Posted inଫୁରସତ

ଏମିତି ଗାର୍ଡେନ୍‌, ଯାହାକୁ ପୋଷାକ ଭାବେ ପିନ୍ଧି ହେବ

କାଲିଫର୍ନିଆ: ସାଧାରଣତଃ କପଡ଼ାରେ ପୋଷାକ ତିଆରି ହୋଇଥାଏ। ମାତ୍ର ଦକ୍ଷିଣ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ଏବଂ ଡିଜାଇନର ଏମିତି ଏକ ଗାର୍ଡେନ ତିଆରି କରିଛନ୍ତି, ଯାହାକୁୁ ପୋଷାକ ଭାବେ ପିନ୍ଧି ହେବ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି ପୋଷାକକୁ ଦେଖିଲେ ବୁଝି ହେବ। ଡିଜାଇନର୍‌ ଅରୁସିଆକ୍‌ ଗେବ୍ରିୟଲନ୍‌ ପନିପରିବା ଥିବା ପୋଷାକ ତିଆରି କରିଛନ୍ତି। ସେ କୁହନ୍ତି, ଏହି ପୋଷାକ ତିଆରି କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ହାତପାହାନ୍ତାରେ ପନିପରିବା ପାଇ ପାରିବା ସହ ମନ ମୁତାବକ ଖାଦ୍ୟ ପ୍ରସ୍ତୁତ କରିପାରିବେ।

ଏହି ଗାର୍ଡେନ୍‌ରେ ୨୨ ପ୍ରକାର ପନିପରିବା ଚାରା ଲଗାଯାଇଛି। ଏଥିରେ କୋବି, ଗାଜର, ଲିଚୁ, ବାଦାମ ଆଦି ଚାରା ରୋପଣ କରାଯାଇଛି। ଏହାର ବିଶେଷତ୍ୱ ହେଲା ଗଛଗୁଡ଼ିକ ଉଠିଲେ ପୋଷାକ ସବୁଜ ରଙ୍ଗରେ ଆକର୍ଷଣୀୟ ଦିଶିବ। ଗେବ୍ରିୟଲନ୍‌ଙ୍କ ଏହି ପ୍ରୋଜେକ୍ଟ ଫ୍ରାନ୍ସର ବଟାନିଷ୍ଟ ପୈଟ୍ରିକ୍‌ ବ୍ଲାଙ୍କ୍‌ର ଭର୍ଟିକାଲ ଗାର୍ଡେନରୁ ପ୍ରେରଣା ପାଇଥିଲା। ସେ ପୋଷାକର ସ୍ତର ଏପରି ତିଆରି କରିଛନ୍ତି, ଯେମିତି ଏଥିରେ ମଞ୍ଜିଟି ବେଶ୍‌ ଭଲ ଭାବେ ବଢ଼ିପାରିବ। ରିସାଇକ୍ଲିଂ ପରିସ୍ରାରୁ ପୋଷାକରେ ଏପରି ଗଛ ଉଠିବା ସମ୍ଭବ ହୋଇପାରିଛି ବୋଲି ଗେବ୍ରିୟଲନ୍‌ କୁହନ୍ତି। ସେ କହିଛନ୍ତି, ପୋଷାକଟିକୁ ବର୍ତ୍ତମାନ ପିନ୍ଧିହେବ, ମାତ୍ର ଏଥିରେ ଫଳ ଫଳିଲେ ପିନ୍ଧିବା କଷ୍ଟକର ହୋଇପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବେକାର ଯୁବକଙ୍କ ବିବାହ ବିଜ୍ଞାପନ: ମନରେ ଦେଶଭକ୍ତି ଥିବା କନ୍ୟା ଆବଶ୍ୟକ

ନୂଆଦିଲ୍ଲୀ,୧୮।୨: ବିବାହ ପାଇଁ କେତେକ ଭଲ ବର ଏବଂ କନ୍ୟା ଲାଗି ବିଜ୍ଞାପନ ଦେଇଥାନ୍ତି। ବିଜ୍ଞାପନରେ ବର ଅବା କନ୍ୟାଙ୍କ ବିଷୟରେ ବିବରଣୀ ଦିଆଯିବା ସହିତ...

‘ଜନ୍‌ ଓ୍ବିକ୍‌’ରେ ରିନା ସ୍ବୟଂମା

ଜାପାନରେ ଜନ୍ମିତ ବ୍ରିଟିଶ୍‌ ପପ୍‌ ସୁପରଷ୍ଟାର ରିନା ସ୍ବୟଂମା ଗୀତ ଗାଇବା ପରେ ଏବେ ଅଭିନୟ ଜଗତରେ ପାଦ ଥାପିଛନ୍ତି। ତାଙ୍କୁ କେଆନୁ ରିଭେସ୍‌ ଷ୍ଟାରର୍‌...

ନନ୍‌ଭେଜ ପିଜ୍ଜା ଆସିବାରୁ କୋଟିଏ ମାଗିଲେ

ଭେଜ୍‌ (ଶାକାହାରୀ) ପିଜ୍ଜା ବଦଳରେ ନନ୍‌ଭେଜ୍‌(ଆମିଷ) ପିଜ୍ଜା ଡେଲିଭରି ଦେବା ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଏକ କମ୍ପାନୀକୁ ମହଙ୍ଗା ପଡ଼ିଛି। ପିଜ୍ଜା ପାଇଥିବା ମହିଳା ଜଣକ କମ୍ପାନୀ...

କ୍ୟାନ୍‌ସର ବେଡ୍‌ରୁ ଚାକିରି ପାଇଁ ସାକ୍ଷାତକାର ଦେଲେ ଆଇଟି ପ୍ରଫେସନାଲ୍‌

ନିକଟରେ ଜଣେ କ୍ୟାନ୍‌ସର ରୋଗୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋରେ ରୋଗୀ ଜଣକ ହସ୍ପିଟାଲ ବେଡ ଉପରେ ବସି ଚାକିରି ପାଇଁ ସାକ୍ଷାତକାର...

ସାପ -ନେଉଳ ଘମାଘୋଟ ଲଢ଼େଇ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଟ୍ୟାକ୍ସି ଡ୍ରାଇଭରଙ୍କ ଭାଗ୍ୟ ଖୋଲିଲା, ଲଟେରୀରେ ଜିଣିଲେ ୪୦ କୋଟି…

ଦୁବାଇ,୮।୭: ଦୁବାଇରେ ଜଣେ ଭାରତୀୟ ଟ୍ୟାକ୍ସି ଡ୍ରାଇଭରଙ୍କ ଭାଗ୍ୟ ରାତାରାତି ପରିବର୍ତ୍ତନ ହୋଇଛି। ସେ ଲଟେରୀ ଜିଣି ୪୦ କୋଟି ଟଙ୍କା ପାଇଛନ୍ତି। କେରଳର ରଞ୍ଜିତ୍‌...

ହାତ ଦୁଇଟି ନାହିଁ, ଟ୍ରାକ୍ଟର ଚଳାଇବାଠାରୁ ଆରମ୍ଭ କରି କ୍ଷେତବାଡି ବୁଝୁଛନ୍ତି ଏହି ବ୍ୟକ୍ତି

ମନରେ ଦୃଢ଼ ବିଶ୍ୱାସ ଏବଂ ଆତ୍ମବଳ ଥିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ କେହି ବି ରୋକିପାରିବେ ନାହିଁ। ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ଉତ୍ତରପ୍ରଦେଶ...

୧୩ ବର୍ଷର ଏହି ପିଲାକୁ ଦେଖିଲେ କାହିଁକି ମାରିବାକୁ ଗୋଡ଼ାଉଛନ୍ତି ଲୋକେ, ଜାଣନ୍ତୁ…

ଅନେକ ପ୍ରକାରର ରୋଗ ବିଷୟରେ ଆମେ ଶୁଣିଛୁ। ମାତ୍ର ମଧ୍ୟପ୍ରଦେଶରେ ରହୁଥିବା ୧୩ ବର୍ଷର ବାଳକ ଲଳିତ ପାଟିଦାରଙ୍କୁ ଏକ ଅଜବ ପ୍ରକାର ରୋଗ ହୋଇଛି।...

Advertisement
Archives

Model This Week