Posted inଫୁରସତ

ଏମିତି ଝରଣା ନିକଟକୁ ଯିବା ପାଇଁ ଲାଗିଥାଏ ଡର

ବ୍ୟସ୍ତବହୁଳ ଜୀବନରୁ ଟିକେ ଶାନ୍ତି ତଥା କିଛି ସମୟ ଖୁସିରେ କାଟିବା ପାଇଁ ମନ ଚାହେଁ କେଉଁଆଡ଼େ ଟିକେ ବୁଲିଯିବାକୁ। ସାଧାରଣତଃ ଝରଣା ଦେଖିବାକୁ କିଏ ବା ଭଲ ନ ପାଏ। ଝରଣାର କୁଳୁକୁଳ ଶବ୍ଦ ମଣିଷକୁ ଆକୃଷ୍ଟ କରେ। କିନ୍ତୁ ଏମିତି କିଛି ଝରଣା ରହିଛି, ଯାହା ଜୀବନ ପ୍ରତି ଘାତକ ସାଜିଥାଏ। ଇଚ୍ଛା ଥାଇ ମଧ୍ୟ ସେପରି ସ୍ଥାନକୁ ଯିବା ପାଇଁ ଲୋକେ ଭୟ କରିଥା’ନ୍ତି। ଜାଣନ୍ତୁ ଏପରି କିଛି ଝରଣା ସମ୍ପର୍କରେ…

ମିଶିଗନ୍‌ ଝରଣା:


ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ଏହି ଝରଣା ଦେଖିବାକୁ ଯେତିକି ସୁନ୍ଦର ସେତିକି ଭୟଙ୍କର ମଧ୍ୟ। ଏହି ଝରଣା ନିକଟରେ ପ୍ରାଣଘାତକ ଗ୍ୟାସ ରହିଛି। ଯାହା ସମସ୍ତ ଜୀବଜନ୍ତୁଙ୍କ ଜୀବନ ନେଇଯାଏ। ବୈଜ୍ଞାନିକମାନେ କୁହନ୍ତି, ଝରଣା ତଳେ ଜ୍ୱାଳାମୁଖୀ ଥିବାରୁ କାର୍ବନ ଡାଇଅକ୍ସାଇଡ୍‌ ଗ୍ୟାସ ପାଣିରେ ଥାଏ। ଏହାର ସ୍ତର ବଢ଼ି ବାଦଲ ଆକାର ଧାରଣ କରେ। ତେଣୁ ଏଠାକୁ ଯାଇ ହୁଏ ନାହିଁ।

ରୂପକୁଣ୍ଡ ଝରଣା:


୧୧ଶହ ଶତାବ୍ଦୀ ପର୍ଯ୍ୟନ୍ତ ଲୋକେ ଏହି ଝରଣା ସମ୍ପର୍କରେ କିଛି ଜାଣି ନ ଥିଲେ। ୧୯୪୨ ମସିହାରେ ବ୍ରିଟିଶ ଆର୍ମି ହିମାଳୟରେ ଥିବା ଏହି ଝରଣାରୁ ୨ ଶହ ଲୋକଙ୍କ ଅବଶେଷାଂଶ ପାଇଥିଲେ। ଯେଉଁମାନଙ୍କର ମୃତ୍ୟୁ ରହସ୍ୟମୟ ଥିଲା। ଏହି ଝରଣାରେ ଗାଧୋଇବା ପାଇଁ ଆଜି ବି ବାରଣ ରହିଛି।

ବଏଲିଂ ଝରଣା:


ଡୋମିନିକାରେ ଥିବା ଏହି ଝରଣା ନିକଟକୁ ଗଲେ ମୃତ୍ୟୁକୁ ଡାକିଆଣିବେ। ଏହି ଝରଣାର ତାପମାତ୍ରା ୯୨ ଡିଗ୍ରୀ ସେଲ୍‌ସିୟସ୍‌ରୁ ଊର୍ଦ୍ଧ୍ୱରେ ରହିଥାଏ। ଏହା ନିକଟରେ ଜ୍ୱାଳାମୁଖୀ ଥିବାରୁ ସବୁବେଳେ ଉତ୍ତପ୍ତ ରହେ। ଏଠାକୁ ଗଲେ ଜଳିଗଲା ପରି ଅନୁଭବ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

ବଢିଗଲା ଦାମ୍‌! ସିଗାରେଟ ପ୍ୟାକେଟର ଦାମ ୪୦୦, ପାନ ମସଲାର ଦାମ ହେଲା ୨୦୦ଟଙ୍କା?

ନୂଆଦିଲ୍ଲୀ,୧୦।୨: ଏହା ସତ୍ୟ ଯେ, ଫେବୃଆରୀ ୧, ୨୦୨୬ ରୁ ସରକାର ପାପ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଟିକସ ଢାଞ୍ଚାକୁ ପରିବର୍ତ୍ତନ କରିଛନ୍ତି, ଯାହା ଫଳରେ ମୂଲ୍ୟ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri