିଜନ ଖୁସିରେ ନାଚି ଉଠନ୍ତି। କିନ୍ତୁ ବିବାହ ଦିନ ଯଦି ବର୍ଷା ହେଲା ତେବେ ପରିବାର ଲୋକେ ଚିନ୍ତାରେ ପଡ଼ିଯାନ୍ତି।...

ଶତାବ୍ଦୀ ପୁରୁଣା ବୁକ୍‌ଷ୍ଟୋର

ଟେକ୍ନୋଲୋଜିର ଅଗ୍ରଗତି ଫଳରେ ଆଜିକାଲି ସବୁକିଛି ଡିଜିଟାଲାଇଜ୍‌ ହୋଇଯାଇଛି। ଏମିତି କି ପାଠ୍ୟପୁସ୍ତକର ସ୍ଥାନ ନେଇଯାଇଛି ଇ-ବୁକ୍ସ୍‌। ଆଜିକାଲି ସ୍ମାର୍ଟ ଫୋନ୍‌ ଏବଂ ଟ୍ୟାବ୍‌ ମାଧ୍ୟମରେ...

କରୋନା ଟିକା ନେଲେ ମିଳିବ ୧୦ ଲକ୍ଷ ଟଙ୍କା

ଓ୍ବାଶିଂଟନ୍‌,୧୪।୫: କରୋନା ମହାମାରୀ ମଧ୍ୟରେ ସମଗ୍ର ଦେଶର ସରକାର ଲଗାତର ଟିକା ନେବାକୁ ପ୍ରୋତ୍ସାହିତ କରୁଛନ୍ତି। କରୋନା ଟିକା କେବଳ ଲୋକଙ୍କୁ ସୁରକ୍ଷା ଦିଏ ନାହିଁ,...

ପ୍ରେମ ପାଇଁ ରକ୍ତପାନ

ଜର୍ମାନୀର ୩୨ ବର୍ଷୀୟ ଅଲବର୍ଟୋ, ଗର୍ଲଫ୍ରେଣ୍ଡ ଇଲାରିଆଙ୍କୁ ଫେସ୍‌ବୁକ୍‌ରୁ ସେବେ ଜାଣିବାକୁ ପାଇଥିଲେ ଯେବେ ସେ ତାଙ୍କ ସର୍କସ ପାଇଁ ଜଣେ ସହଯୋଗୀ ଆବଶ୍ୟକ ବୋଲି...

୫ ବର୍ଷର ବାଳକ ତାଏକୋଣ୍ଡୋରେ କଲେ ଗିନିଜ୍‌ ରେକର୍ଡ

ହାଇଦ୍ରାବାଦ୍‌,୧୪।୧: ବୟସ ୫ ବର୍ଷ। ମାତ୍ର ତାଏକୋଣ୍ଡୋରେ ୧୨ଶହ ଥର ନନ୍‌ ଷ୍ଟପ୍‌ ନି ଷ୍ଟ୍ରାଇକ୍‌ କରିବାର ଗିନିଜ୍‌ ରେକର୍ଡ ତାଙ୍କ ନାମରେ ରହିଛି। ସେ...

ମଣିଷ ପରି କଥା କହୁଥିବା ଶୁଆ ଗାଏବ: ଖୋଜି ଆଣିଲେ ମିଳିବ ଏତିକି ଟଙ୍କାର ପୁରସ୍କାର

ଲକ୍ଷ୍ନୌ,୧୧।୩: ଉତ୍ତରପ୍ରଦେଶର ଆଲିଗଡ଼ରେ ଏକ ଶୁଆକୁ ଖୋଜିବା ପାଇଁ ପୋଲିସ ସହର ସାରା ପୋଷ୍ଟର ଲଗାଇଛି। ମଣିଷ ପରି କଥା କହୁଥିବା ଏହି ଶୁଆ କିଛିଦିନ...

ଆତଙ୍କବାଦୀରୁ ସମାଜସେବୀ

ଜଣଙ୍କ ମନରେ କେତେବେଳେ ପରିବର୍ତ୍ତନ ଆସିବ ତାହା କହିହୁଏନି , ଯେମିତି ଘଟିଛି ଆସାମର ମୋନି ମାନିକ ଗୋଗୋଇଙ୍କ କ୍ଷେତ୍ରରେ। ମୋନିଙ୍କୁ ବୟସ ଏବେ ୫୭...

Advertisement


Archives

Model This Week